ରାସ୍ତା ପାଲଟିଛି ମରଣଯନ୍ତା

ପୁରୁଷୋତ୍ତମପୁର,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହର ଓ କୋଦଳା ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ୧୫ କି.ମି. ବିଶିଷ୍ଟ ଏହି ଆଛୁଲି-ସମା-ଚିଙ୍ଗୁଡିଘାଇ ମୁଖ୍ୟ ରାସ୍ତାଟି ଭାଙ୍ଗି ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ପଡ଼ିଛି। ଏହା ସହ ସମା ଓ ବରଗାଁ ମଧ୍ୟରେ ରାସ୍ତାରେ ଥିବା କଲଭର୍ଟଟି ଦବିଯାଇ ବିରାଟ ଖାଲ ହୋଇ ପଡିଛି। ରାସ୍ତାରେ ପାଣି ଜମିରହିଛି। ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁ ଥିବା ବେଳେ ଦୁର୍ଘଟଣା ଘଟୁଛି। ଏଥିପ୍ରତି ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ତୁରନ୍ତ ଦୃଷ୍ଟିଦେଇ ରାସ୍ତା ମରାମତି ଲାଗି ଦାବି ହୋଇଛି।