ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ଯାଜପୁର ଜିଲାର ବିକାଶ ଧାରାକୁ ପଛକୁ ଠେଲି ଦେଇଛି। ଗ୍ରାମ୍ୟ ନିର୍ମାଣ ବିଭାଗର ଅର୍ଥକୁ ଲୁଟର ମାଧ୍ୟମ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ଜିଲାର ଅନ୍ୟତମ ବ୍ୟସ୍ତବହୁଳ ଆଙ୍କୁଳା-ପାଣିକୋଇଲି ରାସ୍ତାକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି।
ଯାଜପୁର ଜିଲା ଗଠନ ହେବାର ୨୮ ବର୍ଷ ଅତିକ୍ରମ କରିଛି। ଇତିମଧ୍ୟରେ ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ସରକାରଙ୍କ ବିଭିନ୍ନ ମନ୍ତ୍ରୀମଣ୍ଡଳର ଦାୟିତ୍ୱରେ ରହିଛନ୍ତି । ହେଲେ ସେମାନଙ୍କ ଆନ୍ତରିକତା ଅଭାବ ଜିଲାର ବିକାଶରେ ଅନ୍ତରାୟ ସାଜିଥିବା ମତପ୍ରକାଶ ପାଉଛି । ଜିଲାର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ସବୁ ସ୍ଥାନକୁ ଏଯାଏ ଗମନାଗମନର ସୁବ୍ୟବସ୍ଥା ହୋଇପାରିନାହିଁ। କୋରେଇ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ଖଇରାବାଦ, ନାଥସାହି, ଭୁବନେଶ୍ୱରପୁର, ବେରୁଦା, ମାଳଆନନ୍ଦପୁର, ଚଇନପୁର ଏବଂ ପାଣିକୋଇଲି ପଞ୍ଚାୟତର ଅଧିବାସୀମାନେ ପ୍ରତ୍ୟେକ୍ଷ ଭାବେ ଆଙ୍କୁଳା-ପାଣିକୋଇଲି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହାବାଦ୍‌ ଯାଜପୁର, ଦଶରଥପୁର, ବିଂଝାରପୁର ଏବଂ କୋରେଇ ବ୍ଳକର ଦୁଇ ଚକିଆ ଯାନ ଆରୋହୀ ଏହି ରାସ୍ତାରେ ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଦୀର୍ଘଦିନର ଜନ ଆନ୍ଦୋଳନ ଫଳରେ ଏ ରାସ୍ତାଟି ଏକ ସବୁଦିନିଆ ରାସ୍ତାରେ ପରିଣତ ହୋଇଥିଲା। ବିିଭିନ୍ନ ସମୟରେ ଉକ୍ତ ରାସ୍ତାର ମରାମତି ନିମନ୍ତେ ଲକ୍ଷାଧିକ ଟଙ୍କା ଅନୁଦାନ ଆସୁଛି। କିନ୍ତୁ ବିଭାଗୀୟ ଯନ୍ତ୍ରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ରାସ୍ତା ଲୋକଙ୍କୁ ଉପଯୁକ୍ତ ଗମନାଗମନର ସୁବିଧା ପ୍ରଦାନ କରିବାରେ ଅସମର୍ଥ ହେଉଛି।
ବୁଢ଼ାନଦୀର ପଶ୍ଚିମ ପଟରୁ ଏନ୍‌ଏଚ୍‌-୧୬ର ସଂଯୋଗ ସ୍ଥାନ ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନନୀୟ। ସରକାରୀ ଅର୍ଥ ଆଖିବୁଜା ଖର୍ଚ୍ଚ ହେଉଥିଲେ ବି ମରାମତି କାମ ନିମ୍ନମାନର ହେଉଛି ଏହା ବୁଝିବାକୁ ଯନ୍ତ୍ରୀମାନେ କାହିଁକି ନାରାଜ ତାହା ଅନୁଭବୀମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ମତପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି। ରାସ୍ତାର ସବୁଠାରୁ ଖରାପ ସ୍ଥିତିରେ ମା’ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମୁଖ ଅଂଶ, ନମିଟିକିରି ଶିବ ମନ୍ଦିର, ହାଇ ଲେବଲ କେନାଲର ଉଭୟ ପୂର୍ବ ଓ ପଶ୍ଚିମ ଅଂଶ, ଯମୁନା ନଦୀ ପୋଲର ଉଭୟ ପୂର୍ବ ଓ ପଶ୍ଚିମ ଭାଗ, ନୂଆପଡ଼ା ମିନିଷ୍ଟାଡିୟମ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ପାଣିକୋଇଲି ଏନ୍‌ଏଚ୍‌କୁ ସଂଯୋଗୀ ଅଂଶର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଥିଯୋଗୁ ପ୍ରତିମୁହୂର୍ତ୍ତରେ ବିପଦର ଆଶଙ୍କା ରହିଛି। ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri