ନିର୍ମାଣର ୩ ମାସ ପୂରିନି ରାସ୍ତା ଫାଟି ଆଁ

ନୂଆଗାଁ,୯।୨ (ଡି.ଏନ.ଏ.): ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ହେଲେ କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଯୋଗୁ ଲୋକେ ଭଲ ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ନିମ୍ନମାନର କାମ ବହୁ ପ୍ରତୀକ୍ଷିତ ରାସ୍ତା ନିର୍ମାଣର ଅଳ୍ପ କିଛି ଦିନ ପରେ ଭାଙ୍ଗି ଯାଉଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଏପରି ରାସ୍ତା ନିର୍ମାଣ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଢିପିସାହି, ଢିପାମାଳ, ଚକାପଥର , ଗୋଛାବାରୀ, ନୂଆସାହି ଆଦି ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଲୋକମାନଙ୍କ ଯାତାୟତରେ ବହୁ ଅସୁବିଧା ହେଉଛି । ବର୍ଷା ଦିନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିବା, ଛାତ୍ରୀଛାତ୍ରମାନେ ସ୍କୁଲ କଲେଜ ଯିବା, ଆସିବା କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରି କି ରୋଗୀମାନଙ୍କୁ ଡାକ୍ତରଖାନା ନେବା ସମ୍ଭବ ହୋଇ ପାରୁ ନ ଥିଲା ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରୁ ନ ଥିଲା । ଏଥିପାଇଁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବି ହୋଇ ଆସୁଥିଲା। ତେଣୁ ଢିପିସାହିଠାରୁ ବେଗୁନିଆସାହି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଉକ୍ତ ରାସ୍ତା ନିର୍ମାଣର କାର୍ଯ୍ୟାଦେଶ ଯନ୍ତ୍ରୀଙ୍କ ନାମରେ ରହିଥିବା ବେଳେ ଠିକାଦାରଙ୍କୁ କାମ କରିବାର ଦାୟିତ୍ୱ ଦିଆଯାଇଥିଲା । ହେଲେ ନିର୍ମାଣସ୍ଥଳୀରେ ସୂଚନା ଫଳକ ନ ଲଗାଇ ଠିକାଦାର ନିମ୍ନମାନର କାମ କରୁଥିଲେ । ଏହାକୁ ଢିପିସାହିବାସୀ ବିରୋଧ କରୁଥିଲେ ମଧ୍ୟ ଠିକାଦାର ତାହାକୁ ଖାତିର କରି ନ ଥିଲେ । ତରବରିଆ ଭାବେ ନିମ୍ନମାନର କାମ କରି ବିଲ କରିବା ଉଦ୍ଦେଶ୍ୟରେ ଠିକାଦାର ଫଳକ ନିର୍ମାଣ କରିଥିଲେ। ହେଲେ ଗ୍ରାମବାସୀ ସେହି ଫଳକକୁ ଭାଙ୍ଗି ଦେଇଥିଲେ । ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା କାମ ସରିବାର ୩ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନ ଫାଟି ଆଁ କରିଛି। ଏହାପରେ ବି ଠିକାଦାର ବିଲ୍‌ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏପରିକି ରାଜନୈତିକ ଚାପ ପକାଉଥିବା କଥା ବ୍ଲକର କେତେଜଣ କର୍ମଚାରୀ କହିଛନ୍ତି । ରାସ୍ତା ଫାଟିବା ଓ ବିଲ ବାବଦରେ ନୂଆଗାଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡାଙ୍କୁ ପଚାରିବାରେ ରାସ୍ତା ଫାଟିବା ବାବଦରେ ମୁଁ ଅବଗତ ଅଛି । ଖଳିମାଟି ଯୋଗୁ ରାସ୍ତା ଫାଟିଲା । ସେହି ରାସ୍ତା କାର୍ଯ୍ୟର ଫାଇଲ ମୋ ପାଖରେ ଅଛି। ଠିକାଦାର ପୁନର୍ବାର ରାସ୍ତା ନିର୍ମାଣ କଲା ପରେ ବିଲ୍‌ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri