ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ।
ଧୁଙ୍ଗିଆପାଣି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୫୦ପରିବାରର ପ୍ରାୟ ୨୦୦ ଲୋକ ରହିଥାନ୍ତି। ସମସ୍ତେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି। ଏବେ ସୁଦ୍ଧା ଏଠାକୁ ପକ୍କା ସଡ଼କ, ବିଜୁଳି ସଂଯୋଗ, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ରାସ୍ତା ନ ଥିବା ଯୋଗୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀ, ଗର୍ଭବତୀଙ୍କୁ ଖଟିଆ କିମ୍ବା ଶଗଡ଼ରେ ୩ କିଲୋମିଟର ନେବା ପରେ ସେହିଠାରୁ ଆମ୍ବୁଲାନ୍ସ ଆସି ଡାକ୍ତରଖାନାକୁ ନେଇଥାଏ। ଅମଳ ଫସଲ ମଧ୍ୟ ବଜାର ପର୍ଯ୍ୟନ୍ତ ନେବା କଷ୍ଟକର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁଳି ନ ଥିବା ଯୋଗୁ ସନ୍ଧ୍ୟା ହେଲେ ଲୋକଙ୍କ ଭରସା ଡିବିରି। ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଭୟ ରହିଥିବା ହେତୁ ସନ୍ଧ୍ୟା ପୂର୍ବରୁ ଗ୍ରାମବାସୀ ତାଟିକବାଟ କିଳି ଘର ଭିତରେ ପଶିଥାନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ନାହିଁ। ପିଲାମାନେ ସ୍କୁଲ ପୂର୍ବରୁ ଶୈକ୍ଷିକ ବାତାବରଣ ବିଷୟରେ ଅବଗତ ହୋଇପାରନ୍ତି ନାହିଁ। ସେହିଭଳି ଅଙ୍ଗନଓ୍ବାଡି କେନ୍ଦ୍ରରୁ ମିଳୁଥିବା ଲାଭ ଗ୍ରାମବାସୀଙ୍କୁ ମିଳେନାହିଁ। ସ୍କୁଲ ଯିବା ପାଇଁ ହେଲେ ୩ ରୁ ୪ କିଲୋମିଟର ଚାଲିବାକୁ ପଡ଼େ। ତେଣୁ ପ୍ରାୟ ଅନେକ ଅଭିଭାବକ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅମଙ୍ଗ। ସରକାର ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢ଼ିବାକୁ ଉପଦେଶ ଦେଉଛନ୍ତି। କିନ୍ତୁ ଏଠାରେ ଏବେବି ମୋବାଇଲ ନେଟ୍‌ଓ୍ବର୍କ ନାହିଁ। ଅନ୍‌ଲାଇନ ପାଠପଢ଼ା କ’ଣ ସେ ସମ୍ପର୍କରେ ଅବଗତ ନ ଥିବା ଗ୍ରାମବାସୀ କହିଛନ୍ତି। ସମସ୍ତ ସୁବିଧା ଯୋଗାଇବାକୁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମର ସୋମା ଭତ୍ରା, ବୁଦୁରାମ ଭତ୍ରା, କେଶରୀ ପାତ୍ର, ମହାଦେବ ସରକାର, ମୋନା ଗୌଡ଼, ସୁନାଧର ଗୌଡ଼, ରଞ୍ଜନ ଗଣ୍ଡ, ହରି ଗୌଡ଼ କହିଛନ୍ତି। ଏ ନେଇ ଉମରକୋଟ ବିଡିଓ ଦେବୀପ୍ରସାଦ ଟାଲିଙ୍କୁ ପଚାରିବାରୁ ଗାଁରେ ଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ବିଜୁଳି ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହେବ। ଗାଁର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri