ବାଟ ରୋକିଲା ହାଟ

ଅନୁଗୋଳ ଅଫିସ, ୨।୧୧: ଭିଡ଼ ହେଲେ ସଂକ୍ରମଣ ବଢ଼ିବ। ସେଥିପାଇଁ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଭିତରେ ହେଉଥିବା ହାଟକୁ ପ୍ରଶାସନ ବନ୍ଦ କରି ଅନୁଗୋଳ-କଟକ ରାସ୍ତାର କଲେଜ ଛକକୁ ସ୍ଥାନାନ୍ତର କଲା। କିନ୍ତୁ ରାସ୍ତା ପାର୍ଶ୍ୱରେ ବସୁଥିବା ଉକ୍ତ ହାଟରେ କିପରି ସାମାଜିକ ଦୂରତ୍ୱ ବଜାୟ ରହିବ ଓ ଯାତାୟାତରେ ଅସୁବିଧା ହେବନାହିଁ ସେଥିପ୍ରତି ଆଖିବୁଜି ଦେଲା ପ୍ରଶାସନ। ଫଳରେ ରବିବାର ଉକ୍ତ ହାଟରେ ଭିଡ଼ ଏପରି ଅନିୟନ୍ତ୍ରିତ ହୋଇଗଲା ଯେ ଅନୁଗୋଳ-କଟକ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ଅବସ୍ଥା ସୃଷ୍ଟି ହେଲା। ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ଆଗକୁ ବଢ଼ିବାକୁ ବାଟ ମଧ୍ୟ ପାଇଲେ ନାହିଁ। ଏପରି କି ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଭିଡ଼ରେ ଫସିଯାଇଥିବା ଦେଖାଯାଇଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।
ଅନୁଗୋଳରେ କରୋନା କାୟା ବିସ୍ତାର କରିବା ପରେ ସାପ୍ତାହିକ ଓ ଦୈନିକ ହାଟ ଉପରେ କଟକଣା ଲଗାଯାଇଥିଲା। କିଛି ଦିନ ବନ୍ଦ ରଖାଯିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ଥିବା ଖୋଲା ପଡ଼ିଆକୁ ସ୍ଥାନାନ୍ତର କରାଗଲା। ପୋଲିସ ଉପସ୍ଥିତିରେ ମଧ୍ୟ କେତେଦିନ କିଣାବିକା ଚାଲିଲା। ତଥାପି ଭିଡ଼ ହେବାରୁ ହାଟ ଅନୁଗୋଳ ଷ୍ଟାଡିୟମରେ ବସିବ ବୋଲି ପ୍ରଶାସନ ସ୍ଥିର କଲା। ସେଠାରେ ମଧ୍ୟ ସାମାଜିକ ଦୂରତ୍ୱ ଉପରେ ପୋଲିସ ନଜର ରଖିଲା। କିନ୍ତୁ ଗତ ଅକ୍ଟୋବର ୪ ତାରିଖରେ ଆର୍‌ଏମ୍‌ସି ସମ୍ମୁଖରେ ହାଟ ବସିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏଥିସହ ଅନୁଗୋଳ-କଟକ ରାସ୍ତାର କଲେଜ ଛକରେ ସାପ୍ତାହିକ ହାଟ ବସିଲା। ତେବେ କାର୍ତ୍ତିକ ମାସ ଆରମ୍ଭରୁ ଏହି ରବିବାରିଆ ହାଟରେ ହଠାତ୍‌ ସକାଳୁ ଭିଡ଼ ବଢ଼ିଯାଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସ କି ପ୍ରଶାସନ ଗଠନ କରିଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କେହି ବି ନ ଥିଲା। ତେଣୁ ବ୍ୟବସାୟୀମାନେ ଯେଉଁଠି ପାରିଲେ ପସରା ମେଲାଇଦେଲେ। ପରିବା ନେବାକୁ ଆସିଥିବା ଖାଉଟି ମଧ୍ୟ ମଧ୍ୟ ଅମାନିଆ ହୋଇ ବାଇକ୍‌, ସାଇକେଲ ରାସ୍ତା ଉପରେ ରଖିବା ସହ ଭିଡ଼ ବଢ଼ାଇ ଦେଲେ। ଫଳରେ ଅବ୍ୟବସ୍ଥା ଏପରି ବଢ଼ିଗଲା ଯେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଲା। ଉଭୟ ପାର୍ଶ୍ୱରେ ଗାଡ଼ିର ଲମ୍ବା ଲାଇନ୍‌ ଲାଗିଗଲା। ଭିଡ଼ରେ ଫସି ଲୋକେ କଲବଲ ହେଉଥିବା ବେଳେ ଅନୁଗୋଳ ମେଡିକାଲରୁ ରୋଗୀଙ୍କୁ ନେଇ କଟକ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ କିଛି ସମୟ ଧରି ବାଟ ମିଳି ନ ଥିଲା। ଶୀତଋତୁ ଆସିଯାଇଥିବାରୁ ପ୍ରଶାସନ ବାରମ୍ବାର ଅଧିକ ସତର୍କ ରହିବାକୁ ଲୋକଙ୍କୁ କହୁଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆ ନ ଯିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସନ୍ଧ୍ୟାରେ ଖୋଲାଯାଉଛି ହାଟ
ସରକାରଙ୍କ ନିର୍ଦ୍ଦେଶ ପରେ ଆର୍‌ଏମ୍‌ସିର ସମସ୍ତ ହାଟ ବନ୍ଦ ରହିଛି। ତେବେ ଅନୁଗୋଳ ଷ୍ଟାଡିୟମରୁ ଗତ ଅକ୍ଟୋବର ୪ରୁ ହାଟ ଆର୍‌ଏମ୍‌ସି ସମ୍ମୁଖକୁ ସ୍ଥାନାନ୍ତର ହୋଇଛି। ତେଣୁ ହାଟ ଆର୍‌ଏମ୍‌ସି ଅଧୀନରେ ନାହିଁ। ଏହାକୁ ପୌରପାଳିକା ନିୟନ୍ତ୍ରଣ କରୁଛି।
-ଶମ୍ଭୁନାଥ ନାୟକ, ଆର୍‌ଏମ୍‌ସି ସମ୍ପାଦକ

ଆମ୍ବୁଲାନ୍ସ ଅଟକିଯିବା ଚିନ୍ତାର ବିଷୟ
ଅନୁଗୋଳରୁ ରୋଗୀ ନେଇ କଟକ ଯାଉଥିବା ଆମ୍ବୁଲାନ୍ସ ଭିଡ଼ରେ ଅଟକି ରହିବା ନିଶ୍ଚିତ ଚିନ୍ତାର ବିଷୟ। ଯଦି ସମ୍ପୃକ୍ତ ରୋଗୀଙ୍କର କିଛି ଅସୁବିଧା ହୋଇଥାନ୍ତା ତା’ହେଲେ ଏଥିପାଇଁ କିଏ ଦାୟୀ ରହିଥାନ୍ତା। ପ୍ରଶାସନ ଆଗାମୀ ଦିନ ପାଇଁ ସତର୍କ ରହିବା ଜରୁରୀ।
-ପ୍ରତାପ ମାଝି, ଅନୁଗୋଳବାସୀ

ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଲା କୁଆଡ଼େ
ହାଟ ବଜାରରେ ଅମାନିଆ ହେଉଥିବା ଲୋକମାନଙ୍କଠାରୁ ଜରିମାନା ଆଦାୟ ପାଇଁ ପ୍ରଶାସନ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରିଛି। ହେଲେ ରବିବାର ରାସ୍ତା ଉପରେ ଏତେ ଭିଡ଼ ହୋଇଥିଲେ ମଧ୍ୟ ପୋଲିସ କି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଦେଖା ମିଳିଲା ନାହିଁ।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ

ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ
ରବିବାର ହାଟ ରାସ୍ତା କଡ଼ରେ ବସୁଥିବାରୁ ପୌରପାଳିକା କେବଳ ଟିକସ ଆଦାୟ କରୁଛି। ହାଟ କେଉଁଠି ହେବ କି ନାହିଁ, ତାହା ଉପରେ ପୌର ଅଧିକାରୀଙ୍କ କତ୍ତୃତ୍ୱ ନାହିଁ। ଆଗକୁ କିପରି ଗହଳି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri