ଅସ୍ଥାୟୀ ପାଚେରି ନିର୍ମାଣ କଲେ ସ୍କୁଲ କର୍ତ୍ତୃପକ୍ଷ

ଲୋଇସିଂହା୨୭।୩(ଡି.ଏନ.ଏ):ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିଯୋଗୁ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗି ଦିଆଯାଇଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ ଏନ୍‌ଏଚ୍‌ ଡିଭିଜନ ପାଚେରି ନିର୍ମାଣ ଦାୟିତ୍ୱ ନେଇଛି। ହେଲେ ମାସାଧିକ ସମୟ ବିତି ଯାଇଥିଲେ ମଧ୍ୟ ପାଚେରି ନିର୍ମାଣ ହୋଇପାରିନାହିଁ। ଅପରପକ୍ଷେ ଜିଲାପାଳ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅନୁରୋଧ ପରେ ବଲାଙ୍ଗୀରସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି। ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ କର୍ତ୍ତୃପକ୍ଷ ଅସ୍ଥାୟୀ ପାଚାରେ ନିର୍ମାଣ କରିବାକୁ ବାଧ୍ୟ ହୋଇଛନ୍ତି। ରବିବାର କେତେକ ଶ୍ରମିକ ଟିଣଚଦର ଆଜବେଷ୍ଟସକୁ ପାଚାରି ଦେଇଥିବା ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ କହିଛନ୍ତି।
୧୯୮୨ ମସିହାରେ ପ୍ରତିଷ୍ଠିତ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଦେଇ ୨୬ ନଂ ଜାତୀୟ ରାଜପଥ ଯାଇଛି ା ଏବେ ଉକ୍ତ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛ। ସ୍କୁଲପାର୍ଶ୍ୱରେ ଥିବା ଦୋକାନ, ବଜାରକୁ ଏନଏଚ ବିଭାଗ ପକ୍ଷରୁ ଭାଙ୍ଗାଯାଇଥିଲା। ଏହାବ୍ୟତୀତ ସ୍କୁଲ ପୁରୁଣା ଗେଟ ଓ ପାଚେରିକୁ ଭାଙ୍ଗି ଦିଆ ଯାଇଥିଲା ା ସେବେଠୁ ସ୍କୁଲ ସମ୍ମୁଖ ଭାଗ ମୁକୁଳା ପଡିଛି ା ଏଥିପ୍ରତି ଚିନ୍ତାବ୍ୟକ୍ତ କରି ପରିଚାଳନା କମିଟି ଓ ସ୍କୁଲ କର୍ତ୍ତୃପକ୍ଷ ୨୦୨୨ ଡିସେମ୍ବରରେ ୫ଟି ରୂପାନ୍ତରଣ କାମ ପରିଦର୍ଶନ ବେଳେ ଜିଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ଏନଏଚ ବିଭାଗୀୟ ଯନ୍ତ୍ରୀ ଖୁବଶୀଘ୍ର ପାଚେରି ନିର୍ମାଣ କରି ଦିଆଯିବ ବୋଲି ଜିଲାପାଳଙ୍କ ଆଗରେ କହିଥିଲେ। ମାଟ୍ରିକ ପରୀକ୍ଷା କେନ୍ଦ୍ର ଏବଂ ହବକେନ୍ଦ୍ର କରାଯାଇ ପ୍ରଶ୍ନପତ୍ର ରଖାଯାଇଥାଏ ା ମାର୍ଚ୍ଚ ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଧାନଶିକ୍ଷକ ଭୋଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଆଉ ଗୋଟିଏ ମାସ ଲାଗିଯିବ ବୋଲି ସେ କହିଥିଲେ ା ୨୩ ମାର୍ଚ୍ଚରେ ୫ଟି ସ୍କୁଲ ସମୀକ୍ଷା ବେଳେ ସ୍କୁଲର ମୁକୁଳା ପଚାରି ପ୍ରସଙ୍ଗ ଦୋହରାଇଥିଲେ ପ୍ରଧାନଶିକ୍ଷକ। ଏହାପରେ ପାଚେରି ନିର୍ମାଣ ପାଇଁ ପୁଣି ୧୫ଦିନର ମହଲତ ନେଇଛନ୍ତି ଏନଏଚ ଯନ୍ତ୍ରୀ। ପାଠପଢା ସମୟରେ ଶ୍ରେଣୀକକ୍ଷରୁ ରାଜପଥ ସିଧାସଳଖ ଦେଖାଯାଉଛି। ଏଥିଯୋଗୁ ଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ା ଅପରପକ୍ଷେ ପଥଚାରୀମାନେ ସ୍କୁଲ କ୍ୟାମ୍ପସକୁ ଯାଇ ପରିଶ୍ରା କରୁଛନ୍ତି। ଏଥିପାଇଁ ସ୍କୁଲ ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କୁ ଲଜ୍ଜିତ ହେବାକୁ ପଡୁଛି ା ଏହାକୁ ଏଡାଇବା ସହ ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ କର୍ତ୍ତୃପକ୍ଷ ଅସ୍ଥାୟୀ ପାଚେରି ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri