ରାସ୍ତା ବୁଡ଼ିଲା, ଘରେ ପଶିଲା ପାଣି

ଖୋର୍ଦ୍ଧା ଅଫିସ,୧୪ ।୮: ଖୋର୍ଦ୍ଧା ସହରର ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ବଢ଼ାଉଛି। ଅଧିକାଂଶ ଡ୍ରେନ୍‌ ପୋତି ହୋଇଥିବା ବେଳେ ଅନେକ ସ୍ଥାନରେ ଜବରଦଖଲରେ ରହିଛି। ଲଘୁଚାପଜନିତ ବର୍ଷା ଯୋଗୁ ନୟାଗଡ଼ ରାସ୍ତା, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌, ମୁକୁନ୍ଦପ୍ରସାଦ, ସାମନ୍ତରାପୁର, ସମବାୟ ଛକରୁ ପୌର କାର୍ଯ୍ୟାଳୟ ରାସ୍ତା, ମସ୍‌ଜିଦ୍‌ ସମ୍ମୁଖ, ଖ୍ରୀଷ୍ଟିଆନ ସାହି ଆଦି ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିବା ସହ ଏକାଧିକ ସ୍ଥାନରେ ଘରେ ପଶିଥିବା ଦେଖିବାକୁ ମିଳିଛି। ପୌର ପରିଷଦ ଅଧୀନ ଓ୍ବାର୍ଡ ନମ୍ବର ୧୨ ଅନ୍ତର୍ଗତ ନୟାଗଡ଼ ଜାତୀୟ ରାଜପଥ ଚଣ୍ଡିଚୁଆ ଛକ ପୂର୍ବରୁ ଥିବା ଅଞ୍ଚଳରୁ ପାଣି ନିଷ୍କାସନ ହୋଇ ନ ପାରି ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଛି। ଏହାଦ୍ୱାରା ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଡ୍ରେନ୍‌ ନିର୍ମାଣ ଲାଗି ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ଓ୍ବାର୍ଡ ନମ୍ବର ୬ର ସାମନ୍ତରାପୁର, ଗୋଡ଼ିପୋଖରୀ ରାସ୍ତା (ଓ୍ବାର୍ଡ ନଂ.୨୦), ମୁକୁନ୍ଦପ୍ରସାଦ ଚାଚରା ଶବର ସାହି( ଓ୍ବାର୍ଡ ନଂ.୧)ରେ ସାମାନ୍ୟ ବର୍ଷା ହେଲେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ଏଠାରେ ମଧ୍ୟ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗ ମୌସୁମୀ ପ୍ରବେଶ ପୂର୍ବରୁ ସହରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନ୍‌ ମରାମତି, ସଫେଇ ଏବଂ ମୁକୁଳା ପଡ଼ିଥିବା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ପାଇଁ ସମସ୍ତ ଜିଲା ପ୍ରଶାସନକୁ ଚିଠି ଲେଖିଥିଲେ। ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଡ୍ରେନ୍‌ ସଫା ଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଟେଣ୍ଡର ପ୍ରକ୍ରିୟାରୁ ଓ୍ବାର୍ଡମେମ୍ବରଙ୍କୁ ଦୂରେଇ ରଖାଯାଇଥିବା ନେଇ ଅଭିଯୋଗ ଆସିଥିଲା। ଏନେଇ ପୌରାଧ୍ୟକ୍ଷାଙ୍କ ସହିତ ଉପାଧ୍ୟକ୍ଷ ଏବଂ କେତେଜଣ ଓ୍ବାର୍ଡମେମ୍ବର ମୁହଁାମୁହିଁ ହୋଇଥିଲେ। ସମସ୍ତ ଓ୍ବାର୍ଡର ଡ୍ରେନ୍‌ ସଫା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ କେତେକ ମୁଖ୍ୟ ଡ୍ରେନ୍‌ରୁ ମାଟି ବାହାର କରାଯାଇଥିବା ବେଳେ ଅନେକ ଡ୍ରେନ୍‌ ସଫା କରାଯାଇନାହିଁ। ଏକାଧିକ ଡ୍ରେନ୍‌ ଜବରଦଖଲରେ ରହିଥିବାରୁ ତାହା ସମ୍ପୂର୍ଣ୍ଣ ଭାବେ ସଫା କରାଯାଇନାହିଁ। ବର୍ଷା ଯୋଗୁ ଉକ୍ତ ସ୍ଥାନରେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମିବା ସହ ଘରେ ପଶୁଥିବା ଅଭିଯୋଗ ହେଉଛି। ଓ୍ବାର୍ଡ ନମ୍ବର ୧୨ର ଦିବ୍ୟରଞ୍ଜନ ପ୍ରଧାନ କୁହନ୍ତି, ଅଗଷ୍ଟ ପହିଲାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଗଲାନାହିଁ। ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ବାରମ୍ବାର ଅବଗତ କରାଯାଉଛି। ପ୍ରତିଶ୍ରୁତି ମିଳୁଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷରେ ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଇ. ଗୌରବ ଶିବାଜୀ କୁହନ୍ତି, ବର୍ଷାଦିନେ ସହରର ତଳି ଅଞ୍ଚଳରେ ପାଣି ଜମିବା ସମସ୍ୟାର ସମାଧାନ ଲାଗି ଗତ ଜୁନ୍‌ ୨୪ରେ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି। ଓ୍ବାର୍ଡ ନଂ. ୧୨, ୬, ୨୦ ଏବଂ ୧ ରେ ରହିଥିବା ଅଞ୍ଚଳଗୁଡ଼ିକର ଡ୍ରେନ୍‌ ମରାମତି ପୂର୍ତ୍ତ ବିଭାଗ ଅଧୀନରେ ଆସୁଛି। ଏହାକୁ ତୁରନ୍ତ ମରାମତି ଲାଗି ଅନୁରୋଧ କରାଯାଇଥିଲା। ବର୍ଷାଦିନ ପରେ ଏହି ସମସ୍ୟାର ସମାଧାନ ଲାଗି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri