ଜଙ୍ଗଲରେ ନିଆଁ ଲାଗିଲେ ସତର୍କ କରାଇବ ସାଟେଲାଇଟ୍‌

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଫେବୃୟାରୀ ମାସ ଶେଷ ସପ୍ତାହରୁ ହିଁ ତାତି ଆରମ୍ଭ ହୋଇଗଲାଣି । ଆଗକୁ ତାତି ଭୟଙ୍କର ହେବ । ବିଗତ ୫ମାସ ହେବ ଭଞ୍ଜନଗର ଅଞ୍ଚଳରେ ବର୍ଷା ସେଭଳି ପ୍ରାୟ ହୋଇନାହିଁ । ମଝିରେ ମଝିରେ ସାମାନ୍ୟ ବର୍ଷା ହୋଇଛି । ବର୍ଷା ନଥିବା ଯୋଗୁ ଭୂତଳ ଜଳସ୍ତର ବହୁତ ତଳକୁ ଚାଲିଗଲାଣି। ଭଞ୍ଜନଗର ସହର ତଳି ଲଣ୍ଡେଇସାହିରେ ବର୍ତ୍ତମାନଠାରୁ ପାନୀୟ ଜଳ ସମସ୍ୟା ଦେଖାଦେଲାଣି। ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ହେବାର ସମ୍ଭାବନା ରହିଛି। ବ୍ଲକର ଅନ୍ୟ ଅଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖାଦେଲାଣି। ସରକାର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଉକ୍ତ ମେଗା ପ୍ରକଳ୍ପ କାମ ବିଗତ କିଛିମାସ ହେବ ଆରମ୍ଭ ହୋଇଛି। ତାହା ସରିବାକୁ ଏକ ବର୍ଷରୁ ଊର୍ଦ୍ଧ୍ୱ ଦିନ ଲାଗିଯିବ । ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ବର୍ଷା ନଥିବା ଜଙ୍ଗଲ ଜମି ଶୁଷ୍କ ଅଛି । ଗଛର ପତ୍ର ଝଡ଼ା ଦେଉଛି । ତେଣୁ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଅଁା ଲାଗିବା ସମ୍ଭାବନା ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ମୁଜାଗଡ଼, କେନ୍ଦ୍ରୀୟ, ତାରସିଂ, ଗାଲେରୀ, ଜଗନ୍ନାଥପ୍ରସାଦ ରେଞ୍ଜରେ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥିସହ ଜଙ୍ଗଲରେ ଫାୟାର ଲାଇନ କଟାଯାଉଛି । ଫାୟାର ଲାଇନ କଟାଗଲେ ଜଙ୍ଗଲରେ ଅଧିକ ଅଞ୍ଚଳକୁ ନିଅଁା ବ୍ୟାପିବ ନାହିଁ । ତେଣୁ ପ୍ରତ୍ୟେକ ଜଙ୍ଗଲରେ ବର୍ତ୍ତମାନ ଫାୟାର ଲାଇନ କଟା କାର୍ଯ୍ୟଚାଲିଛି । ଗତ ବର୍ଷର ଜଙ୍ଗଲ ପୋଡ଼ିକୁ ଦେଖି ସେଚ୍ଛାସେବୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଙ୍ଗଲ ପୋଡ଼ିକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିବ ସେନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଦୈନନ୍ଦିନ ବିଭିନ୍ନ ରେଞ୍ଜ ଗସ୍ତ କରି ସମୀକ୍ଷା କରୁଛନ୍ତି। ସୂଚନାଯୋଗ୍ୟ, ଯେ ପୂର୍ବରୁ ଜଙ୍ଗଲରେ ନିଅଁା ଲାଗିଲ ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ନିଅଁାକୁ ଦମନ କରାଯାଉଥିଲା । କିନ୍ତୁ ବିଗତ ଦୁଇବର୍ଷ ହେବ ସାଟେଲାଇଟ୍‌ ମାଧ୍ୟମରେ ଜଙ୍ଗଲ ନିଅଁାକୁ ଠାବ କରାଯାଉଛି । ଏହାପରେ ସମ୍ପୃକ୍ତ ଅଞ୍ଚଳର ବିଭାଗୀୟ କର୍ମଚାରୀଙ୍କ ପାଖକୁ କେଉଁ ଜଙ୍ଗଲରେ ନିଅଁା ଲାଗିଛି ଏକ ଆଲର୍ଟ ମେସେଜ୍‌ ଆସୁଛି । ଏହାପରେ କର୍ମଚାରୀମାନେ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନଙ୍କୁ ନେଇ ନିଅଁାକୁ ଦମନ କରିବା ପାଇଁ ଲାଗିପଡ଼ନ୍ତି । ଯଦି ନିଅଁା ଲିଭାଇବାରେ ବିଳମ୍ବ ହୁଏ ତେବେ ପୁଣି ଆଲର୍ଟ ମେସେଜ୍‌ ଆସିଥାଏ । ତେଣୁ ପୂର୍ବ ଅପେକ୍ଷା ଜଙ୍ଗଲ ନିଅଁାକୁ ଠାବ କରିବା ସହଜ ହୋଇପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri