ପୁଣି ଯାଞ୍ଚ ହେବ ସ୍କୁଲ ବସ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ପୁଣି ସ୍କୁଲ ବସ୍‌ ଓ ଅଟୋରିକ୍ସା ଯାଞ୍ଚ କଡ଼ାକଡ଼ି ହେବ । କୌଣସି ଗାଡ଼ି ଓଭରଲୋଡିଂ କରିବ ନାହିଁ । କ୍ଷମତା ଅନୁସାରେ ଗାଡ଼ିରେ ପିଲାମାନେ ସ୍କୁଲ ଯିବେ । ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ଙ୍କୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୁରୁବାର କେନ୍ଦୁଝର ଗସ୍ତରେ ଯାଉଥିବାବେଳେ ଏକ ଓଭରଲୋଡିଂ ସ୍କୁଲ ଗାଡ଼ିକୁ ଅଟକାଇଥିଲେ । ଯାଞ୍ଚ କରିବା ସହ ଡ୍ରାଇଭରଙ୍କୁ ତାଗିଦା କରିଥିଲେ । ଏପରି ଭୁଲ୍‌ ଯେପରି ପୁନର୍ବାର ନ ହୁଏ, ସେଥିପ୍ରତି ସତର୍କ କରାଇଥିଲେ।

Share