ବଢ଼ୁଛି ଯୁଦ୍ଧ ଆଶଙ୍କା

କ୍ୱିଭ୍‌, ୧୫ା୨:ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍‌ ସପକ୍ଷରେ ସାମରିକ ବଳ ପଠାଇବାରେ ଲାଗିଛନ୍ତି। ଆସନ୍ତା ୧୬ ତାରିଖରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆମେରିକାର ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। ସମ୍ଭାବ୍ୟ ଯୁଦ୍ଧ ଏଡ଼ାଇବା ଲାଗି ପୁଟିନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନାରୁ ସୁଫଳ ମିଳିନାହିଁ। ଏଥିଯୋଗୁ ସୀମାରେ ସଙ୍କଟ ଘନେଇବାରେ ଲାଗିଛି। ଯୁଦ୍ଧ ଆଶଙ୍କାର ପ୍ରଭାବ କେବଳ ସାମରିକ ଅଥବା କୂଟନୈତିକ ସ୍ତରରେ ନୁହେଁ, ବରଂ ବିଶ୍ୱ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିଛି। ଆମେରିକାର ଡୋ ଜୋନ୍ସ ହେଉ କି ନାସ୍‌ଡାକ୍‌ ସବୁଠି ଧରାଶାୟୀ ହୋଇଛି ଷ୍ଟକ୍‌। ତୈଳ ଓ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କାରେ ଭାରତୀୟ ଶେୟାର ମାର୍କେଟର ସେନ୍‌ସେକ୍ସ ୧୭୪୭.୦୮ ଅଙ୍କ ତଳକୁ ଖସି ୫୬୪୦୫.୮୪ରେ ବନ୍ଦ ହୋଇଛି।

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବାରମ୍ବାର ସତର୍କ କରାଇଆସୁଥିବାବେଳେ ମସ୍କୋ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି। ଏହା ସତ୍ତ୍ୱେ ରୁଷିଆର ଲକ୍ଷାଧିକ ସୈନ୍ୟ ୟୁକ୍ରେନକୁ ଘେରି ରହିଛନ୍ତି। ୟୁକ୍ରେନ ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ରୁଷିଆ ସୈନ୍ୟ ସମରାଭ୍ୟାସ ଜାରି ରଖିଛନ୍ତି। ଏହା ଉପରେ ୟୁକ୍ରେନ ରୁଷିଆଠାରୁ ଜବାବ ମାଗିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ ଡାକିଛି। ପ୍ରମୁଖ ୟୁରୋପୀୟ ସୁରକ୍ଷା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ରୁଷିଆ ସହ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଏହାର ସୀମାରେ ଉତ୍ତେଜନା ସୃଷ୍ଟିର କାରଣ ପଚାରିବ।
ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ରୁଷିଆ କ୍ରମାଗତଭାବେ ସୀମା ନିକଟରେ ସୈନ୍ୟ ଠୁଳ କରି ଯୁଦ୍ଧ ଆଶଙ୍କା ବଢ଼ାଇଛି। କିନ୍ତୁ ଏହାର କାରଣ ବାବଦରେ ସ୍ପଷ୍ଟୀକରଣ ମଗାଯାଇଥିଲେ ମଧ୍ୟ ରୁଷିଆ ବାରମ୍ବାର ୟୁକ୍ରେନର ଅନୁରୋଧକୁ ଅଣଦେଖା କରିଆସୁଛି। ତେଣୁ ଆସନ୍ତା ୪୮ ଘଣ୍ଟାରେ ରୁଷିଆକୁ ଏହାର ଯୋଜନା ବାବଦରେ ପ୍ରଶ୍ନ କରାଯିବ ବୋଲି ସେ କହିଛନ୍ତି। ଭିଏନା ସନ୍ଧିର ସର୍ତ୍ତ ଅନୁଯାୟୀ ୟୁକ୍ରେନ ଏହି ପ୍ରତିକ୍ରିୟା ଲୋଡ଼ିଛି। ଏହା ୟୁରୋପରେ ସୁରକ୍ଷା ଏବଂ ସହଯୋଗ ପାଇଁ ସଙ୍ଗଠନ (ଓଏସ୍‌ସିଇ)ର ସଦସ୍ୟମାନେ ସୁରକ୍ଷା ପ୍ରସଙ୍ଗ ଉପରେ କରିଥିବା ଏକ ଚୁକ୍ତିନାମା। ଏଥିରେ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ସମେତ ରୁଷିଆ ମଧ୍ୟ ସଦସ୍ୟ ରହିଛି।
ଯଦି ରୁଷିଆ ଓଏସ୍‌ସିିଇ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ୱ ଦେଉଛି ତେବେ ଉତ୍ତେଜନା ହ୍ରାସ ଏବଂ ସୁରକ୍ଷା ବୃଦ୍ଧି ପାଇଁ ସାମରିକ ସ୍ବଚ୍ଛତା ପ୍ରତି ପ୍ରତିବଦ୍ଧତା ପୂରଣ କରିବାକୁ ପଡିବ ବୋଲି କୁଲେବା କହିଛନ୍ତି। ତେବେ ଆଗାମୀ ଦିନରେ ରୁଷିଆ ଆକ୍ରମଣ କରିବାର କୌଣସି ପ୍ରମାଣ ନ ଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିଭିର ଜେଲେନ୍‌ସ୍କି କହିଛନ୍ତି। ରବିବାର ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଫୋନ୍‌ ଯୋଗେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ କଥା ହୋଇଛନ୍ତି। ସହଯୋଗ ଓ ସମର୍ଥନ ପାଇଁ ଜେଲେନ୍‌ସ୍କି ବାଇଡେନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ବାଇଡେନ୍‌ଙ୍କୁ ୟୁକ୍ରେନକୁ ନିମନ୍ତ୍ରଣ କରିଛନ୍ତି। ସ୍ଥିତିରେ ସୁଧାର ଆଣିବା ନିମନ୍ତେ ବାଇଡେନ୍‌ଙ୍କ ୟୁକ୍ରେନ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଜେଲେନ୍‌ସ୍କି କହିଛନ୍ତି। ରୁଷିଆ ସହ ବିବାଦ ଘନେଇଥିବାବେଳେ ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ସୋମବାର କ୍ୱି୍‌ଭ୍‌ରେ ପହଞ୍ଚିବା ପରେ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ମଙ୍ଗଳବାର ଓଲାଫ୍‌ ସ୍କୋଲ୍‌ଜ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟି ଯୁଦ୍ଧ ସ୍ଥିତି ଟାଳିବାକୁ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଯୁଦ୍ଧ ଭୟରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ ଦେଶ ସେମାନଙ୍କ ଦୂତାବାସ କର୍ମଚାରୀଙ୍କୁ ଫେରି ଆସିବାକୁ କହିଥିବାବେଳେ ୟୁକ୍ରେନ ନ ଯିବା ପାଇଁ ନାଗରିକଙ୍କୁ ପରାମର୍ଶ ଦେଉଛନ୍ତି। ଆମେରିକା ପୂର୍ବରୁ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ କହିବା ସହ କ୍ୱିଭ୍‌ରେ ଥିବା ଦୂତାବାସ କର୍ମଚାରୀଙ୍କୁ ଫେରିଆସିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ବ୍ରିଟେନ, ଜର୍ମାନୀ, ଇଟାଲୀ, ଆୟର୍ଲାଣ୍ଡ, ବେଲଜିୟମ, ଲକ୍ସମବର୍ଗ, ନେଦରଲାଣ୍ଡ୍‌ସ, କାନାଡା, ନରୱେ, ଇଷ୍ଟୋନିଆ, ଲିଥୁଆନିଆ, ବୁଲଗେରିଆ, ସ୍ଲୋଭେନିଆ, ଅଷ୍ଟ୍ରେଲିଆ, ଜାପାନ, ଇସ୍ରାଏଲ୍‌, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ନିଜ ନିଜ ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଫଳରେ ସେଠାରେ ରହୁଥିବା ବିଦେଶୀ ନାଗରିକମାନେ ଏବେ ନିଜ ନିଜ ଦେଶ ମୁହାଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri