ଧନୀ ସ୍ବାଧୀନ, ଗରିବ ପରାଧୀନ: ତଥାଗତ

ବଲାଙ୍ଗୀର ଅଫିସ,୨୬ା୯: ଯୁଗଯୁଗରୁ ସ୍ବାଧୀନତାର ପରିସୀମା ଓ ପରିଭାଷାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଯେଉଁମାନଙ୍କୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡେନାହିଁ, ସେମାନଙ୍କ ପିଲାଙ୍କୁ ଖାଦ୍ୟ କେଉଁଠି ଆସେ ବୋଲି ପ୍ରଶ୍ନ କଲେ ରିଲାଏନ୍ସ ଫ୍ରେଶ୍‌ କିମ୍ବା କେଉଁ ଦୋକାନରୁ ଖାଦ୍ୟ ଆସୁଛି ବୋଲି କହନ୍ତି। ଯେଉଁମାନଙ୍କ ଘରେ ଟ୍ୟାପ୍‌ ଲାଗିଛି, ଏପଟେ ମୋଡିଦେଲେ ଥଣ୍ଡା ପାଣି ଓ ସେପଟେ ମୋଡି ଦେଲେ ଗରମ ପାଣି ବାହାରୁଛି ସେମାନଙ୍କ ପାଖରେ ସ୍ବାଧୀନତା ରହିଛି। ଯେଉଁମାନେ ତିନି କିଲୋମିଟର ଚାଲିକରି ଯାଉଛନ୍ତି, ନଦୀ ବାଲିରେ ଚୁଆ ଖୋଳି ପାଣି ଆଣୁଛନ୍ତି ସେମାନଙ୍କ ପାଖରେ ସ୍ବାଧୀନତା ନାହିଁ। ଖାଦ୍ୟ ଖାଇବା ଲୋକେ ଚାଷୀଙ୍କ ସଂଘର୍ଷ ବୁଝନ୍ତି ନାହିଁ। ଚାଷୀକୁ ତା’ର ଶ୍ରମ ଓ ଶସ୍ୟର ମୂଲ୍ୟ ମିଳେନାହିଁ। ଏଥିରୁ ବୁଝାପଡୁଛି ଯେ, ଧନୀ ସ୍ବାଧୀନ ଓ ଗରିବ ପରାଧୀନ। ବଲାଙ୍ଗୀର କ୍ରାନ୍ତି-ଜାଗୃତି କମିଟି ପକ୍ଷରୁ ରବିବାର ପୃଥ୍ବୀରାଜ ହାଇସ୍କୁଲ ସେଣ୍ଟେନାରି ହଲଠାରେ ଅନୁଷ୍ଠିତ ‘ସ୍ବାଧୀନତାର ପରିସୀମା ଓ ପରିଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଏହା କହିଛନ୍ତି ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ।


କମିଟି ସଭାପତି ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆଲୋଚକ ସତପଥୀ ଆହୁରି କହିଥିଲେ, ସ୍ବାଧୀନତା ଏକ ସିଦ୍ଧାନ୍ତ। ଏହାକୁ ଯିଏ ବିକ୍ରି କରିପାରିଲା ସିଏ ବଡ଼ ନେତା ହୋଇପାରିଲା। କାରଣ ସ୍ବାଧୀନତା ସିଦ୍ଧାନ୍ତର ବି ଗ୍ରାହକ ଅଛନ୍ତି। ଧର୍ମ ହେଉଛି ସ୍ବାଧୀନତା ସଙ୍କୁଚିତ କରିବାର ଆଉ ଏକ ପ୍ରମୁଖ ମାଧ୍ୟମ। ଧର୍ମର ଲେମ୍ବୁ ଚଟାଇ ଗରିବ ଲୋକଙ୍କ ସ୍ବାଧୀନତାକୁ ଚାପି କରି ରଖାଯାଉଛି। ସବୁ ଧର୍ମରେ ସମାନ ସ୍ଥିତି ରହିଛି। ଦୁଇବର୍ଷ ତଳେ ଯେଉଁ ନୂଆ ରୋଗ ବାହାରିଲା ତାହାରି ମାଧ୍ୟମରେ ବ୍ୟକ୍ତି ସ୍ବାଧୀନତାକୁ ଦୁଇବର୍ଷ ଚାପି ଦିଆଗଲା। ଜନ୍ମ ପରେ ନାମକରଣ ହେବା ପର୍ଯ୍ୟନ୍ତ ପୁଅ ଓ ଝିଅର ସ୍ବାଧୀନତା ରହୁଛି। ଯେଉଁଦିନ ତାକୁ ଏକ ନଁା ଦେଇ ଦିଆଯାଉଛି ସେହିଦିନଠାରୁ ତା’ର ସବୁକିଛି ଯେମିତି ସମାପ୍ତ ହୋଇଯାଉଛି। ଜାତି, ଧର୍ମ ନଁାରେ ଭାଗଭାଗ କରି ଦିଆଯାଉଛି। ଏହା କିଏ କରୁଛି, ସେ ନିଜେ କିଛି କରୁନାହିଁ। ତାକୁ କରାଇ ଦିଆଯାଉଛି ବୋଲି ସତପଥୀ କହିଥିଲେ।
ଅନ୍ୟତମ ଆଲୋଚକ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ମଧୁସୂଦନ ପତି ତାଙ୍କ ବକ୍ତବ୍ୟରେ ପାଶ୍ଚତ୍ୟ ଏବଂ ପ୍ରାଚ୍ୟ ବିଚାରରେ ସ୍ବାଧୀନତାର ପରିଭାଷା ଓ ପରିସୀମା ବିଷୟରେ ଏକ ତାତ୍ତ୍ୱିକ ଆଲୋଚନା କରିଥିଲେ। ସମ୍ବିଧାନରେ ଯେଉଁ ଭାତୃତ୍ୱ ଶବ୍ଦର ବ୍ୟାଖ୍ୟା କରାଯାଇଛି ଏହା ବଡ଼ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଭ୍ରାତୃତ୍ୱ ଜରିଆରେ ହିଁ ଆମେ ସମ୍ବିଧାନର ନ୍ୟାୟ ଓ ସମାନତାକୁ ଠିକ୍‌ ଭାବେ ବୁଝିପାରିବେ ବୋଲି କହିଥିଲେ। ଦେଶପ୍ରେମ ଭଲ; ମାତ୍ର ଜାତୀୟତାବାଦ ବ୍ୟକ୍ତିକୁ ଉଚ୍ଛୃଙ୍ଖଳ କରେ ବୋଲି କହିଥିଲେ। ପ୍ରକୃତରେ ଆର୍ଥିକ ସ୍ବାଧୀନତା ବିନା ସ୍ବାଧୀନତାର କିଛି ମୂଲ୍ୟ ନାହିଁ ବୋଲି ସେ କହିଥିଲେ। ବ୍ୟକ୍ତି ପାଇଁ ସମାଜ ସୃଷ୍ଟି, ସମାଜ ପାଇଁ ବ୍ୟକ୍ତି ସୃଷ୍ଟି ହୋଇନାହିଁ ବୋଲି ସେ କହିଥିଲେ। ତେବେ ଭାରତୀୟ ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ଆଧ୍ୟାତ୍ମିକ ଉଦାରତା ଉପରେ କହି ଅନ୍ୟର ସ୍ବାଧୀନତାକୁ ସମ୍ମାନ ପ୍ରଦର୍ଶନ କରିବାରେ ଶ୍ରେଷ୍ଠତମ ମାଧ୍ୟମ ବୋଲି କହିଥିଲେ। ଆଲୋଚକଙ୍କ ବକ୍ତବ୍ୟ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ କଲେଜ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଦୁଇ ଆଲୋଚକଙ୍କୁ ପ୍ରଶ୍ନ କରିଥିଲେ। ଦୁଇ ଆଲୋଚକ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଆଲୋଚନାଚକ୍ର କମିଟି ସଂଯୋଜକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ବୀରେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଦେଇଥିଲେ।
ଏହି ଆଲୋଚନାଚକ୍ରରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ଟୀକେଶ୍ୱର ଗୁରୁ, ଗୁରୁଶ୍ରୀ ଘାସିରାମ ମିଶ୍ର, ମନୋରଞ୍ଜନ ସାହୁ, ଗୋପଭୂଷଣ ନାଥ, ନକୁଳ ଅଗ୍ରୱାଲ, ଡା ଲକ୍ଷ୍ମୀକାନ୍ତ ମହାପାତ୍ର, ନୀଳମଣି ମିଶ୍ର, ହେମନ୍ତ ପଣ୍ଡା, ବିଧୁଭୂଷଣ ତ୍ରିପାଠୀ, ବେଲାରସିଂ ଭୋଇ, ଭାଗୀରଥୀ ମିଶ୍ର, ଚାଇନା ମହାନ୍ତି, ସନ୍ତୋଷ ପାଢ଼ୀ, ପ୍ରହଲ୍ଲାଦ ଶତପଥୀ, କିଶୋର ରଥ, ଦିଲୀପ ଦାଶ, ନିମାଁଇ ପାଣିଗ୍ରାହୀ ଓ ବିଭିନ୍ନ କଲେଜର ଛାତ୍ରୀଛଥ୍ର, ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri