କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ କଂଗ୍ରେସ ଭବନରେ କେନ୍ଦୁଝର ଜିଲା ଯୁବ କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି l ଏହି ସଦ୍ଭାବନା ଦିବସରେ କଂଗ୍ରେସ ନେତାମାନେ ସ୍ବର୍ଗତ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଆଜି ମହିଳା ସଶକ୍ତିକରଣ, ଶ୍ରମିକମାନଙ୍କୁ ୧୦୦ ଦିନର କାମ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଟେଲିକମ୍ ଓ କମ୍ପ୍ୟୁଟରୀକରଣ ଏବଂ ୧୮ବର୍ଷରେ ଯୁବକମାନେ ଭୋଟଦାନ ଦେବା ସବୁ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟର ଅବଦାନ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ଜିଲା ଦଳିତ କଂଗ୍ରେସ ସଭାପତି ରଶ୍ମିରଞ୍ଜନ ଜେନା ଓ ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ଏମ୍ପି ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜିଲା ଉପସଭାପତି ଲଳିତ ମୋହନ ନାୟକ, ପାଟଣା ବିଧାନସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ତେଲକୋଇ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା, ଟାଉନ ସଭାପତି ଲୋକନାଥ ଟୁଡୁ, ପାଟଣା ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, କଂଗ୍ରେସ ନେତା ରଞ୍ଜିତ ଜେନା, ଚିତ୍ତରଞ୍ଜନ ରାଉତ, ପ୍ରଫୁଲ୍ଲ ଜେନା, କ୍ଷୀରୋଦ ପାତ୍ର, ଆର୍ତ୍ତତ୍ରାଣ ଦାସ, ରସାନନ୍ଦ ଜେନା, ଦୀନେଶ ରାଉତ, ପୂର୍ଣ୍ଣଚନ୍ଦ୍ର ଦାସ, ମହମ୍ମଦ ୟାସିନ, ମହିଳା ନେତ୍ରୀ ସବିତା ସାହୁ, ସୋନାଲି ମାରାଣ୍ଡି, ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଅମିତ କୁମାର ରାଉତ, ଆନନ୍ଦ ମାଝୀ, ବ୍ୟାସଦେବ ବେହେରା, ମାନସ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା ଏବଂ ଛାତ୍ର କଂଗ୍ରେସ ନେତା ଅବିନାଶ ଓଝା, ଶୁଭମ ମହାନ୍ତ ଓ ପ୍ରଦୀପ ରାଉତ ପ୍ରମୁଖ ଯୋଗ ଦେଇଥିଲେ।