୧୭ ବର୍ଷ ହେଲା ନଦୀ ପାଲଟିଛି ଅଳିଆ ଗଦା, ରୂପ ବଦଳାଇବ ୪୦୦ କୋଟି ଟଙ୍କାର ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସନ ସମୟରେ ୧୮୮୩ରେ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର ଲୋହରାଖଣ୍ଡି ସେତୁକୁ ୨୦୦୮ ପୂର୍ବରୁ ଭାଙ୍ଗି ସେଠାରେ ଏକ ନୂଆ ସେତୁ ଯୋଜନା ହୋଇଥିଲା। କିନ୍ତୁ ସେତୁର ଛାତକୁ ଭାଙ୍ଗିବା ପରେ ପିଲାରଗୁଡ଼ିକୁ ଭାଙ୍ଗିବା ଯୋଜନା ହୋଇଥିଲା। କିନ୍ତୁ ପିଲାରଗୁଡ଼ିକ ବହୁତ ଷ୍ଟ୍ରଙ୍ଗ୍‌ ଥିବାରୁ ଆଉ ତାହାକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପାରି ନ ଥିଲା। ଏହା ପରେ ପୂର୍ତ୍ତ ବିଭାଗ ଇଞ୍ଜିନିୟରମାନେ ପୁରୁଣା ପିଲାର ମରାମତି କରି ନୂଆ ଛାତ ପକାଯାଇଥିଲେ। ଏହି ସମୟରେ ଇଞ୍ଜିନିୟରମାନେ ନଦୀଶଯ୍ୟାଠୁ ସେତୁର ଗ୍ରାଉଣ୍ଡ ଲେବଲ ଉଚ୍ଚ କରିଦେଲେ। ଫଳରେ ନଦୀ ପାଣି ଆଉ ଠିକ ଭାବେ ସେତୁ ପାଖରେ ନିଷ୍କାସନ ହୋଇପାରିଲା ନାହିଁ। ତେଣୁ ଆଜକୁ ୧୭ ବର୍ଷ ହେବ ସେତୁର ଉଭୟ ପାର୍ଶରେ ଟ୍ରକ୍‌ ଟ୍ରକ୍‌ ମଇଳା ଜମି ରହୁଛି। ଏଥିସହ ଏକ ବଡ଼ ପୋଖରୀ ଭଳି ସହରର ସବୁ ମଇଳା ପାଣି ଡ୍ରେନ୍‌ରେ ଆସି ସେତୁର ଉଭୟ ପାର୍ଶରେ ଅଟକି ରହୁଛି। ଏହାଦ୍ବାରା ପରିବେଶ ପ୍ରଦୂଷିତ ହେଉଛି। ନଦୀରେ ବନ୍ୟାଜଳ ଆସିଲେ ଉକ୍ତ ମଇଳା ଭାସି ଯାଉଛି। ନ ହେଲେ ସେଠି ମାସ ମାସ ଧରି ମଇଳା ସବୁ ଜମି ରହୁଛି।
ପୁରୁଣା ସେତୁକୁ ଭାଙ୍ଗି ନୂଆ ସେତୁ କରିବା ସମୟରେ ଯେଉଁ ଭୁଲ୍‌ ହୋଇଗଲା ତାହା ଆଜକୁ ୧୭ ବର୍ଷ ହେବ ସମାଧାନ କରାଯାଇ ପାରୁନାହିଁ। ଯନ୍ତ୍ରୀମାନେ ନୂଆ ସେତୁ ନକ୍ସାରେ ଯେଉଁ ତ୍ରୁଟି କଲେ ତା’ର ପରିଣାମ ସହରବାସୀ ଭୋଗୁଛନ୍ତି। ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମ କ୍ରମେ ନଦୀକୂଳରେ ରିଙ୍ଗ ରୋଡ୍‌ କରିବା ଯୋଜନା ଅଛି। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଅନୁମୋଦନ ହେଲେ ୧୭ ବର୍ଷ ଧରି ରହିଥିବା ଉକ୍ତ ସମସ୍ୟା ଦୂର ହେବବୋଲି ଆଶା କରାଯାଉଛି।

ସୂଚନା ବ୍ରିଟିଶ ଶାସକମାନେ ଭଞ୍ଜନଗର ସହରକୁ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଆସିବା ପରେ ଗମନାଗମନ ଏବଂ ପାନୀୟଜଳ ପ୍ରକଳ୍ପର ବିକାଶ କଥା ଚିନ୍ତା କରିଥିଲେ। ତେଣୁ ୧୮୮୩ରେ ବ୍ରହ୍ମପୁର ଓ ଭଞ୍ଜନଗର ମଧ୍ୟରେ ସଡ଼କ ପଥରେ ସଂଯୋଗ ପାଇଁ ଭଞ୍ଜନଗର ସହରକୁ ଲାଗି ଯାଇଥିବା ଲୋହରାଖଣ୍ଡି ନଦୀ ଉପରେ ଏକ ସେତୁ ନିର୍ମାଣ କରିଥିଲେ। ଏଥିସହ ଜଳସେଚନ ଏବଂ ବ୍ରହ୍ମପୁରକୁ ପିଇବା ପାଣି ଯୋଗାଣ ଲକ୍ଷ୍ୟ ନେଇ ୧୮୯୪ରେ ଭଞ୍ଜନଗର ଜଳଭଣ୍ଡାର ମଧ୍ୟ ନିର୍ମାଣ ହୋଇଥିଲା। ବ୍ରିଟିଶ ଶାସକଙ୍କ ସମୟର ଇଞ୍ଜିନିୟରମାନେ ଦୂର ଦୃଷ୍ଟି ରଖି ଏହି ଅଞ୍ଚଳରେ ଅନେକ ପ୍ରକଳ୍ପ କରିଥିଲେ। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ଲୋହରାଖଣ୍ଡି ସେତୁଟି ୧୦୦ ବର୍ଷରୁ ଊଦ୍ଧର୍‌ବ ବର୍ଷ ହେବା ପରେ ସେତୁଟି ଧୀରେ ଧୀରେ ଭଗ୍ନ ଅବସ୍ଥାକୁ ଚାଲି ଆସିଥିଲା। ସେତୁଟି ଭାଙ୍ଗି ଗଲେ ମୁଖ୍ୟ ସଡ଼କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବ। ତେଣୁ ୨୦୦୫ରେ ସେତୁଟିକୁ ଭାଙ୍ଗି ନୂତନ ସେତୁ କରିବା ପାଇଁ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ଆରୁଖ ଉଦ୍ୟମ କରିଥିଲେ। ଏହାପରେ ସେତୁର ଛାତ ସମେତ ଆଉ କିଛି ଅଂଶକୁ ଭାଙ୍ଗି ନୁତନ ସେତୁ ନିର୍ମାଣ ହୋଇଥିଲା। ଏହାପରେ ତାହାକୁ ୨୦୦୮ ଅଗଷ୍ଟ ମାସ ୩ରେ ବିଧାୟକ ଆରୁଖ ଉଦ୍‌ଘାଟନ କରିଥିଲେ। ଫଳରେ ମୁଖ୍ୟ ସଡ଼କ ସହ ବ୍ରହ୍ମପୁର ରାସ୍ତା ପୁଣି ଯୋଡ଼ିହେଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri