ନଦୀ ଶୁଖିଲା,୧୫ଦିନ ଜଳଯୋଗାଣ ଠପ

ସମ୍ବଲପୁର, ୧୫।୬ (ଶୁଭାଶିଷ ପାଢୀ) ଘରେ ଘରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡ ମାନେଶ୍ୱର ବାସୀଙ୍କ ପାଇଁ ଅପହଞ୍ଚ ହୋଇରହିଛି। ପ୍ରାୟ ୧୫ବର୍ଷ ଧରି ମାନେଶ୍ୱର ମାଳତୀ ନଦୀରେ ଏକ ବ୍ୟାରେଜ ନିର୍ମାଣ କରି ମାନେଶ୍ୱର ସମେତ ସହରକୁ ଜଳ ଯୋଗାଣ କରିବାକୁ ଯୋଜନା କରଯାଇଥିଲା। ହେଲେ ଏହା ଶୀତଳ ଭଣ୍ଡାରରେ ରହିଛି।
ୱାର୍ଡବାସୀଙ୍କ ଅଭିଯୋଗ କ୍ରମେ ମାନେଶ୍ୱର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଭୂତଳଜଳ ହ୍ରାସ ଯୋଗୁ ବୋରୱେଲ ଖୋଳିଲେ ସଫଳ ହେଉ ନାହିଁ। ତେଣୁ ପିଏଚ୍‌ଡି ପାଣି ଉପରେ ଲୋକଙ୍କ ଭରସା। ମାନେଶ୍ୱର, ହାଲିପାଲି, ବ୍ରାହ୍ମଣିପାଲି, ମିର୍ଗାମୁଣ୍ଡା, ମାନେଶ୍ୱର ହରିଜନପଡା, ପୂଜାରୀପଡା, ସୁଡୁଙ୍ଗା ଭଳି ଗ୍ରାମ ଗୁଡିକରେ ପାଣି ସମସ୍ୟା ସଙ୍ଗିନ। ମାଳତୀ ନଦୀରେ ଇନ୍‌ଟେକ୍‌ ୱେଲ କରାଯାଇ ପିଏଚ୍‌ଡି ବିଭାଗ ପକ୍ଷରୁ କେତେକ ଗ୍ରାମକୁ ପାଣି ଦିଆଯାଉଥିଲା। ବୃହତ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ। ହେଲେ ମଧ୍ୟ ଲୋକମାନଙ୍କ ସୁବିଧା ପାଇଁ ପାଣି ଛଡାଯାଉଥିଲା। ଏବେ ମାଳତୀ ନଦୀ ଶୁଖିଲା ପଡିଥିବାରୁ ପାଣି ଯୋଗାଣ ବନ୍ଦ ହୋଇଯାଇଛି। କେବଳ ମାନେଶ୍ୱର ନୁହେଁ, ଏହି ଇନ୍‌ଟେକ ୱେଲରୁ ନକ୍ସାପାଲି, ଭତରା, ମଠପାଲି ପର୍ଯ୍ୟନ୍ତ ପାଣି ଯୋଗାଣ ହେଉଥିଲା। ଏବେ ନିର୍ଭର କରୁଥିବା ସମସ୍ତ ଅଞ୍ଚଳରେ ଜଳକଷ୍ଟ ଦେଖାଦେଇଛି। ଏହି ପ୍ରକଳ୍ପ ଆରମ୍ଭ ସମୟରେ ପିଏଚ୍‌ଡି ପକ୍ଷରୁ ଗୋଟିଏ ପମ୍ପ୍‌ ହାଉସ ଖରାପ ହେଲେ କିମ୍ବା ପାଣି ସମସ୍ୟା ହେଲେ ନିକଟସ୍ଥ ପମ୍ପ ହାଉସରୁ ପାଣି ପମ୍ପିଂ କରି ଯୋଗାଣ କରାଯିବ ବୋଲି କୁହାଯାଇଥିଲା। ହେଲେ ନଦୀ ଶୁଖିଲା ଯୋଗୁ ଏବେ ମାନେଶ୍ୱର ଇନ୍‌ଟେକ ୱେଲରୁ ପାଣି ଯୋଗାଣ ବନ୍ଦ ହୋଇଛି। ଏପରି ସମୟରେ ନିକଟସ୍ଥ ପମ୍ପହାଉସରୁ କିଭଳି ପାଣି ଯୋଗାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏସବୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ଅନୁଦାନ ଦେଇ ମାଳତୀ ନନୀରେ ଏକ ବ୍ୟାରେଜ ନିର୍ମାଣ କରି ପାନୀୟ ଜଳ ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପିଏଚ୍‌ଡି ନିର୍ବାହୀଯନ୍ତ୍ରୀ ପରମେଶ୍ୱର ଦାସ କହିଛନ୍ତି, ନଦୀ ଶୁଖିଲା ଥିବାରୁ ଜଳ ଯୋଗାଣ ବନ୍ଦ ହୋଇଛି। ଏବେ ଗାଡି ଯୋଗେ ପାନୀୟ ଜଳ ଦିଆଯାଉଛି। ୨ଦିନ ଭିତରେ ଅନ୍ୟ ପମ୍ପହାଉସରୁ ପମ୍ପିଂ କରି ପାଣି ଦିଆଯିବାକୁ ଯୋଜନା ରହିଛି ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri