ସହଜପୁର ଉ.ପ୍ରା. ବିଦ୍ୟାଳୟରେ ୧୫ ମାସ ହେଲା ଶିକ୍ଷକ ନାହାନ୍ତି

ପିପିଲି, ୪ା୮(ସ୍ବ.ପ୍ର/ଡି.ଏନ୍‌.ଏ): ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି। ଫଳରେ ଗତ ୧୫ ମାସ ହେଲା ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ଏଥିଯୋଗୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଗ୍ରାମବାସୀ ବୁଧବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।

ସହଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ କୌଣସି ଶିକ୍ଷକ ନାହାନ୍ତି। ପୂର୍ବରୁ ୨ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚାକିରିରୁ ଅବସର ନେଇଥିବାବେଳେ ଅନ୍ୟ ଜଣେ ଅନ୍ୟତ୍ର ବଦଳି ହୋଇଯାଇଥିଲେ। ଫଳରେ ଗତ ୨୦୨୧ ଏପ୍ରିଲ ୩୦ ତାରିଖଠାରୁ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଗ୍ରାମବାସୀ ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ, ଡିସିପି ଏବଂ ଜିଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ ଜଣାଇ ନିରାଶ ହୋଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୧୯ ତାରିଖରେ ପିପିଲି ବିଇଓ ପତ୍ର ସଂଖ୍ୟା-୧୪୧୭ରେ ଜଣେ ଶିକ୍ଷୟିତ୍ରୀଙ୍କୁ ଉକ୍ତ ବିଦ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଯୋଗଦେଇ ନ ଥିଲେ। ପରବର୍ତ୍ତୀ ସମୟରେ ଏହି ବଦଳି ନିର୍ଦ୍ଦେଶନାମାକୁ ବାତିଲ କରାଯାଇଥିଲା। ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମହାନ୍ତି, ସଦସ୍ୟ ଦେବରାଜ ମୁଦୁଲି, ଆଲୁମନି କମିଟି ସଦସ୍ୟ ଶାନ୍ତନୁ କୁମାର ବିଶ୍ୱାଳ, ଗ୍ରାମ ମୁରବି ମିହିର ରଞ୍ଜନ ମୁଦୁଲି, ସାମାଜିକ କର୍ମୀ ଅନୁପ ପରିଡ଼ା, ଅଭିଭାବିକା ନିରୂପମା ସାହୁ, ପଦ୍ମିନୀ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନ ୧୦ଟାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କଂଗ୍ରେସ ଦଳର ନେତ୍ରୀ ନିରୂପମା ପାତ୍ର ପ୍ରମୁଖ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri