ଗୁରୁତ୍ୱ ହରାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବନ୍ତଳା, ୨୯ା୭ (ଡି.ଏନ.ଏ.): ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ ଏହା ଏକ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଥିଲା। ମାତ୍ର ଆବଶ୍ୟକ ସୁରକ୍ଷା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ତା’ର ଗୁରୁତ୍ୱ ହରାଇ ବସିଛି। ଧୀରେ ଧୀରେ ଏଠାରେ ବାଘ ସଂଖ୍ୟା ହ୍ରାସ ହେବା ଓ ପୁନଃ ବଂଶ ବିସ୍ତାର ଯୋଜନା ପ୍ରାରମ୍ଭରୁ ବିଫଳ ସହ ବିବାଦୀୟ ହୋଇପଡ଼ିବା ପ୍ରକଳ୍ପର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପରିବେଶପ୍ରେମୀ ପ୍ରସନ୍ନ କୁମାର ବେହେରା ଓ ସ୍ବପ୍ନା ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ, ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ଓ ୩୨ଟି କଲରାପତରିଆ ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। କିନ୍ତୁ ଧୀରେ ଧୀରେ ଏଠାରୁ ବାଘ ନିଶ୍ଚିହ୍ନ ହେବାର ଯୁକ୍ତିସଙ୍ଗତ କାରଣ ବନ ବିଭାଗ ପାଖରେ ନାହିଁ। ସେହିପରି ଆରମ୍ଭ ହୋଇଥିବା ବାଘ ବଂଶ ବିସ୍ତାର ଯୋଜନା କାହିଁକି ବିଫଳ ହେଲା ତାହାର କାରଣ ମଧ୍ୟ ବନ ବିଭାଗ ଖୋଜି ବାହାର କରିପାରୁନାହିଁ। ବାଘ ସଂରକ୍ଷଣ ଓ ପରିଚାଳନା ଯୋଜନା ଆଇନଗତ ଭାବେ ବିଜ୍ଞାନସମ୍ମତ, ବୈଷୟିକ ଧାରାର ଉପଯୋଗ ଓ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟ ସହିତ ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ କାର୍ଯ୍ୟକାରୀ ହେବା କଥା। ମାତ୍ର ଏ କ୍ଷେତ୍ରରେ ବନବିଭାଗ ସହଯୋଗର ହାତ ବଢ଼ାଇ ନାହିଁ। ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ଗୋଟିଏ ମଣିଷକୁ ମାରିବା ପରେ ମଧ୍ୟ ଅଞ୍ଚଳବାସୀଙ୍କୁ ସତର୍କ କରିବା ପାଇଁ ବନ ବିଭାଗ ଗାଡ଼ି ଓ ମାଇକ୍‌ଟିଏ ଯୋଗାଡ଼ କରିପାରି ନ ଥିଲା। ଅନେକ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ଆନ୍ଦୋଳନକାରୀଙ୍କ ଆଡ଼କୁ ଇଙ୍ଗିତ କରି ନିଜେ ସ୍ବଚ୍ଛ ରହିବାକୁ ବନ ବିଭାଗ ଚେଷ୍ଟା କରିଥିଲା। ବାଘ ବଂଶ ବିସ୍ତାର ଯୋଜନା, ରାଇଗୁଡ଼ା ଗ୍ରାମ ସ୍ଥାନାନ୍ତର ଓ ଅନ୍ୟାନ୍ୟ କାର୍ଯ୍ୟଧାରାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନ ଥିଲା। ଆର୍ଥିକ କାରବାରରେ ବାଦ ବିବାଦ ଲାଗି ରହିବା ସହ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହେବା ଓ ବାସ୍ତବ ତଦନ୍ତ ହୋଇ ନ ପାରିବା ସାତକୋଶିଆ ପ୍ରଳକ୍ପର ପରିଚୟକୁ ମାଟିରେ ମିଶାଇ ଦେଲା। ତେଣୁ ଉତ୍ତମ ସମନ୍ବୟ, ସହଯୋଗ, ସହଭାଗିତା ଓ ସ୍ବଚ୍ଛତାକୁ ଆଧାର କରି ବାଘ ସଂରକ୍ଷଣ କାର୍ଯ୍ୟକୁ ବନ ବିଭାଗ ତ୍ୱରାନ୍ବିତ କରିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସ୍ଥାନୀୟ ରାଜନେତାଙ୍କ ଇଚ୍ଛାଶକ୍ତି ମଧ୍ୟ ରହିବା ଦରକାର। ଅଭୟାରଣ୍ୟ ଉପଦେଷ୍ଟା କମିଟି, ପରିବେଶ ପର୍ଯ୍ୟଟନ ନିମନ୍ତେ ଜିଲାସ୍ତରୀୟ କମିଟି ଗଠନ, ବନ ସୁରକ୍ଷା ସମିତିର ବନାଞ୍ଚଳସ୍ତରୀୟ ଫୋରମ୍‌ ଗଠନ ସହ ଏହା କ୍ରିୟାଶୀଳ ହେବା ଏକାନ୍ତ ଆବଶ୍ୟକ। ଆଇନଗତ ଭାବେ ଏହିସବୁ କମିଟି ଓ ଅନୁଷ୍ଠାନ ରହିଥିଲେ ମଧ୍ୟ ତାହା ସାତକୋଶିଆରେ ସକ୍ରିୟ ନ ରହିବା ବ୍ୟାଘ୍ର ସଂରକ୍ଷଣ, ବଂଶବୃଦ୍ଧି ଯୋଜନା ଓ ପରିଚାଳନାକୁ ଦୁର୍ବଳ କରିଦେଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କୁହନ୍ତି, ସାତକୋଶିଆରେ ବାଘ ବଂଶ ବୃଦ୍ଧି ନିମନ୍ତେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବଢ଼ିବା ଏକାନ୍ତ ଆବଶ୍ୟକ। ସେଥିପାଇଁ ଅଧିକ ସଂଖ୍ୟାରେ ମିଡୋ (ଚାରଣ ଭୂମି) ତିଆରି ହେଉଛି। ବନ କର୍ମଚାରୀ ଓ ଅଧିବାସୀମାନଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ପାଇଁ ଇକୋ ଟୁରିଜମ୍‌କୁ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ବାସିନ୍ଦାମାନଙ୍କୁ ବାହାର ରାଜ୍ୟର ବ୍ୟାଘ୍ର ପ୍ରକଳ୍ପକୁ ଭ୍ରମଣରେ ନିଆଯାଉଛି। ଲକ୍‌ଡାଉନ୍‌ ଯୋଗୁ ଏବେ ତାହା ସ୍ଥଗିତ ଅଛି। ଅଞ୍ଚଳବାସୀଙ୍କ ରୋଜଗାର ବଢ଼ାଇବା ଓ ସତେତନ କରିବାକୁ ବିଭିନ୍ନ ସମୟରେ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri