ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ଯାଜପୁର ଜିଲାର ବିକାଶ ଧାରାକୁ ପଛକୁ ଠେଲି ଦେଇଛି। ଗ୍ରାମ୍ୟ ନିର୍ମାଣ ବିଭାଗର ଅର୍ଥକୁ ଲୁଟର ମାଧ୍ୟମ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ଜିଲାର ଅନ୍ୟତମ ବ୍ୟସ୍ତବହୁଳ ଆଙ୍କୁଳା-ପାଣିକୋଇଲି ରାସ୍ତାକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି।
ଯାଜପୁର ଜିଲା ଗଠନ ହେବାର ୨୮ ବର୍ଷ ଅତିକ୍ରମ କରିଛି। ଇତିମଧ୍ୟରେ ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ସରକାରଙ୍କ ବିଭିନ୍ନ ମନ୍ତ୍ରୀମଣ୍ଡଳର ଦାୟିତ୍ୱରେ ରହିଛନ୍ତି । ହେଲେ ସେମାନଙ୍କ ଆନ୍ତରିକତା ଅଭାବ ଜିଲାର ବିକାଶରେ ଅନ୍ତରାୟ ସାଜିଥିବା ମତପ୍ରକାଶ ପାଉଛି । ଜିଲାର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ସବୁ ସ୍ଥାନକୁ ଏଯାଏ ଗମନାଗମନର ସୁବ୍ୟବସ୍ଥା ହୋଇପାରିନାହିଁ। କୋରେଇ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ଖଇରାବାଦ, ନାଥସାହି, ଭୁବନେଶ୍ୱରପୁର, ବେରୁଦା, ମାଳଆନନ୍ଦପୁର, ଚଇନପୁର ଏବଂ ପାଣିକୋଇଲି ପଞ୍ଚାୟତର ଅଧିବାସୀମାନେ ପ୍ରତ୍ୟେକ୍ଷ ଭାବେ ଆଙ୍କୁଳା-ପାଣିକୋଇଲି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହାବାଦ୍‌ ଯାଜପୁର, ଦଶରଥପୁର, ବିଂଝାରପୁର ଏବଂ କୋରେଇ ବ୍ଳକର ଦୁଇ ଚକିଆ ଯାନ ଆରୋହୀ ଏହି ରାସ୍ତାରେ ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଦୀର୍ଘଦିନର ଜନ ଆନ୍ଦୋଳନ ଫଳରେ ଏ ରାସ୍ତାଟି ଏକ ସବୁଦିନିଆ ରାସ୍ତାରେ ପରିଣତ ହୋଇଥିଲା। ବିିଭିନ୍ନ ସମୟରେ ଉକ୍ତ ରାସ୍ତାର ମରାମତି ନିମନ୍ତେ ଲକ୍ଷାଧିକ ଟଙ୍କା ଅନୁଦାନ ଆସୁଛି। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ରାସ୍ତା ଲୋକଙ୍କୁ ଉପଯୁକ୍ତ ଗମନାଗମନର ସୁବିଧା ପ୍ରଦାନ କରିବାରେ ଅସମର୍ଥ ହେଉଛି।
ବୁଢ଼ାନଦୀର ପଶ୍ଚିମ ପଟରୁ ଏନ୍‌ଏଚ୍‌-୧୬ର ସଂଯୋଗ ସ୍ଥାନ ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନନୀୟ। ସରକାରୀ ଅର୍ଥ ଆଖିବୁଜା ଖର୍ଚ୍ଚ ହେଉଥିଲେ ବି ମରାମତି କାମ ନିମ୍ନମାନର ହେଉଛି ଏହା ବୁଝିବାକୁ ଯନ୍ତ୍ରୀମାନେ କାହିଁକି ନାରାଜ ତାହା ଅନୁଭବୀମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ମତପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି। ରାସ୍ତାର ସବୁଠାରୁ ଖରାପ ସ୍ଥିତିରେ ମା’ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମୁଖ ଅଂଶ, ନମିଟିକିରି ଶିବ ମନ୍ଦିର, ହାଇ ଲେବଲ କେନାଲର ଉଭୟ ପୂର୍ବ ଓ ପଶ୍ଚିମ ଅଂଶ, ଯମୁନା ନଦୀ ପୋଲର ଉଭୟ ପୂର୍ବ ଓ ପଶ୍ଚିମ ଭାଗ, ନୂଆପଡ଼ା ମିନିଷ୍ଟାଡିୟମ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ପାଣିକୋଇଲି ଏନ୍‌ଏଚ୍‌କୁ ସଂଯୋଗୀ ଅଂଶର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଥିଯୋଗୁ ପ୍ରତିମୁହୂର୍ତ୍ତରେ ବିପଦର ଆଶଙ୍କା ରହିଛି। ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ଚୌଦ୍ୱାର,୧୨ା୧୦ (ଡି.ଏନ୍‌.ଏ): ଶନିବାର ଅପରାହ୍ନରେ ବିରୁପା ନଦୀ ବ୍ୟାରେଜ ନିକଟରେ ଗାଧୋଉଥିବାବେଳେ ୨ଜଣ ଯୁବକ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ

ଭୁବନେଶ୍ୱର,୧୨।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ଉଭୟଙ୍କ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ...

କନ୍ଧମାଳରେ ଯବାନ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କନ୍ଧମାଳ ଜିଲାରେ ଶୁକ୍ରବାର କୋମ୍ବିଂ ଅପରେଶନ ସମୟରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କୁ ବଡ ସଫଳତା ମିଳିଛି। ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଦୀର୍ଘ...

ଟିକାକରଣ ପାଇଁ କମିଟି ଗଠନ କଲେ ସରକାର

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଖୁବ୍‌ଶୀଘ୍ର ଦେଶରେ କରୋନା ଟିକା ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ବ୍ୟବସ୍ଥା ଯେଭଳି...

ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର...

ଡିଜିପିଙ୍କୁ ଭେଟିଲା ଭାଜପା ପ୍ରତିନିଧି ମଣ୍ଡଳୀ

କଟକ ଅଫିସ,୩୦।୧୧: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ମୁକ୍ତ ତଥା ଅବାଧ ନିର୍ବାଚନ ନିମନ୍ତେ ବରଗଡ଼ ଏସ୍‌ପିଙ୍କ ନିଷ୍କ୍ରିୟତା ଯୋଗୁ...

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୨୩ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧: ଭାରତର ପ୍ରାଦେଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେ କର୍ଡ...

ସିବିଆଇ କୋର୍ଟରେ ହାଜର ହେଲେ ବିବନ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ସୋମବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ...

Advertisement
Archives

Model This Week