ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ

ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍‌ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଛକରେ ଷ୍ଟାଚ୍ୟୁମାନ ନିର୍ମାଣ କରାଯାଇଥଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷେ ନ ପୁରୁଣୁ ଏହି ଷ୍ଟାଚ୍ୟୁଗୁଡିକ ଭାଙ୍ଗିଗଲାଣି। ଏହା ରାଉରକେଲା ପାୱାରହାଉସ୍‌ ରିଂରୋଡ୍‌ ଓ ହନୁମାନ ବାଟିକା ଛକରେ ଦେଖିବାକୁ ମିଳିଛି। ଫଳରେ ଏହିସବୁ କାମର ମାନକୁ ନେଇ ନାନା ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ପାୱାରହାଉସ୍‌ ରିଂରୋଡ୍‌ ଛକ ରାସ୍ତାକଡ଼ରେ ଦର୍ଶକ ଓ ଖେଳାଳିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଚିତାବାଘ, ହରିଣ, ମାଙ୍କଡର ସିମେଣ୍ଟ ଷ୍ଟାଚ୍ୟୁ କରାଯାଇଥିଲା। ଉକ୍ତ ଷ୍ଟାଚ୍ୟୁତଳେ ସ୍ବତନ୍ତ୍ର ଆଲୋକୀକରଣ ହୋଇଥିଲା। ଏହି ବାଟ ଦେଇ ବାଟୋଇମାନେ ଉକ୍ତ ସ୍ଥାନରେ ଅଟକି କିଛି ସମୟ ସେଲ୍‌ଫି ଉଠାଇବାର ମଜା ନେଉଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ୍‌କୁ ନେଇ ବିଭିନ୍ନ ଉନ୍ନତିମୂଳକ କାମ ଯୋଗୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର ହକି ବିଶ୍ୱକପ୍‌ ସରିବା ପରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ତ୍ତମାନ ସେଗୁଡିକ ଅବ୍ୟବସ୍ଥାରେ ପଡି ରହିଛି। ଏହି ଛକରେ ଷ୍ଟାଚ୍ୟୁ ତଳେ ଲାଗିଥିବା ବହୁ ଲାଇଟ୍‌ ଜଳୁନାହିଁ। ମାଙ୍କଡ ଷ୍ଟାଚ୍ୟୁର ହାତ ଭାଙ୍ଗିଯାଇଛି। ସେହିଭଳି ହରିଣର ସିଙ୍ଗ ଓ ଲାଞ୍ଜ ଖସି ଯାଇଥିବାବେଳେ ବାଘ ଷ୍ଟାଚ୍ୟୁ ଭଗ୍ନ ଅବସ୍ଥାରେ ରହିଛି। ଅବହେଳିତ ହୋଇ ପଡି ରହିଥିବା ଷ୍ଟାଚ୍ୟୁ ପଛପଟେ ବିଭିନ୍ନ ସମୟରେ ଅସାମାଜିକଙ୍କ ଆଡ୍ଡା ଜମୁଛି।
ହନୁମାନ ବାଟିକା ଛକରେ ଥିବା ସେଲ୍‌ପି ପଏଣ୍ଟ ଷ୍ଟାଚ୍ୟୁ ଅଚଳ ହୋଇପଡିଛି। ସେଠାରେ ଥିବା ୱାଟର ଫାଉଣ୍ଟେନ ମଧ୍ୟ କାର୍ଯ୍ୟ କରୁନାହିଁ। ବୁଲାପ୍ରାଣୀ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ସେହିପରି ଛେଣ୍ଡ ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ ନିକଟରେ ଫୁଟ୍‌ପାଥରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ପଭେର ବ୍ଲକ୍‌ଗୁଡିକ ଅଧାରୁ ଅଧିକ ଉଠିଯାଇଛି। ନିମ୍ନମାନର ତରବରିଆ କାମ ପାଇଁ ଏଭଳି ପରିସ୍ଥିତି ଉପୁଜୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେଣଉ ଏହାର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଏ ନେଇ ଆରଏମ୍‌ସି କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ହକି ବିଶ୍ୱକପ୍‌ ସମୟରେ ସହରର ରାସ୍ତାକଡ ଓ ଛକମାନଙ୍କରେ ତିଆରି ହୋଇଥିବା ଷ୍ଟାଚ୍ୟୁର ରକ୍ଷଣାବେକ୍ଷଣ ପାଇଁ ଆମେ ସଜାଗ ରହିଛୁ। ପ୍ରଥମ ପର୍ଯ୍ୟାୟରେ ୬ ମାସ ତଳେ ଛେଣ୍ଡ ଓ ଷ୍ଟାଡିୟମ ପାଖ ଅଞ୍ଚଳ ସହ ଏୟାରପୋର୍ଟକୁ ସଂଯୋଗ କରୁଥିବା ରିଂରୋଡ୍‌ର ଷ୍ଟାଚ୍ୟୁକୁ ପୁନରୁଦ୍ଧାର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ଫେବୃଆରୀ ମାସରେ ଏହିସବୁ ଷ୍ଟାଚ୍ୟୁ କାର୍ଯ୍ୟ ଶେଷ କରାଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri