ଗୁରୁତ୍ୱ ହରାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବନ୍ତଳା, ୨୯ା୭ (ଡି.ଏନ.ଏ.): ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ ଏହା ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା। ମାତ୍ର ଆବଶ୍ୟକ ସୁରକ୍ଷା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ତା’ର ଗୁରୁତ୍ୱ ହରାଇ ବସିଛି। ଧୀରେ ଧୀରେ ଏଠାରେ ବାଘ ସଂଖ୍ୟା ହ୍ରାସ ହେବା ଓ ପୁନଃ ବଂଶ ବିସ୍ତାର ଯୋଜନା ପ୍ରାରମ୍ଭରୁ ବିଫଳ ସହ ବିବାଦୀୟ ହୋଇପଡ଼ିବା ପ୍ରକଳ୍ପର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପରିବେଶପ୍ରେମୀ ପ୍ରସନ୍ନ କୁମାର ବେହେରା ଓ ସ୍ବପ୍ନା ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ଓ ୩୨ଟି କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। କିନ୍ତୁ ଧୀରେ ଧୀରେ ଏଠାରୁ ବାଘ ନିଶ୍ଚିହ୍ନ ହେବାର ଯୁକ୍ତିସଙ୍ଗତ କାରଣ ବନ ବିଭାଗ ପାଖରେ ନାହିଁ। ସେହିପରି ଆରମ୍ଭ ହୋଇଥିବା ବାଘ ବଂଶ ବିସ୍ତାର ଯୋଜନା କାହିଁକି ବିଫଳ ହେଲା ତାହାର କାରଣ ମଧ୍ୟ ବନ ବିଭାଗ ଖୋଜି ବାହାର କରିପାରୁନାହିଁ। ବାଘ ସଂରକ୍ଷଣ ଓ ପରିଚାଳନା ଯୋଜନା ଆଇନଗତ ଭାବେ ବିଜ୍ଞାନସମ୍ମତ, ବୈଷୟିକ ଧାରାର ଉପଯୋଗ ଓ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟ ସହିତ ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ କାର୍ଯ୍ୟକାରୀ ହେବା କଥା। ମାତ୍ର ଏ କ୍ଷେତ୍ରରେ ବନବିଭାଗ ସହଯୋଗର ହାତ ବଢ଼ାଇ ନାହିଁ। ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ଗୋଟିଏ ମଣିଷକୁ ମାରିବା ପରେ ମଧ୍ୟ ଅଞ୍ଚଳବାସୀଙ୍କୁ ସତର୍କ କରିବା ପାଇଁ ବନ ବିଭାଗ ଗାଡ଼ି ଓ ମାଇକ୍‌ଟିଏ ଯୋଗାଡ଼ କରିପାରି ନ ଥିଲା। ଅନେକ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କ ଆଡ଼କୁ ଇଙ୍ଗିତ କରି ନିଜେ ସ୍ବଚ୍ଛ ରହିବାକୁ ବନ ବିଭାଗ ଚେଷ୍ଟା କରିଥିଲା। ବାଘ ବଂଶ ବିସ୍ତାର ଯୋଜନା, ରାଇଗୁଡ଼ା ଗ୍ରାମ ସ୍ଥାନାନ୍ତର ଓ ଅନ୍ୟାନ୍ୟ କାର୍ଯ୍ୟଧାରାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନ ଥିଲା। ଆର୍ଥିକ କାରବାରରେ ବାଦ ବିବାଦ ଲାଗି ରହିବା ସହ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହେବା ଓ ବାସ୍ତବ ତଦନ୍ତ ହୋଇ ନ ପାରିବା ସାତକୋଶିଆ ପ୍ରଳକ୍ପର ପରିଚୟକୁ ମାଟିରେ ମିଶାଇ ଦେଲା। ତେଣୁ ଉତ୍ତମ ସମନ୍ବୟ, ସହଯୋଗ, ସହଭାଗିତା ଓ ସ୍ବଚ୍ଛତାକୁ ଆଧାର କରି ବାଘ ସଂରକ୍ଷଣ କାର୍ଯ୍ୟକୁ ବନ ବିଭାଗ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସ୍ଥାନୀୟ ରାଜନେତାଙ୍କ ଇଚ୍ଛାଶକ୍ତି ମଧ୍ୟ ରହିବା ଦରକାର। ଅଭୟାରଣ୍ୟ ଉପଦେଷ୍ଟା କମିଟି, ପରିବେଶ ପର୍ଯ୍ୟଟନ ନିମନ୍ତେ ଜିଲାସ୍ତରୀୟ କମିଟି ଗଠନ, ବନ ସୁରକ୍ଷା ସମିତିର ବନାଞ୍ଚଳସ୍ତରୀୟ ଫୋରମ୍‌ ଗଠନ ସହ ଏହା କ୍ରିୟାଶୀଳ ହେବା ଏକାନ୍ତ ଆବଶ୍ୟକ। ଆଇନଗତ ଭାବେ ଏହିସବୁ କମିଟି ଓ ଅନୁଷ୍ଠାନ ରହିଥିଲେ ମଧ୍ୟ ତାହା ସାତକୋଶିଆରେ ସକ୍ରିୟ ନ ରହିବା ବ୍ୟାଘ୍ର ସଂରକ୍ଷଣ, ବଂଶବୃଦ୍ଧି ଯୋଜନା ଓ ପରିଚାଳନାକୁ ଦୁର୍ବଳ କରିଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ସାତକୋଶିଆରେ ବାଘ ବଂଶ ବୃଦ୍ଧି ନିମନ୍ତେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବଢ଼ିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ଅଧିକ ସଂଖ୍ୟାରେ ମିଡୋ (ଚାରଣ ଭୂମି) ତିଆରି ହେଉଛି। ବନ କର୍ମଚାରୀ ଓ ଅଧିବାସୀମାନଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ପାଇଁ ଇକୋ ଟୁରିଜମ୍‌କୁ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ବାସିନ୍ଦାମାନଙ୍କୁ ବାହାର ରାଜ୍ୟର ବ୍ୟାଘ୍ର ପ୍ରକଳ୍ପକୁ ଭ୍ରମଣରେ ନିଆଯାଉଛି। ଲକ୍‌ଡାଉନ୍‌ ଯୋଗୁ ଏବେ ତାହା ସ୍ଥଗିତ ଅଛି। ଅଞ୍ଚଳବାସୀଙ୍କ ରୋଜଗାର ବଢ଼ାଇବା ଓ ସତେତନ କରିବାକୁ ବିଭିନ୍ନ ସମୟରେ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri