Posted inଜାତୀୟ

ଶକ୍ତି ପରୀକ୍ଷାରେ ପାସ୍‌ ହେଲେ ସୈନି ସରକାର

ଚଣ୍ଡିଗଡ,୧୩।୩: ହରିୟାଣାର ନୟାବ ସିଂ ସାଇନି ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ବୁଧବାର ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଧ୍ୱନିମତ ଦ୍ୱାରା ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହା ପରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।
ହରିଆଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଭାଜପାକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ଭାଜପାର ୪୧ ଜଣ ବିଧାୟକ ଥିବା ବେଳେ ୬ ଜଣ ସ୍ବାଧୀନ ବିଧାୟକ ଓ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କାଣ୍ଡଙ୍କ ସମର୍ଥନ ମିଳିଛି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ଓ ତାଙ୍କ ମନ୍ତ୍ରିମଣ୍ଡଳ ମଙ୍ଗଳବାର ଇସ୍ତଫା ଦେବାର କିଛି ସମୟ ପରେ ଭାଜପା ନେତା ନାୟବ ସିଂ ସୈନି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସମେତ ନୂଆ ମନ୍ତ୍ରୀ ପରିଷଦର ୫ ଜଣ ସଦସ୍ୟ ଶପଥ ନେଇଥିଲେ। ସେମାନେ ହେଲେ ଭାଜପା ବିଧାୟକ କନଓ୍ବର ପାଲ୍‌, ମୂଲ୍‌ଚାନ୍ଦ ଶର୍ମା, ଜୟପ୍ରକାଶ ଦଲାଲ, ବନଓ୍ବାରିଲାଲ୍‌ ଏବଂ ସ୍ବାଧୀନ ବିଧାୟକ ରଣଜିତ ସିଂ ଚୌତାଲା। ସୈନି ଶପଥ ନେବା ପରେ ଖଟ୍ଟାରଙ୍କ ନିକଟରେ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଇଥିଲେ।
ଲୋକ ସଭା ନିର୍ବାଚନ ଆଉ କିଛି ସପ୍ତାହ ବାକି ଥିବାବେଳେ ଅକ୍ଟୋବରରେ ହରିୟାଣା ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଭାଜପା ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରିଛି। ସରକାର ବିରୋଧୀ ହାଓ୍ବାକୁ ଏଡ଼ାଇବା ପାଇଁ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ପୂର୍ବରୁ ଗୁଜରାଟ ଓ ଉତ୍ତରାଖଣ୍ଡରେ ମଧ୍ୟ ଦଳ ଅନୁରୂପ ପଦକ୍ଷେପ ନେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲା। ସୈନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରି ଭାଜପା ସାଧାରଣ ନିର୍ବାଚନ ପୂର୍ବରୁ ଜାତି ଏବଂ ଓବିସି ସମୀକରଣକୁ ଗୁରୁତ୍ୱ ଦେଇଛି।
ଲୋକ ସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ସହଯୋଗୀ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ଭାଜପା ମତଭେଦ ପରେ ମେଣ୍ଟ ସରକାର ଭାଙ୍ଗିବା ଆଶଙ୍କା କରାଯାଉଥିଲା। ହରିୟାଣାର ୧୦ ଆସନ ମଧ୍ୟରୁ ଜେଜେପି ପାଇଁ ଏହାର ନେତା ଦୁଷ୍ୟନ୍ତ ଚୌତାଲା ୨ଟି ଆସନ ମାଗିଥିବାବେଳେ ଭାଜପା ଗୋଟିଏ ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିଲା। ୨୦୧୯ ନିର୍ବାଚନରେ ଭାଜପା ୧୦ଟି ଆସନରେ ଜିତିଥିଲା। ମେଣ୍ଟ ଭାଙ୍ଗିବା ପରେ ଜେଜେପି ସମସ୍ତ ୧୦ ଆସନରେ ଲଢ଼ିବ ବୋଲି କହିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?