ଆଧାର ନ ଥିବାରୁ ଚାଉଳ ବନ୍ଦ

କେନ୍ଦୁଝର, ୪।୫ (ସ୍ବ.ପ୍ର.)-ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୋନାସିକା ଗ୍ରାମରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ୩ ବର୍ଷ ହେଲା ସରକାରଙ୍କ ମାଗଣା ଚାଉଳ ପାଉ ନ ଥିବା ଅଭିଯୋଗ ହୋଇଛି ା ତାଙ୍କ ନାମ ରମଣୀ ପାତ୍ର। ଆଗରୁ ଚାଉଳ ମିଳୁଥିଲା। କିନ୍ତୁ ଭିନ୍ନକ୍ଷମ ଯୋଗୁ ଆଧାର କାର୍ଡ ପାଇଁ କୁଆଡେ ଯାଇ ପାରୁ ନ ଥିବାରୁ ତାଙ୍କୁ ଆଉ ଚାଉଳ ମିଳିନାହିଁ ବୋଲି ତାଙ୍କ ସାନ ଭଉଣୀ ସୁକୁମାରୀ ପାତ୍ର କହିଛନ୍ତି। ତାଙ୍କର ସୀମିତ ମଜୂରିରେ ଦୁଇ ଭଉଣୀ ପେଟ ପୋଷୁଛନ୍ତି। କଣ ରୋଗ ଜଣାପଡୁନାହିଁ। ଅଣ୍ଟା ଓ ଗୋଡରେ ସମସ୍ୟା ରହିଛି ା ଏଣୁ ଚଲାବୁଲା କରିପାରୁନାହାନ୍ତି। ସବୁ ବେଳେ ଘରେ ପଡି ରହିଛନ୍ତି ା କଷ୍ଟ ଯନ୍ତ୍ରଣା ପାଉଥିଲେ ହେଁ ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନାହିଁ। ଏହି ସାହିରେ ବାହା ହୋଇଥିବାରୁ ସେ ତାଙ୍କ ଭଉଣୀ ରମଣୀଙ୍କ ସବୁ କାମ କରିଦେଉଛନ୍ତି ା ତେବେ ଚାଉଳ ମିଳୁନାହିଁ କିମ୍ବା ଘର ଖଣ୍ଡେ ନାହିଁ ା ଘର ଭାଙ୍ଗି ଗଲାଣି। ଖସି ପଡିବା ଭୟ ଲାଗୁଛି । ଅନ୍ୟପକ୍ଷେ ରମଣୀ କହିଛନ୍ତି ଯେ, ମୁଁ ବହୁ କଷ୍ଟ ଯନ୍ତ୍ରଣାରେ ଅଛି। ମରିବାକୁ ଚାହିଁଲେ ମରିପାରୁନି। ଖାଇବାକୁ ମିଳୁନାହିଁ ଏଣୁ ଚିକିତ୍ସା କେଉଁଠୁ କରିବି। ଏଣୁ ଚାଉଳ ଗଣ୍ଡେ ଦେବାକୁ ରମଣୀ କହିଛନ୍ତି। ଭିନ୍ନକ୍ଷମ ପାଇଁ ବିବାହ କରିନାହାନ୍ତି। ତାଙ୍କ ଭାଇ ବିଶ୍ୱନାଥ ପାତ୍ର ମଧ୍ୟ ଭିନ୍ନକ୍ଷମ ା ତେବେ ଏନେଇ ଜିଲାପାଳ ଆଶୀଷ ଠାକରେ କହିଛନ୍ତି ଯେ ଏନେଇ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri