ସଚିବଙ୍କ ହସ୍ତକ୍ଷେପ ପରେ ଧାନ ପରୀକ୍ଷଣ କଲା ଆର୍‌ଏମ୍‌ସି

ଲୋଇସିଂହା,୨୫ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପାକ୍ସରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କ ବିକ୍ରି ପାଇଁ ଆସିଥିବା ଧାନ ପରୀକ୍ଷା କରାଯାଇଛିା। ଆର୍ଦ୍ରତା ଧାର୍ଯ୍ୟ ପ୍ରତିଶତରୁ କମ୍‌ ବାହାରି ଥିବା ପରୀକ୍ଷଣ ବେଳେ ଜଣାପଡ଼ିଥିଲା। ସେହିପରି କୁଟାକାଟି,ବାଲିମାଟି,ମିଶ୍ରିତ ଧାନ ଓ ରୋକପୋକ ଖିଆ ଧାନ ମଧ୍ୟ ଠିକ୍‌ ବାହାରିଥିଲା। ଯାହା ଯାଞ୍ଚରୁ ଜଣାପଡ଼ିଛି। ଧାନ ଅମଳ ବେଳେ ଅଦିନିଆ ବର୍ଷା ହୋଇ ନ ଥିବା ଓ ଅନୁକୂଳ ପାଗ ଯୋଗୁ ଏସବୁ ଠିକ୍‌ ଥିବାରୁ ଏହା ସମ୍ଭବ ହୋଇଛି। ଚାଷୀଙ୍କୁ ଶୋଷଣ ପାଇଁ ପାକ୍ସରେ ବିନା ପରୀକ୍ଷଣରେ ଧାନ କ୍ରୟ ବେଳେ ନାନା ଆଳ କରି ୩ କେଜିରୁ ଅଧିକ କଟନିଛଟ୍‌ନୀ କରୁଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମବାୟ ବିଭାଗ ସଚିବ ଉଦ୍ଧବ ଚରଣ ମାଝି ଶୁକ୍ରବାର ବଲାଙ୍ଗୀର ଗସ୍ତରେ ଆସିଥିଲେ। ଏହି ଅବସରରେ କୁଶମେଲ ପାକ୍ସ ପରିଦର୍ଶନରେ ଯାଇଥିଲେ। ସେତେବେଳେ ଭାଜପା କୃଷକ ମୋର୍ଚ୍ଚା ଜିାଲ ସମ୍ପାଦକ ଟଙ୍କଧର ପଧାନ ଓ ସ୍ଥାନୀୟ ଚାଷୀମାନେ ସଚିବ ମାଝିଙ୍କୁ ପାକ୍ସରେ ଆର୍‌ଏମ୍‌ସି କର୍ମଚାରୀଙ୍କ ଅନୁପସ୍ଥିତିରେ ମିଲର୍ସମାନେ ଧାନ କିଣୁଥିବା ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଆର୍‌ଏମ୍‌ସି କର୍ମଚାରୀ ଉକ୍ତ ପାକ୍ସରେ ଧାନ ପରୀକ୍ଷଣ ପାଇଁ ଶନିବାର ପହଞ୍ଚତ୍ଥିଲେ। ଟୋକନ ପାଇ ଧାନବିକ୍ରି ପାଇଁ ଆଣିଥିବା ରମେଶ ସାହୁଙ୍କ ଧାନର ଆର୍ଦ୍ରତା ୧୪.୨ ପ୍ରତିଶତ ଓ ରାହାସବିହାରୀ ବିଶ୍ୱାଳଙ୍କ ଧାନରେ ୧୪.୭ ପ୍ରତିଶତ ବାହାରିଥିଲା। ସରକାରୀ ଧାର୍ଯ୍ୟ ମୁତାବକ ୨ ପ୍ରତିଶତ କମ୍‌ ରହିଥିଲା। ସେହିପରି କୁଟାକାଟି,ବାଲିମାଟି ଶୂନ ପ୍ରତିଶଥ ରୋକପୋକ ଖିଆ ଧାନ ୪ ଓ ଅପମିଶ୍ରିତ ୪ ପ୍ରତିଶତ ବାହାରିଥିଲା। ଯାହାକି ଚାଷୀଙ୍କୁ ଆଶ୍ୱସ୍ତି କରିଥିଲା। ପାକ୍ସ ବା ମଣ୍ଡିରେ ଧାନ କିଣାରେ ସୁଧାର ନ ଆସିଲେ ଜାନୁୟାରୀରୁ ଭାଜପା ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବ ବୋଲି ଜିଲା ସଭାପତି ଶିବାଜୀ ମହାନ୍ତି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।