Posted inଫୁରସତ

ସାନିଟାଇଜର୍‌ ଏମିତିବି…

ଏବେ ଆମ ଜୀବନ ସହ ସାନିଟାଇଜର୍‌୍‌ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଛି। ତେଣୁ ବଜାରରେ ବିଭିନ୍ନ କମ୍ପାନୀର ସାନିଟାଇଜର୍‌ ଉପଲବ୍ଧ ହେଉଛି। ତେବେ ଆବଶ୍ୟକତାକୁ ନଜରରେ ରଖି ଏବେ କିଛି ଭିନ୍ନ ଧରଣର ସାନିଟାଇଜର୍‌ ଓ ସାନିଟାଇଜର୍‌ ଡିସପେନ୍ସର୍‌ ଡିଜାଇନ୍‌ କରାଯାଇଛି, ଯାହା ଯେତିକି ଜରୁରୀ ତାକୁ ବ୍ୟବହାର କରିବା ସେତିକି ମଜାଦାର ବି…

ପେଣ୍ଟ ବ୍ରଶ ଭଳି ସାନିଟାଇଜର୍‌: ଏହି ହ୍ୟାଣ୍ଡ ସାନିଟାଇଜର୍‌ର ବୋତଲଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଆର୍ଟ ସେଟ୍‌ ଭଳି ଦେଖାଯାଏ। ଗ୍ରାଡିଏଣ୍ଟ କଲର୍‌ର ବୋତଲ ସହ ତା’ଉପରେ ହୋଇଥିବା କାର୍ଟୁନ୍‌ର ଚିତ୍ର ବେଶ୍‌ କୌତୁକିଆ ଲାଗେ। ସାଧାରଣତଃ ସାନିଟାଇଜର୍‌ ବୋତଲ ଉପରେ ଏକ ହ୍ୟାଣ୍ଡ ପମ୍ପ ଥାଏ। କିନ୍ତୁ ଏହି ସାନିଟାଇଜର୍‌ ବୋତଲ ଉପରେ ଗ୍ରାଡିଏଣ୍ଟ କଲର୍‌ର ପେଣ୍ଟ ବ୍ରଶ ରହିଛି। ଏଥିରୁ ନାଚୁରାଲ ପିଏଚ୍‌ ରେସ୍‌ପନ୍‌ସିଭ୍‌ ପିଗ୍‌ମେଣ୍ଟ ନିର୍ଗତ ହୁଏ। ତାହାକୁ ହାତରେ ଘଷିଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ସହ ହାତ ସାନିଟାଇଜ୍‌ ହୋଇଯିବ।

ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌: ଘରୁ ବାହାରକୁ ଯିବାବେଳେ ହଉ ଅବା ଘର ଭିତରକୁ ଆସିବା ସମୟରେ ଡୋର୍‌ ହ୍ୟାଣ୍ଡେଲ ଧରିବାକୁ ପଡ଼ିଥାଏ। ଆଉ ଡୋର୍‌ ହ୍ୟାଣ୍ଡେଲରେ ଭାଇରସ୍‌ ରହିବାର ଆଶଙ୍କା ଅଧିକ ଥାଏ। ଆଉ ଏଠାରୁ ସଂକ୍ରମଣ ବଢ଼ିବା ଆଶଙ୍କା ବି ଥାଏ। ତେଣୁ ଡିଜାଇନ୍‌ ହୋଇଛି ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌, ଯଦ୍ଦ୍ବାରା ଡୋର୍‌ର ହ୍ୟାଣ୍ଡେଲ ୟୁଭି ରେ’ ଦ୍ୱାରା ଆପେ ସାନିଟାଇଜ୍‌ ହୋଇଯାଏ। ଏହାବାଦ ଆଉ କିଛି ଡୋର୍‌ ହ୍ୟାଣ୍ଡେଲ ସାନିଟାଇଜର୍‌ରେ ହ୍ୟାଣ୍ଡେଲଟି ସ୍ପଞ୍ଜରେ କଭର୍‌ ହୋଇଥାଏ। ଉକ୍ତ ସ୍ପଞ୍ଜକୁ ଚାପିଲେ ସେଥିରୁ ସାନିଟାଇଜର୍‌ ବାହାରି ହାତକୁ ସାନିଟାଇଜ୍‌ କରିଦିଏ।

ଡୋର୍‌ ବେଲ୍‌ ସାନିଟାଇଜର୍‌: ଜର୍ମ ଲୁଚିବା ପାଇଁ ଆଉ ଏକ ଭଲ ସ୍ଥାନ ହେଉଛି ଡୋର୍‌ ବେଲ୍‌। ଏଠାରୁ ମଧ୍ୟ ଜର୍ମ ବ୍ୟାପିବାର ଆଶଙ୍କା ଥାଏ। ଏହାକୁ ନଜରରେ ରଖି ଡିଜାଇନ୍‌ କରାଯାଇଛି ଡୋର୍‌ ବେଲ୍‌ ସାନିଟାଇଜର୍‌। ଏଥିରେ ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର୍‌ ଡିସପେନ୍ସର ସଂଯୁକ୍ତ କରାଯାଇଛି। ଫଳରେ ଡୋର୍‌ବେଲ୍‌ ବଜାଇବା ସହ ହାତ ବି ସାନିଟାଇଜ୍‌ ହୋଇଯିବ।
ମୋବାଇଲ୍‌ ସାନିଟାଇଜର୍‌: ମୋବାଇଲ୍‌ରେ ଥାଆନ୍ତି ଲକ୍ଷଲକ୍ଷ ଜୀବାଣୁ କୀଟାଣୁ। ହାତକୁ ଭଲଭାବେ ସାନିଟାଇଜ୍‌ କରି ଯେବେ ଆମେ ମୋବାଇଲ୍‌ ଧରୁ ମୋବାଇଲରୁ ଜର୍ମ ହାତକୁ ଚାଲିଆସେ। ତେଣୁ ମୋବାଇଲ୍‌ ସାନିଟାଇଜ୍‌ କରିବା ବି ନିହାତି ଜରୁରୀ। ଏହାକୁ ନଜରରେ ରଖି ଏକାଥରେ ୬ଟି ମୋବାଇଲ୍‌ ସାନିଟାଇଜ୍‌ ହୋଇପାରିବା ଭଳି ‘ସେଣ୍ଟର୍‌ପିସ୍‌’ ନାମକ ଏକ ସାନିଟାଇଜ୍‌ ମେସିନ୍‌ ଡିଜାଇନ୍‌ ହୋଇଛି। ଏହି ମୋବାଇଲ୍‌ ସାନିଟାଇଜର୍‌ ମେସିନ୍‌ରେ ମୋବାଇଲ୍‌ ରଖିଦେଲେ ସେଥିରୁ ନିର୍ଗତ ୟୁଭି ରେ’ ଦ୍ୱାରା ମୋବାଇଲ୍‌ ସାନିଟାଇଜ୍‌ ହୋଇଯିବ।

ବବଲ୍‌ ପାର୍ଟି ସାନିଟାଇଜର୍‌: ଆଜିକାଲି ଘରକୁ କେହି ଆସିଲେ ଦ୍ୱାର ମୁହଁରେ ହ୍ୟାଣ୍ଡ ସାନିଟାଇଜର୍‌ ଧରି ସ୍ବାଗତ କରିବାକୁ ପଡୁଛି। ଯାହାକି ନିଜକୁ ବି ଖରାପ ଲାଗୁଛି। କିନ୍ତୁ ଏହି ବବଲ୍‌ ପାର୍ଟି ସାନିଟାଇଜର୍‌ ଦ୍ୱାରା ସାନିଟାଇଜ୍‌ ହେବା ଏକ ଖେଳ ଭଳି ଲାଗିବ। ଆଉ ମଜାରେ ମଜାରେ ହାତ ସାନିଟାଇଜ୍‌ ହୋଇଯିବ। ଗେଷ୍ଟ ଏହି ମେଶିନ୍‌ ପାଖରେ ହାତ ହଲାଇଦେଲେ ସାନିଟାଇଜର୍‌ ଡିସ୍‌ପେନ୍ସର୍‌ରୁ ବବଲ୍‌ ବା ଫୋଟକା ଭଳି ସାନିଟାଇଜର୍‌ ବାହାରିବ। ଆଉ ତାକୁ ଧରି ଫୁଟାଇଦେଲେ ହାତ ସାନିଟାଇଜ୍‌ ହୋଇଯିବ।

ସିଓ୍ବିଡ୍‌ କ୍ୟାପ୍‌ସୁଲ ସାନିଟାଇଜର୍‌: ଏହାକୁ ଲିକ୍ୟୁଡ୍‌ କ୍ୟାପ୍‌ସୁଲ ଭଳି ଡିଜାଇନ୍‌ କରାଯାଇଛି। ଏହାକୁ କୌଣସି ବୋତଲ ଅବା ପବ୍ଲିକ୍‌ ଡିସପେନ୍ସର୍‌ ମେସିନ୍‌ରେ ଉପଲବ୍ଧ କରାଯିବ। ଏହି କ୍ୟାପ୍‌ସୁଲକୁ ହାତ ଉପରେ ଫଟାଇଲେ ସେଥିରୁ ସାନିଟାଇଜର୍‌ ବାହାରିବ। ଆଉ ହାତ ସାନିଟାଇଜ୍‌ ହୋଇଯିବ। ଏହି ସାନିଟାଇଜର୍‌ର ଉପର କଭର୍‌ ପ୍ଲାଷ୍ଟିକ୍‌ରେ ନ ହୋଇ ସି’ଓ୍ବିଡ୍‌ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri