Posted inଫୁରସତ

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ଏତିକି କୋଟି; ଜାଣିଲେ…

କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନଗତ ଜୁଆଡ଼ି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ କି, ବିଶ୍ୱର ସବୁଠାରୁ ଧନୀ ‘ଜୁଆଡ଼ି’ ଭାବରେ ପରିଗଣିତ। ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ତାଙ୍କୁ ‘ପୋକର କିଙ୍ଗ’ ମଧ୍ୟ କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ହଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଏହି ଯୁବକଙ୍କ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌। ୪୦ ବର୍ଷୀୟ ଆମେରିକୀୟ ଏହି ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବ ନ ଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏକ ସାକ୍ଷାତକାରରେ ଡାନ୍‌ କହିଥିଲେ, ତାଙ୍କ ପିଲାଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଥରେ ଡାନ୍‌ ମଧ୍ୟ ତାଙ୍କ ସ୍କୁଲରେ ବନ୍ଧୁକ ଧରି ଧରାପଡ଼ିଥିଲେ, ଯାହା ପରେ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା। ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ ନେଇଥିଲେ।

ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ। ଲସ୍‌ଭେଗାସରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୩୨କୋଟି ଟଙ୍କା। ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି। ଗତବର୍ଷ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ବୋଲି କୁହାଯାଇଥିଲା।

ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି। ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲାଗେ। ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାର୍ଶ୍ୱରେ ଝିଅମାନେ ଘେରି ରହିଛନ୍ତି। ଏହି କାରଣରୁ ତାଙ୍କୁ ‘ପ୍ଲେ ବୟ’ ମଧ୍ୟ କୁହାଯାଏ।
ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଦିର ଅଭାବ ନାହିଁ। ଏହି ସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରେ କରିଛନ୍ତି। ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ୮୩ କୋଟି ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri