ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍‌କି ସେତୁ

ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ବୁଝି ସରକାର ପୋଲ ନିର୍ମାଣ ପାଇଁ ସ୍ବୀକୃତି ଦେବାସହ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ମାତ୍ର ଭିତ୍ତିପ୍ରସ୍ତର ସ୍ଥାପନକୁ ଦେଢ଼ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହେଉନି। କେବେ ପୋଲ ହେବ ଓ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଦୂରହେବ ଚାହିଁ ବସିଛନ୍ତି ୩୦ ଗ୍ରାମର ଲୋକେ।
ପ୍ରକାଶ ଯେ, ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ବଡ ସାଲୁଙ୍କୀ ନଦୀ ଉପରେ ‘ସାଲ୍‌କି ସେତୁ’ ନିର୍ମାଣ ପାଇଁ ୨୦୧୯ ମାର୍ଚ୍ଚରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ଜାକଜମକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେହି ସମୟର ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୋଲ ହେବା ଆଶାରେ ୩୦ ଖଣ୍ଡ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଥିଲା। ହେଲେ ଦେଢବର୍ଷ ପରେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ନିର୍ବାଚନକୁ ଆଖିଆଗରେ ରଖି ଭିତ୍ତିପ୍ରସ୍ତର ଭେଳିକି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବେ ପୋଲ ନିର୍ମାଣ ହେବ ତାହା କେହି ଠିକ୍‌ରେ କହୁନାହାନ୍ତି ବୋଲି ଗ୍ରାମ ଯୁବକ ସଂଘ ସଭାପତି ଅନନ୍ତ ଚରଣ କହଁର, ସମ୍ପାଦକ ଅର୍ଜୁନ କହଁର ଓ ଅନ୍ୟମାନେ ପ୍ରକାଶ କରିଛନ୍ତି।
ପୋଲ ନ ଥିବାରୁ ପ୍ରତ୍ୟେକ ବର୍ଷ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଲୋକେ ଯାତାୟାତ କରୁଛନ୍ତି। ଗତ କିଛିଦିନ ତଳେ ରାଣୀଖଣ୍ଡି ଠାରେ ସାଇନିପଦର ଗ୍ରାମର ସଟ୍ଟାକର ଯୁବକ ସଂଘର ସଦସ୍ୟମାନେ ନଦୀ ଉପରେ ଅସ୍ଥାୟୀ କାଠପୋଲ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛନ୍ତି। ନଦୀର ଅପରପାର୍ଶ୍ୱରେ ରହୁଥିବା ଆଲାମୀ, ଦୁଡୁକି ଆଦି ପଞ୍ଚାୟତର ପ୍ରାୟ ୩୦ ଖଣ୍ଡ ଛୋଟଛୋଟ ଗ୍ରାମର ଲୋକେ ଏହି ପୋଲ ଉପରେ ଯାତାୟାତ କରିଥାନ୍ତି, ମାତ୍ର ଆମ୍ବୁଲାନ୍ସ, ଦମକଳ ଗାଡ଼ି ଯାଇପାରେନି। ବର୍ଷାଦିନେ ଏହା ବିଚ୍ଛିନ୍ନାଞ୍ଚଳରେ ପରିଣତ ହୁଏ।
ତୁରନ୍ତ ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳର ଅଲେଖ କହଁର, ଜଳନ୍ଧର କହଁର, ଯଶବନ୍ତ କହଁର, ଗୁଗୁନା ଦଳଛତ୍ର, ଇନ୍ଦ୍ର ଦଳଛତ୍ର, ଶୁରସେନ କହଁରଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri