ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲା ପ୍ରଶାସନ ପାଖରେ ଅନେକଥର ଲିଖିତ ଭାବେ ଜଣେଇଥିଲେ ହେଁ କେହି ନଶୁଣିବାରୁ ବୁଧବାର ସକାଳ ରୁ ସିଲେଟପଡା ଗ୍ରାମବାସୀମାନେ ଜାତୀୟ ରାଜପଥ କୁଶୁର୍ଲା ମନ୍ଦିର ଛକଠାରେ ଧାରଣା ରେ ବସିଛନ୍ତି।ଏଥିରେ ବ୍ଲକ କଂଗ୍ରେସ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଗ୍ରାମ ବାସୀଙ୍କ ଦାବିକୁ ସମର୍ଥନ ଜଣେଇ ଧାରଣା ସାମିଲ ହୋଇଥିବା ଜଣା ପଡିଛି। ଧାରଣାକୁ ଯୁବ ନେତା ଚୈତନ୍ୟ ସାହୁ,ଜଳନ୍ଧର ଭୋଇ, ଶଶୀ ଭୂଷଣ ଜାନୀ,ଦ୍ରୋଣ ସାହୁ,ରୋହିତ ନାଗଙ୍କ ସମେତ ସିଲେଟପଡା ଗ୍ରାମ ବାସୀ ନେତୃତ୍ୱ ନେଉଥିବାବେଳେ କୁଶୁର୍ଲା ଗ୍ରାମର ହେମ ସାଗର ସାହୁ ଓ ଦାଣ୍ଡି ଭଜା ଗ୍ରାମର ଜନ୍ମେଜୟ କମ୍ପ ଧାରଣାକୁ ସମର୍ଥନ ଜଣେଇ ସାମିଲ ହୋଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share