ରାସ୍ତା ବୁଡ଼ିଲା, ଘରେ ପଶିଲା ପାଣି

ଖୋର୍ଦ୍ଧା ଅଫିସ,୧୪ ।୮: ଖୋର୍ଦ୍ଧା ସହରର ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ବଢ଼ାଉଛି। ଅଧିକାଂଶ ଡ୍ରେନ୍‌ ପୋତି ହୋଇଥିବା ବେଳେ ଅନେକ ସ୍ଥାନରେ ଜବରଦଖଲରେ ରହିଛି। ଲଘୁଚାପଜନିତ ବର୍ଷା ଯୋଗୁ ନୟାଗଡ଼ ରାସ୍ତା, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌, ମୁକୁନ୍ଦପ୍ରସାଦ, ସାମନ୍ତରାପୁର, ସମବାୟ ଛକରୁ ପୌର କାର୍ଯ୍ୟାଳୟ ରାସ୍ତା, ମସ୍‌ଜିଦ୍‌ ସମ୍ମୁଖ, ଖ୍ରୀଷ୍ଟିଆନ ସାହି ଆଦି ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିବା ସହ ଏକାଧିକ ସ୍ଥାନରେ ଘରେ ପଶିଥିବା ଦେଖିବାକୁ ମିଳିଛି। ପୌର ପରିଷଦ ଅଧୀନ ଓ୍ବାର୍ଡ ନମ୍ବର ୧୨ ଅନ୍ତର୍ଗତ ନୟାଗଡ଼ ଜାତୀୟ ରାଜପଥ ଚଣ୍ଡିଚୁଆ ଛକ ପୂର୍ବରୁ ଥିବା ଅଞ୍ଚଳରୁ ପାଣି ନିଷ୍କାସନ ହୋଇ ନ ପାରି ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଛି। ଏହାଦ୍ୱାରା ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଡ୍ରେନ୍‌ ନିର୍ମାଣ ଲାଗି ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ସେହିପରି ଓ୍ବାର୍ଡ ନମ୍ବର ୬ର ସାମନ୍ତରାପୁର, ଗୋଡ଼ିପୋଖରୀ ରାସ୍ତା (ଓ୍ବାର୍ଡ ନଂ.୨୦), ମୁକୁନ୍ଦପ୍ରସାଦ ଚାଚରା ଶବର ସାହି( ଓ୍ବାର୍ଡ ନଂ.୧)ରେ ସାମାନ୍ୟ ବର୍ଷା ହେଲେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ଏଠାରେ ମଧ୍ୟ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗ ମୌସୁମୀ ପ୍ରବେଶ ପୂର୍ବରୁ ସହରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନ୍‌ ମରାମତି, ସଫେଇ ଏବଂ ମୁକୁଳା ପଡ଼ିଥିବା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ପାଇଁ ସମସ୍ତ ଜିଲା ପ୍ରଶାସନକୁ ଚିଠି ଲେଖିଥିଲେ। ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଡ୍ରେନ୍‌ ସଫା ଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଟେଣ୍ଡର ପ୍ରକ୍ରିୟାରୁ ଓ୍ବାର୍ଡମେମ୍ବରଙ୍କୁ ଦୂରେଇ ରଖାଯାଇଥିବା ନେଇ ଅଭିଯୋଗ ଆସିଥିଲା। ଏନେଇ ପୌରାଧ୍ୟକ୍ଷାଙ୍କ ସହିତ ଉପାଧ୍ୟକ୍ଷ ଏବଂ କେତେଜଣ ଓ୍ବାର୍ଡମେମ୍ବର ମୁହଁାମୁହିଁ ହୋଇଥିଲେ। ସମସ୍ତ ଓ୍ବାର୍ଡର ଡ୍ରେନ୍‌ ସଫା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ କେତେକ ମୁଖ୍ୟ ଡ୍ରେନ୍‌ରୁ ମାଟି ବାହାର କରାଯାଇଥିବା ବେଳେ ଅନେକ ଡ୍ରେନ୍‌ ସଫା କରାଯାଇନାହିଁ। ଏକାଧିକ ଡ୍ରେନ୍‌ ଜବରଦଖଲରେ ରହିଥିବାରୁ ତାହା ସମ୍ପୂର୍ଣ୍ଣ ଭାବେ ସଫା କରାଯାଇନାହିଁ। ବର୍ଷା ଯୋଗୁ ଉକ୍ତ ସ୍ଥାନରେ ଡ୍ରେନ୍‌ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମିବା ସହ ଘରେ ପଶୁଥିବା ଅଭିଯୋଗ ହେଉଛି। ଓ୍ବାର୍ଡ ନମ୍ବର ୧୨ର ଦିବ୍ୟରଞ୍ଜନ ପ୍ରଧାନ କୁହନ୍ତି, ଅଗଷ୍ଟ ପହିଲାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ସତ୍ତ୍ୱେ କୌଣସି ଗୁରୁତ୍ୱ ଦିଆଗଲାନାହିଁ। ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ବାରମ୍ବାର ଅବଗତ କରାଯାଉଛି। ପ୍ରତିଶ୍ରୁତି ମିଳୁଛି, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷରେ ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଇ. ଗୌରବ ଶିବାଜୀ କୁହନ୍ତି, ବର୍ଷାଦିନେ ସହରର ତଳି ଅଞ୍ଚଳରେ ପାଣି ଜମିବା ସମସ୍ୟାର ସମାଧାନ ଲାଗି ଗତ ଜୁନ୍‌ ୨୪ରେ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି। ଓ୍ବାର୍ଡ ନଂ. ୧୨, ୬, ୨୦ ଏବଂ ୧ ରେ ରହିଥିବା ଅଞ୍ଚଳଗୁଡ଼ିକର ଡ୍ରେନ୍‌ ମରାମତି ପୂର୍ତ୍ତ ବିଭାଗ ଅଧୀନରେ ଆସୁଛି। ଏହାକୁ ତୁରନ୍ତ ମରାମତି ଲାଗି ଅନୁରୋଧ କରାଯାଇଥିଲା। ବର୍ଷାଦିନ ପରେ ଏହି ସମସ୍ୟାର ସମାଧାନ ଲାଗି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri