ପରିଚୟ ହରାଉଛି ରାଜାବନ୍ଧ

ମୋରଡା,୧୧।୬(ଡି.ଏନ.ଏ) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଚିତ୍ରଡ଼ା-ଅମର୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡ଼ା ଅମଳର ରାଜା ବନ୍ଧ ପ୍ରଶାସନିକ ଅବହେଳା ଯୋଗୁ ପରିଚୟ ହରାଇବାକୁ ବସିଛି। ୧୨୫ ଏକରରୁ ଊର୍ଦ୍ଧ୍ୱ ପରିସୀମା ବିଶିଷ୍ଟ ଏହି ବନ୍ଧ ପ୍ରାୟ ୩୦୦ ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ଯୋଗାଉଥିଲା। ଏହି ବନ୍ଧର ପାଣି ବ୍ୟବହାର କରି ଚାଷୀମାନେ ଉଭୟ ଖରିଫ ଓ ରବି ଋତୁରେ ଧାନ ସହିତ ଅନ୍ୟାନ୍ୟ ଚାଷ କାର୍ଯ୍ୟ କରି ସନ୍ତୁଷ୍ଟ ହେଉଥିଲେ। କିନ୍ତୁ ଦୁଃଖର ବିଷୟ, ବିଗତ କିଛି ବର୍ଷ ହେବ ଚାଷ କାର୍ଯ୍ୟ ପାଇଁ ବର୍ଷା ଜଳ ହିଁ ଭରସା ପାଲଟିଛି। ଦିନକୁ ଦିନ ବନ୍ଧ ପୋତି ହୋଇଯାଉଛି। ଯାହା ଫଳରେ ପୂର୍ବ ଭଳି ବନ୍ଧରେ ଅଧିକ ଜଳ ସଂରକ୍ଷଣ ହେଉନାହିଁ l ତେଣୁ ଅଧିକାଂଶ ଚାଷଜମିକୁ ପାଣି ପହଞ୍ଚି ପାରୁନାହିଁ। ଯାହାର ପରିଣାମ ଚାଷୀମାନେ ଭୋଗୁଛନ୍ତି। ସେହିପରି ବନ୍ଧଟି ଏବେ ଦଳରେ ଭର୍ର୍ତ୍ତିି ହୋଇ ଯାଇଥିବାରୁ ସାଧାରଣ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ବନ୍ଧର ପୁନଃରୁଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ତେବେ ବନ୍ଧର ପୁନଃରୁଦ୍ଧାର ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଏକାଧିକ ଥର ଲିଖିତ ଭାବେ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଦାବି କରିଥିଲେ ମଧ୍ୟ ସେମାନଙ୍କ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ହଳଦୀପାଳ ସରପଞ୍ଚ ମାଳତୀ ମାରାଣ୍ଡି କହିଛନ୍ତି ଯେ, ରାଜା ବନ୍ଧ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି। ତେଣୁ ରାଜ୍ୟ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧର ପୁନଃରୁଦ୍ଧାର କଲେ ଚାଷୀମାନେ ଉପକୃତ ହୋଇପାରିବେ l
ସେହିପରି ସମିତି ସଭ୍ୟ ତନୟ ଦାସ କୁହନ୍ତି, ରାଜା ବନ୍ଧର ପୁନଃରୁଦ୍ଧାର ନ ହେଲେ ଆଉ କିଛି ବର୍ଷ ଭିତରେ ଏହା ଏକ ନାଳରେ ପରିଣତ ହୋଇଯିବ। ସେପଟେ ବନ୍ଧର ପୁନଃରୁଦ୍ଧାର ସହିତ ବନ୍ଧ କୂଳରେ ଥିବା ମା’ଦୁଆରଶୁଣୀଙ୍କ ପୀଠର ମଧ୍ୟ ଉନ୍ନତିକରଣ କରାଗଲେ ପୀଠକୁ ଭକ୍ତଙ୍କ ସୁଅ ଛୁଟିବ। ଜିଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବନ୍ଧର ପୁନଃରୁଦ୍ଧାର ଆଲୋକୀକରଣ ବ୍ୟବସ୍ଥା ଓ ଜଳାଶୟରେ ବୋଟିଂର ବ୍ୟବସ୍ଥା କରାଗଲେ ଏହା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିବ। ଆଗାମୀ ଦିନରେ ପ୍ରଶାସନ ଯଦି ବନ୍ଧର ଉନ୍ନତି ଦିଗରେ କୌଣସି ପଦକ୍ଷେପ ନ ନିଏ ତେବେ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ମୋରଡା ବ୍ଲକ ଭଞ୍ଜସେନା ସଭାପତି ପରିତୋଷ ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri