ଶୁଖିଲା ପଡ଼ିଲାଣି ମହାନଦୀ, ବ୍ରାହ୍ମଣୀ ସିଷ୍ଟମ୍‌

କେନ୍ଦ୍ରାପଡ଼ା, ୧୭ା୧୧ (ଜଗନ୍ନାଥ ଧଳ): ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳସଙ୍କଟ ଦେଖାଦେଇଛି। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପରେ ଏହି ଜଳସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଶୀତଋତୁ ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଶୁଖିଲା ପଡ଼ିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। ଏହା ଆଗକୁ ଭୟଙ୍କର ହେବ। ନଦୀର ଉପରମୁଣ୍ଡରେ ହେଉଥିବା ପ୍ରକଳ୍ପକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ପ୍ରବାହିତ ହେଉଛି। ଏହାର ଜଳ ଦୈନନ୍ଦିନ ନିତ୍ୟକର୍ମ ସହ କୃଷି ପାଇଁ ବ୍ୟବହାର ହେଉଛି। ଏଥିସହ ଏହାର ମଧୁର ଜଳ ଜାତୀୟଉଦ୍ୟାନ ଭିତରକନିକାର ଜୈବ ବିବିଧତାକୁ ରକ୍ଷା କରୁଛି। ତେବେ ନଦୀ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଆଗାମୀ ଦିନରେ ଏହା ଭୟଙ୍କର ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଶିକ୍ଷାବିତ୍‌ ଭୁବନମୋହନ ଜେନା, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ବାନାମ୍ବର ସାହୁ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ନଦୀ ଜଳ ପରିଚାଳନାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହ ବିବାଦକୁ ତୁରନ୍ତ ସମାଧାନ କରିବା ଦରକାର। ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏଥିନେଇ ବହୁ ଭାବେ ପ୍ରଭାବିତ ହେଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଓ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉପରେ ପ୍ରଭାବ ପଡ଼ିବ। ସେହିପରି ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବୈତରଣୀ ନଦୀର ଜଳ ପ୍ରବାହ କମିବ। ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ରେଙ୍ଗାଲି ପ୍ରୋଜେକ୍ଟ ନିର୍ମାଣ ଚାଲିଛି। ଏହା ଚାଷ ପାଇଁ ବ୍ୟବହାର ହେବ। ସେହିପରି ଏହି ନଦୀଜଳ ଉପରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିର୍ଭର କରୁଛି। ଏହି ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ୧୨୦ କ୍ୟୁସେକ୍‌ ପାଣି ଉତ୍ତୋଳନ ହେଉଛି। ପଙ୍କପାଳସ୍ଥିତ ବ୍ରାହ୍ମଣୀ ନଦୀ ମୁହାଣରେ ଇଡ୍‌କୋ ପକ୍ଷରୁ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ୍‌ ହାଉସ ନିର୍ମାଣ କରିଛି। ସେହିପରି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ମାର୍ଥାପୁରଠାରେ ଶିଳ୍ପକୁ ପାଣି ଯୋଗାଣ ହେଉଛି। ଆଗାମୀ ଦିନରେ ମେସ୍କୋ, ମୈଥାନ ଆଦି ଶିଳ୍ପ ବ୍ରାହ୍ମଣୀ ନଦୀକୁ ଉପଯୋଗ କରିବେ। ଶିଳ୍ପ ପରି ରାଜ୍ୟ ସରକାର କୃଷି ଓ ପାନୀୟ ଜଳକୁ ଗୁରୁତ୍ୱ ଦେଉଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବିଞ୍ଝାରପୁର, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ ଅଞ୍ଚଳର ୨୮୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିସହ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକର ୪ ବ୍ଲକ ଅଞ୍ଚଳ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ନିକଟରେ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ପିଇବା ପାଣି ଯୋଗାଇବା ପାଇଁ ଜଳ ଜୀବନ ମିଶନରେ ବ୍ୟୟ ବରାଦ ହୋଇଛି। ଏହା ବ୍ୟତୀତ କୃଷି ପାଇଁ ଜିଲାରେ ପ୍ରବାହିତ ବହୁ ନଦୀରେ ପ୍ରକଳ୍ପ ଅଛି। ନଦୀଜଳର ପରିଚାଳନା ଦ୍ୱାରା ସ୍ଥାନୀୟ ଜିଲାବାସୀଙ୍କ ସୁଖ ସମୃଦ୍ଧି ବଢ଼ିବ। ପାନୀୟ ଜଳ ସହ କୃଷି ଓ ପରିବେଶକୁ ଗୁରୁତ୍ୱ ଦେବା ଆବଶ୍ୟକ। ଅପରପକ୍ଷରେ ଜିଲାର ଭୂତଳ ଜଳ ଚିନ୍ତାଜନକ ସ୍ଥିତିରେ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି। ୨୦୧୭ରେ କେନ୍ଦ୍ର ଭୂତଳ ଜଳ ବୋର୍ଡ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦଶନ୍ଧିରେ ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ, ତା’ଠାରୁ ପ୍ରାୟ ୩ ହଜାର କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡ଼ିକରେ ଯେଉଁ ଜଳାଭାବ ଦେଖାହେବ, ସେଥିଯୋଗୁ ମୁଣ୍ଡ ପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri