ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ ନେଇଛି ସେ ମଜା। ଆପଣମାନେ କେବେ ଫିଲ୍‌ କରନ୍ତୁ ନାହିଁ କି, ଆମ ସରକାରଟା ପଳାଇଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ରକ୍ତଦାନ ଶିବିରରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏହା କହିଛନ୍ତି। ସେ ଏ କଥା ମଧ୍ୟ କହିଥିଲେ, ଆମେ ସବୁବେଳେ ମଟନ, ଚିକେନ୍‌ ଖାଇ ଆସିଛୁ। ଆଜି ଯଦି ପଖାଳଭାତ କିମ୍ବା ପଖାଳ-ଶାଗଭଜା ଖାଇବାକୁ ପଡୁଛି ତେବେ ଖାଇବା। କିନ୍ତୁ ଲୋକଙ୍କ ପାଇଁ କାମ କରିବାକୁ ପ୍ରସ୍ତୁତ ହୋଇ ରହିବା। ଲୋକଙ୍କ ପାଇଁ ଷ୍ଟ୍ରଗଲ ଏବଂ ଫାଇଟ୍‌ କରିବା। ବିଧାୟକ ରମାକାନ୍ତଙ୍କ ଏହି ବୟାନ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଶ୍ରମିକନେତା ଅରିନ୍ଦମ ସର୍ଖେଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଦଳର ଜିଲା ସଭାପତି ରବିନାରାୟଣ ଜେନା, ବରିଷ୍ଠ ନେତା ଦୀପ୍ତି ଦାସ ପ୍ରମୁଖ ନବୀନଙ୍କ ପ୍ରଶଂସା କରିଥିଲେ।
ନବୀନ ୨୪ ବର୍ଷ କାଳ ରାଜ୍ୟ ଶାସନଭାର ମୁଣ୍ଡାଇଥିଲେ। ତାଙ୍କ ଶାସନ ସମୟରେ ରାଜ୍ୟର ପ୍ରଗତି କ୍ରିୟାଶୀଳ ହୋଇଥିଲା। ସେ ଦୀର୍ଘାୟୁ ହେବା ସହ ରାଜ୍ୟ ପାଇଁ ନିରନ୍ତର ସେବା କରିଚାଲନ୍ତୁ ବୋଲି ଦଳୀୟ ନେତାମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜେଡି ଜଗତ୍‌ସିଂହପୁର ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ଦିଲୀପ ସିଂହ, ଛାତ୍ରନେତା ସମ୍ବିତ୍‌ ଲେଙ୍କା ଓ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳ ଓ ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ୍‌ ରାଉତରାୟ, ପୂର୍ବତନ ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକଙ୍କୁ ଦେଖିବାକୁ ମିଳି ନ ଥିଲା। ଏ ସମ୍ପର୍କରେ ଚିରଞ୍ଜୀବଙ୍କ ସହ ଯୋଗାଯୋଗ କରିବାରୁ ସେ ଭୁବନେଶ୍ୱରରେ ନ ଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରି ନ ଥିଲେ। କିନ୍ତୁ ନବୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପାଇଁ ସେ ଭିଡିଓ ବାର୍ତ୍ତା ଶେୟାର କରିଥିବା କହିଛନ୍ତି। କିନ୍ତୁ ସମ୍ବିତ୍‌ ଓ ରାଜଶ୍ରୀଙ୍କୁ ତାଙ୍କ ମୋବାଇଲ ଫୋନ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।
ସୂଚନାଯୋଗ୍ୟ, ନିକଟରେ ଜଗତ୍‌ସିଂହପୁର ଭାଜପା ବିଧାୟକ ଅମରେନ୍ଦ୍ର ଦାସ ମହିଷାସୁର ଓ ରାବଣ କବଳରୁ ଓଡ଼ିଶା ମୁକୁଳିଛି ବୋଲି କହି ବିଜେଡିକୁ ଟାର୍ଗେଟ୍‌ କରିଥିଲେ। ସେହିପରି ମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ ବିଜେଡି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏବେ ଯେଉଁଭଳି ଭାବରେ କାମ ଚାଲିଛି ତାହା କେତେକ ରାବଣ ପ୍ରକୃତିର ଲୋକଙ୍କ ପୋଡ଼ାଜଳା ଆରମ୍ଭ କଲାଣି ବୋଲି କଟାକ୍ଷ କରିଥିଲେ। ଭାଜପା ନେତାଦ୍ୱୟଙ୍କ ଏହି ବୟାନ ପରେ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଶାଗ, ପଖାଳଖିଆ କଥା ସାରାଜିଲାରେ ଚର୍ଚ୍ଚାକୁ ବହୁଗୁଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri