Categories: ଫୁରସତ

ଫଟା ଜୋତାର ମୂଲ୍ୟ ୧.୪୩ ଲକ୍ଷ ଟଙ୍କା

ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ ବାଲେନସିଆଗା ଏକ ନୂଆ ଜୋତା ଲଞ୍ଚ କରିଛି। ଏହି ଜୋତା ବହୁତ ପୁରୁଣା ଏବଂ ଚିରା-ଫଟା ଭଳି ଦେଖାଯାଉଛି। ଏହାର ମୂଲ୍ୟ ଏତେ ଅଧିକ ଯେ ଲୋକମାନେ ଏଥିପାଇଁ ଚାରି ଚକିଆ କିଣି ପାରିବେ। ଏହିପରି ଜୋତାକୁ ‘ପ୍ୟାରିସ ସ୍ନିକର୍‌’ କଲେକ୍ସନ କୁହାଯାଏ। କୁହାଯାଉଛି ଯେ, କମ୍ପାନୀ ବଜାରରେ କେବଳ ଶହେ ଯୋଡା ଜୋତା ଆଣିଛି, ଯାହା ସମ୍ପୂର୍ଣ୍ଣ ଚିରି ଯାଇଛି। ସବୁଠୁ ରୋଚକ କଥା ହେଉଛି ଏହି ଜୋତାର ମୂଲ୍ୟ ହେଉଛି $ ୧,୮୫୦ (ପ୍ରାୟ ୧,୪୩,୦୦୦ ଟଙ୍କା)। ବାଲେନସିଆଗା ନୂଆ ସୁପର-ଡିଟ୍ରେସଡ ଜୋତା ଦେଖିବା ପରେ ୟୁଜର୍ସମାନେ ସୋସିଆଲ ମିଡିଆରେ କମ୍ପାନୀକୁ ଟ୍ରୋଲ କରିବା ଆରମ୍ଭ କଲେ।
ସମଗ୍ର ବିଶ୍ୱରେ ଏହି ଜୋତା ପ୍ରି-ଅର୍ଡର ପାଇଁ ଉପଲବ୍ଧ ଅଛି। କମ୍ପାନୀ ପକ୍ଷରୁ ଏହି ଜୋତାକୁ ନେଇ ଏକ ନୋଟ ଲେଖାଯାଇଛି। ବଜାରକୁ ଆସିଥିବା ଏହି ନୂଆ ଜୋତା ଉଦ୍ଦେଶ୍ୟମୂଳକ ଭାବରେ ଅପରିଷ୍କାର ଏବଂ ଚିରାଫଟା ଭାବେ ପ୍ରସ୍ତୁତ କରାଯାଇଛି। ଏହି ଜୋତା କଳା, ଧଳା ଏବଂ ଲାଲ ରଙ୍ଗର ଉପଲବ୍ଧ ରହିଛି। ଏହା ସମ୍ପୂର୍ଣ୍ଣ କ୍ଷୟ ହୋଇଥିବା ସୂତା ଏବଂ ରବରରୁ ତିଆରି। ୟୁରୋପୀୟ ବଜାରରେ ଏହି ଜୋତା ପୂର୍ବରୁ ଉପଲବ୍ଧ । ମେ ୧୬ରେ ଆମେରିକା ଏବଂ ମେ ୨୩ରେ ଜାପାନରେ ଉପଲବ୍ଧ ହେବ।

Share