ନଦୀଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ, ଅରଢେଇ, କାରୋ, ସୁନା ପ୍ରଭୃତି ନଦୀ ପାଣିରେ ଲୁହା ପଥରଗୁଣ୍ଡକୁ ବଡ଼ ବଡ଼ ପାଇପ ସାହାଯ୍ୟରେ ରପ୍ତାନୀ କରାଯିବାରୁ ନଦୀଗୁଡ଼ିକ ଶୁଖି ଯିବା ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ବର୍ଷାଋତୁରେ ନଦୀରୁ ବାଲି ଚାଲାଣ ପ୍ରତିବାଦରେ ବୁଧବାର କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହେଶର ସାହୁ, ରାଜ୍ୟ ସଂଯୋଜକ, ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ), ସୁବ୍ରତ ମହାନ୍ତି ଜିଲା ସଂଯୋଜକ, ରାଧାକାନ୍ତ ମହାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଧର୍ମେନ୍ଦ୍ର ମହାନ୍ତ, ସାବିତ୍ରୀ ବିଶ୍ୱାଳ, ଅଖିଳ ନାୟକ, ସତ୍ୟବ୍ରତ ନାୟକ, ପାୟଲ, ସଞ୍ଜୟ ମହାନ୍ତି, ଭାଗିରଥି ସିଂ ପ୍ରମୁଖ ଉପସ୍ଥିତ ଥିଲେ।