କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ,୨୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଚିରସ୍ରୋତା ମହାନଦୀ ଜିଲାର ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ମହାନଦୀ କୂଳରେ ୨୦୦ରୁ ଅଧିକ ଗ୍ରାମ ଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଘର କରି ରହି ଆସୁଛନ୍ତି। କିନ୍ତୁ ଜିଲାରେ ବର୍ତ୍ତମାନ ମହାନଦୀ କୂଳ ଖାଇ ଚାଲିଥିବାରୁ ପ୍ରତିବର୍ଷ ନଦୀକୂଳିଆ ଗାଁଗୁଡିକ ବନ୍ୟାରେ ବିଶେଷ ପ୍ରଭାବିତ ହେଉଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବ ସୂଚନା ଦେଇ ସାରିଲେଣି ଯେ ଚଳିତବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ। ପ୍ରତିବର୍ଷ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିପତ୍ାତ ଘଟିବା ସହିତ ମହାନଦୀ ଓ ତେଲନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ନଦୀକୂଳରେ ରହୁଥିବା ପରିବାର ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବା ବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ଯୋଗୁ ଜିଲାରେ ବନ୍ୟା ଦେଖାଦେଇଥାଏ।
ବୌଦ୍ଧ ଜିଲାରେ ୧୯୮୨ରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଥିବା ବେଳେ ଜିଲାରେ ପ୍ରତିବର୍ଷ ବନ୍ୟା ତାଣ୍ଡବ ରଚିଥାଏ। ପ୍ରତିବର୍ଷ ବନ୍ୟା ଯୋଗୁ ନଦୀ କୂଳ ଖାଇ ଚାଲିଥିବା ବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁ ନଦୀ ପାଣି ନଦୀକୂଳିଆ ଗାଁ ଭିତରକୁ ପ୍ରବେଶ କରିବାକୁ ସୁବିଧା ହେଉଛି ା ପ୍ରତିବର୍ଷ ପ୍ରଶାସନ କାଁ ଭାଁ ନଦୀକୂଳିଆ ଗ୍ରାମଗୁଡିକରେ ପଥର ପ୍ୟାକିଂ କରି କାମ ସାରି ଦେଉଥିବା ବେଳେ ଏହା ପ୍ରକୃତ ବନ୍ୟାପାଣିକୁ ରୋକି ପାରି ନ ଥାଏ। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାକିଂ ସହିତ ବୃକ୍ଷରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜକଲମରେ କରାଯାଉଥିବା ଦେଖିବାକୁ ମିଳୁଛି। ଜିଲାରେ ନଦୀବନ୍ଧର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ ହୋଇ କାର୍ଯ୍ୟକାରୀ ହୋଇଥିବା ବେଳେ ଜିଲାରେ ଏହି ଯୋଜନା ପୁରାପୁରି ଫେଲ୍‌ ମାରିଛି। ସେହିପରି ବୌଦ୍ଧ ସହରର ମହାନଦୀ କୂଳେ କୂଳେ ଏକ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଅନେକ ସ୍ଥାନରେ ବେସରକାରୀ ଜମି ପଡୁଥିବାରୁ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଏହି ଅର୍ଥରୁ କିଛି ଖର୍ଚ୍ଚ କରି ବଳକା ଅର୍ଥକୁ ସରକାରଙ୍କୁ ଫେରାଇ ଦିଆଗଲା। ଏବେ ପୁଣି ଥରେ ବଙ୍କାପଡାଠାରୁ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ବୌଦ୍ଧ ସହରର ଜନସାଧାରଣ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ବର୍ଷାରେ ବନ୍ୟା ଆଶଙ୍କାରେ ରହୁଛନ୍ତି। ତେଣୁ ବୌଦ୍ଧ ସହର ସମେତ ଜିଲାର ଜନବସତି ରହିଥିବା ନଦୀକୂଳଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ନଦୀ କୂଳେ କୂଳେ ଏକ ରିଙ୍ଗବନ୍ଧ ନିର୍ମାଣ ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ସେହିପରି ବୌଦ୍ଧ ସହରର ମହାନଦୀ ଘେରି ରହିଥିବା ମର୍ଜାକୁଦର ଚାରିପଟୁ ପ୍ରତିବର୍ଷ କୂଳଖାଇ ଚାଲିଥିବା ଯୋଗୁ ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri