ଅସ୍ଥାୟୀ ପାଚେରି ନିର୍ମାଣ କଲେ ସ୍କୁଲ କର୍ତ୍ତୃପକ୍ଷ

ଲୋଇସିଂହା୨୭।୩(ଡି.ଏନ.ଏ):ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିଯୋଗୁ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗି ଦିଆଯାଇଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ ଏନ୍‌ଏଚ୍‌ ଡିଭିଜନ ପାଚେରି ନିର୍ମାଣ ଦାୟିତ୍ୱ ନେଇଛି। ହେଲେ ମାସାଧିକ ସମୟ ବିତି ଯାଇଥିଲେ ମଧ୍ୟ ପାଚେରି ନିର୍ମାଣ ହୋଇପାରିନାହିଁ। ଅପରପକ୍ଷେ ଜିଲାପାଳ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅନୁରୋଧ ପରେ ବଲାଙ୍ଗୀରସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲିଛନ୍ତି। ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ କର୍ତ୍ତୃପକ୍ଷ ଅସ୍ଥାୟୀ ପାଚାରେ ନିର୍ମାଣ କରିବାକୁ ବାଧ୍ୟ ହୋଇଛନ୍ତି। ରବିବାର କେତେକ ଶ୍ରମିକ ଟିଣଚଦର ଆଜବେଷ୍ଟସକୁ ପାଚାରି ଦେଇଥିବା ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ କହିଛନ୍ତି।
୧୯୮୨ ମସିହାରେ ପ୍ରତିଷ୍ଠିତ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଦେଇ ୨୬ ନଂ ଜାତୀୟ ରାଜପଥ ଯାଇଛି ା ଏବେ ଉକ୍ତ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛ। ସ୍କୁଲପାର୍ଶ୍ୱରେ ଥିବା ଦୋକାନ, ବଜାରକୁ ଏନଏଚ ବିଭାଗ ପକ୍ଷରୁ ଭାଙ୍ଗାଯାଇଥିଲା। ଏହାବ୍ୟତୀତ ସ୍କୁଲ ପୁରୁଣା ଗେଟ ଓ ପାଚେରିକୁ ଭାଙ୍ଗି ଦିଆ ଯାଇଥିଲା ା ସେବେଠୁ ସ୍କୁଲ ସମ୍ମୁଖ ଭାଗ ମୁକୁଳା ପଡିଛି ା ଏଥିପ୍ରତି ଚିନ୍ତାବ୍ୟକ୍ତ କରି ପରିଚାଳନା କମିଟି ଓ ସ୍କୁଲ କର୍ତ୍ତୃପକ୍ଷ ୨୦୨୨ ଡିସେମ୍ବରରେ ୫ଟି ରୂପାନ୍ତରଣ କାମ ପରିଦର୍ଶନ ବେଳେ ଜିଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ଏନଏଚ ବିଭାଗୀୟ ଯନ୍ତ୍ରୀ ଖୁବଶୀଘ୍ର ପାଚେରି ନିର୍ମାଣ କରି ଦିଆଯିବ ବୋଲି ଜିଲାପାଳଙ୍କ ଆଗରେ କହିଥିଲେ। ମାଟ୍ରିକ ପରୀକ୍ଷା କେନ୍ଦ୍ର ଏବଂ ହବକେନ୍ଦ୍ର କରାଯାଇ ପ୍ରଶ୍ନପତ୍ର ରଖାଯାଇଥାଏ ା ମାର୍ଚ୍ଚ ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଧାନଶିକ୍ଷକ ଭୋଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଆଉ ଗୋଟିଏ ମାସ ଲାଗିଯିବ ବୋଲି ସେ କହିଥିଲେ ା ୨୩ ମାର୍ଚ୍ଚରେ ୫ଟି ସ୍କୁଲ ସମୀକ୍ଷା ବେଳେ ସ୍କୁଲର ମୁକୁଳା ପଚାରି ପ୍ରସଙ୍ଗ ଦୋହରାଇଥିଲେ ପ୍ରଧାନଶିକ୍ଷକ। ଏହାପରେ ପାଚେରି ନିର୍ମାଣ ପାଇଁ ପୁଣି ୧୫ଦିନର ମହଲତ ନେଇଛନ୍ତି ଏନଏଚ ଯନ୍ତ୍ରୀ। ପାଠପଢା ସମୟରେ ଶ୍ରେଣୀକକ୍ଷରୁ ରାଜପଥ ସିଧାସଳଖ ଦେଖାଯାଉଛି। ଏଥିଯୋଗୁ ଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ା ଅପରପକ୍ଷେ ପଥଚାରୀମାନେ ସ୍କୁଲ କ୍ୟାମ୍ପସକୁ ଯାଇ ପରିଶ୍ରା କରୁଛନ୍ତି। ଏଥିପାଇଁ ସ୍କୁଲ ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କୁ ଲଜ୍ଜିତ ହେବାକୁ ପଡୁଛି ା ଏହାକୁ ଏଡାଇବା ସହ ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ କର୍ତ୍ତୃପକ୍ଷ ଅସ୍ଥାୟୀ ପାଚେରି ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri