ବ୍ରାହ୍ମଣୀଗାଁ,୧୬।୯(ମନୋରଞ୍ଜନ ରଣା) : ୟୁପି ସ୍କୁଲକୁ ଯିବା ଛକ ରାସ୍ତା କଡ଼ ସାଜିଛି ଅଳିଆଗଦା। ଛକ ପାଖରେ ଥିବା କିଛି ଅସାଧୁ ଦୋକାନୀ ରାତି ସମୟରେ ନିଜ ଦୋକାନର ଅଳିଆ ଆବର୍ଜ୍ଜନାକୁ ଗାଁଠାରୁ ଦୂର ସ୍ଥାନରେ ନ ଫିଙ୍ଗି ୟୁପି ସ୍କୁଲ ଯିବା ରାସ୍ତାରେ ଫୋପାଡ଼ି ଦେଉଛନ୍ତି । ବ୍ରାହ୍ମଣୀଗାଁରେ ଶୌଚାଳୟ ନ ଥିବା ଯୋଗୁ ଦିନକୁ ଦିନ ଗାଡ଼ି ରେ ଆସୁଥିବା ଯାତ୍ରୀ ସେହି ଅଳିଆ ଗଦାରେ ହିଁ ଶୌଚ କରିଥିବାରୁ ସେଠାରୁ ଦୁର୍ଗନ୍ଧ ବାହାରି ପରିବେଶକୁ ପ୍ରଦୂଷିତ କରୁଛି। ସେହି ରାସ୍ତା ଦେଇ ବିଭିନ୍ନ ସାହି ଲୋକେ ଏବଂ ବହୁ ସ୍କୁଲ ପିଲା ମାନେ ନିତିଦିନ ଯା’ ଆସ କରନ୍ତି। ଫଳରେ ପିଲାମାନେ ଏପରି ଅପରିଷ୍କାର ପରିବେଶ ଦେଖି ନାକ ଟେକୁଛନ୍ତି । ପଞ୍ଚାୟତ ଏଥି ପ୍ରତି ଧ୍ୟାନ ଦେଇ ପରିବେଶ ସ୍ବଚ୍ଛ ରଖିବାକୁ ତାଗିଦ କରିବା ସହ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।


