ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଦୈନଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତରେ ଗତ ୨୪ରୁ ଆଜି ପର୍ଯ୍ୟନ୍ତ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ନିମନ୍ତେ ସ୍ଥାନୀୟ ସରପଞ୍ଚ ଏ.ସୁନିତା ପ୍ରଧାନ ଜିଲାପାଳ କ୍ଷମତା ବ୍ୟବହାର କରି ଉକ୍ତ ପଞ୍ଚାୟତ ବିଭିନ୍ନ ଗ୍ରାମ ରାସ୍ତା ସିଲ୍‌ କରିବା ସହ ୭ ଦିନ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ମାଙ୍ଗଳିକ କାର୍ଯ୍ୟ ଓ ସଭା ସମିତି ବନ୍ଦ କରିବl ପାଇଁ ସରପଞ୍ଚଙ୍କ ଚିଠିରେ ଉଲ୍ଲେଖ ରହିଛି। ଶଟ୍‌ଡାଉନ ଘୋଷଣା ପତ୍ର ଜିଲାପାଳ, ଉପଜିଲାପାଳ, ରମ୍ଭା ଓ ଗଞ୍ଜାମ ଥାନାକୁ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।