ପରିଚୟ ହରାଉଛି ରାଜାବନ୍ଧ

ମୋରଡା,୧୧।୬(ଡି.ଏନ.ଏ) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଚିତ୍ରଡ଼ା-ଅମର୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡ଼ା ଅମଳର ରାଜା ବନ୍ଧ ପ୍ରଶାସନିକ ଅବହେଳା ଯୋଗୁ ପରିଚୟ ହରାଇବାକୁ ବସିଛି। ୧୨୫ ଏକରରୁ ଊର୍ଦ୍ଧ୍ୱ ପରିସୀମା ବିଶିଷ୍ଟ ଏହି ବନ୍ଧ ପ୍ରାୟ ୩୦୦ ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ଯୋଗାଉଥିଲା। ଏହି ବନ୍ଧର ପାଣି ବ୍ୟବହାର କରି ଚାଷୀମାନେ ଉଭୟ ଖରିଫ ଓ ରବି ଋତୁରେ ଧାନ ସହିତ ଅନ୍ୟାନ୍ୟ ଚାଷ କାର୍ଯ୍ୟ କରି ସନ୍ତୁଷ୍ଟ ହେଉଥିଲେ। କିନ୍ତୁ ଦୁଃଖର ବିଷୟ, ବିଗତ କିଛି ବର୍ଷ ହେବ ଚାଷ କାର୍ଯ୍ୟ ପାଇଁ ବର୍ଷା ଜଳ ହିଁ ଭରସା ପାଲଟିଛି। ଦିନକୁ ଦିନ ବନ୍ଧ ପୋତି ହୋଇଯାଉଛି। ଯାହା ଫଳରେ ପୂର୍ବ ଭଳି ବନ୍ଧରେ ଅଧିକ ଜଳ ସଂରକ୍ଷଣ ହେଉନାହିଁ l ତେଣୁ ଅଧିକାଂଶ ଚାଷଜମିକୁ ପାଣି ପହଞ୍ଚି ପାରୁନାହିଁ। ଯାହାର ପରିଣାମ ଚାଷୀମାନେ ଭୋଗୁଛନ୍ତି। ସେହିପରି ବନ୍ଧଟି ଏବେ ଦଳରେ ଭର୍ର୍ତ୍ତିି ହୋଇ ଯାଇଥିବାରୁ ସାଧାରଣ ଲୋକେ ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ବନ୍ଧର ପୁନଃରୁଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ତେବେ ବନ୍ଧର ପୁନଃରୁଦ୍ଧାର ପାଇଁ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଏକାଧିକ ଥର ଲିଖିତ ଭାବେ ଅଞ୍ଚଳବାସୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଦାବି କରିଥିଲେ ମଧ୍ୟ ସେମାନଙ୍କ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ହଳଦୀପାଳ ସରପଞ୍ଚ ମାଳତୀ ମାରାଣ୍ଡି କହିଛନ୍ତି ଯେ, ରାଜା ବନ୍ଧ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି। ତେଣୁ ରାଜ୍ୟ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବନ୍ଧର ପୁନଃରୁଦ୍ଧାର କଲେ ଚାଷୀମାନେ ଉପକୃତ ହୋଇପାରିବେ l
ସେହିପରି ସମିତି ସଭ୍ୟ ତନୟ ଦାସ କୁହନ୍ତି, ରାଜା ବନ୍ଧର ପୁନଃରୁଦ୍ଧାର ନ ହେଲେ ଆଉ କିଛି ବର୍ଷ ଭିତରେ ଏହା ଏକ ନାଳରେ ପରିଣତ ହୋଇଯିବ। ସେପଟେ ବନ୍ଧର ପୁନଃରୁଦ୍ଧାର ସହିତ ବନ୍ଧ କୂଳରେ ଥିବା ମା’ଦୁଆରଶୁଣୀଙ୍କ ପୀଠର ମଧ୍ୟ ଉନ୍ନତିକରଣ କରାଗଲେ ପୀଠକୁ ଭକ୍ତଙ୍କ ସୁଅ ଛୁଟିବ। ଜିଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବନ୍ଧର ପୁନଃରୁଦ୍ଧାର ଆଲୋକୀକରଣ ବ୍ୟବସ୍ଥା ଓ ଜଳାଶୟରେ ବୋଟିଂର ବ୍ୟବସ୍ଥା କରାଗଲେ ଏହା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରିବ। ଆଗାମୀ ଦିନରେ ପ୍ରଶାସନ ଯଦି ବନ୍ଧର ଉନ୍ନତି ଦିଗରେ କୌଣସି ପଦକ୍ଷେପ ନ ନିଏ ତେବେ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ମୋରଡା ବ୍ଲକ ଭଞ୍ଜସେନା ସଭାପତି ପରିତୋଷ ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri