ସୁଖାଯୋରଠାରୁ କୁରୁମକେଲ ରାସ୍ତା ଶୋଚନୀୟ

ଲେଫ୍ରିପଡ଼ା,୨୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ କୁଲାବିରା ଗ୍ରାମପଞ୍ଚାୟତର ସୁଖାଯୋରଠାରୁ କୁରୁମକେଲ ବେଲସରିଆପଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହି ରାସ୍ତାଟି ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଏଭଳି ଶୋଚନୀୟ ଭାବେ ପଡି ରହିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ରାସ୍ତାର ଉନ୍ନତିକରଣ ଦିଗରେ ସ୍ଥାନୀୟ ଗ୍ରାମବାସୀ ଏବଂ ପଞ୍ଚାୟତବାସୀ ତଳରୁ ଉପର ପର୍ଯ୍ୟନ୍ତ ଗୁହାରୀ କରିକରି ନୟାନ୍ତ ହୋଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ରାସ୍ତା ପାଇଁ ବାରମ୍ବାର ଗଣମାଧ୍ୟମ ଜରିଆରେ ମଧ୍ୟ ଦାବିକରି ଆସୁଥିଲେ ବି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ହୋଇପାରୁ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତାଟି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଅଞ୍ଚଳର ଜନସାଧାରଣଙ୍କ ଯାତାୟତ ପ୍ରତିଦିନ ହୋଇଥାଏ। ସ୍କୁଲ ପିଲା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଟି ବହୁତ ବଡବଡ଼ ଖାଲଖମା ହେବାରୁ ଅତୀତରେ ବହୁ ସଂଖ୍ୟାରେ ଦୁର୍ଘଟଣା ହୋଇଥିବା ମଧ୍ୟ ନଜିର ରହିଛି। ରାସ୍ତାରେ ଜନସାଧାରଣଙ୍କ ଯାତାୟାତ ସକାଶେ କେବଳ ଗ୍ରାମପଞ୍ଚାୟତ ପକ୍ଷରୁ ମୋରମ ବିଛାଇ ଆଶ୍ୱସ୍ତ କରାଯାଉଥିବାବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନାହିଁ। ଅନ୍ୟ ପକ୍ଷରେ ରାସ୍ତାର ଉନ୍ନତିକରଣ ସକାଶେ ସ୍ଥାନୀୟ ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଁସଦାଙ୍କୁ ପଚାରିବାରୁ ଏହି ରାସ୍ତାଟି ଗ୍ରାମ ପଞ୍ଚାୟତ ରାସ୍ତା ଅଟେ। ରାସ୍ତାଟିର ଲମ୍ବ ବହୁତ ଅଛି। ରାସ୍ତାର ଉନ୍ନତିକରଣ କ୍ଷେତ୍ରରେ ମାଟି ମୋରମ କାର୍ଯ୍ୟ ବେଳେବେଳେ କରାଯାଉଛି। କିନ୍ତୁ ସ୍ଥାନୀୟ ଲୋକ ଏହାକୁ ସ୍ଥାୟୀ ଭାବେ ଉନ୍ନତିକରଣ ଚାହୁଁଛନ୍ତି। ମାଟି ମୋରମ ପାଇଁ ବେଳେ ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ ମଧ୍ୟ କରାଯାଉଛି। ଲୋକଙ୍କ ଦାବି ଅନୁଯାୟୀ ପଞ୍ଚାୟତ ପାଣ୍ଠି କିମ୍ବା ବ୍ଲକ ପାଣ୍ଠି ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ ନାହିଁ। କାରଣ ଏହି ପାଣ୍ଠି ସବୁ ଅତ୍ୟନ୍ତ ସୀମିତ ଭାବେ ରହିଥାଏ। ତେଣୁ ଏହି ରାସ୍ତାକୁ ଯଦି ଆର୍‌ଡ଼ି ବିଭାଗକୁ ହସ୍ତାନ୍ତର କରାଯାଇପାରିବ ତେବେ ଉନ୍ନତିକରଣ ହୋଇପାରିବ। କାରଣ ଆର୍‌ଡ଼ି ବିଭାଗର ବହୁତ ବଡ଼ବଡ଼ ଯୋଜନା ରହିଛି। ତାଙ୍କର ପାଣ୍ଠି ମଧ୍ୟ ବହୁତ ରହିଛି ବୋଲି କହିଛନ୍ତି। ଅପରପକ୍ଷରେ ପୂର୍ବରୁ ରାସ୍ତା ଉନ୍ନତିକରଣ ଦିଗରେ ଅନେକ ଥର ଜିଲାପାଳଙ୍କୁ ଗୁହାରୀ କରାଯାଇଥିବାବେଳେ ଅତି ନିକଟରେ ଲେଫ୍ରିପଡ଼ା ଯୁଗ୍ମଜନ ଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପୁନର୍ବାର ଅଭିଯୋଗ କରାଯାଇଥିବା ଜଣାପଡିଛି। ତେଣୁ ଏହି ରାସ୍ତାର ଉନ୍ନତି ସକାଶେ ଜିଲାପାଳ ଏହାର ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri