ସୁରକ୍ଷିତଯାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ୍‌ରେ ପଠାଗଲା ଚେନ୍ନାଇ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ବରର ବାହାନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନରୁ ଉଦ୍ଧାର କରାଯାଇଥିବା ସୁରକ୍ଷିତ ଯାତ୍ରୀଙ୍କୁ ବାହାନଗାରୁ ସତନ୍ତ୍ର ଟ୍ରେନ ଯୋଗେ ଚେନ୍ନାଇ ପାଠଯାଇଛି। ୧୯୦ଜଣ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଏହି ସତନ୍ତ୍ର ଟ୍ରେନ୍‌ ନେଇ ଭୁବନେଶ୍ୱରରୁ ଚେନ୍ନାଇ ଯାଇଛି। ଏହା ବ୍ୟତୀତ ଯେଉଁ ଯାତ୍ରୀ ଘଟଣାସ୍ଥଳରୁ ଆସି ଭୁବନେଶ୍ୱର ପହଞ୍ଚୁଛନ୍ତି ତାଙ୍କର ଯିବା ପାଇଁ ମଧ୍ୟ ରେଳ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ଯାତ୍ରୀଙ୍କ ଇଚ୍ଛା ଆଉ ସୁବିଧା ଅନୁଯାୟୀ ତାଙ୍କୁ ବିଭିନ୍ନ ଟ୍ରେନ୍‌ରେ ଛଡା ଯାଉଥିବା ଷ୍ଟେଶନ ନିର୍ଦ୍ଦେଶକ କହିଛନ୍ତି ।