ପୁରୁଷୋତ୍ତମପୁରରେ ଗଡ଼ିଲା ରାଜସ୍ବ ରଥ

ପୁରୁଷୋତ୍ତମପୁର,୧୭।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ପକ୍ଷରୁ ସୋମବାର ରାଜସ୍ବ ରଥ ଗଡ଼ିଛି। ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କ ତତ୍ତ୍ୱାବଧାନରେ ଶୋଳଘର ପଞ୍ଚାୟତର ହିଣ୍ଡୁଳା ଗ୍ରାମରୁ ଏହାର ଶୁଭାରମ୍ଭ ହୋଇଛି। ଏଥିରେ ଅନ୍ୟତମ ଅତିରିକ୍ତ ତହସିଲଦାର ଗୋଲକ ବିହାରୀ ସାହାଣୀ ଓ କର୍ମଚାରୀମାନେ ଘରକୁ ଘର ଯାଇ ୫୦ ଜଣ ହିତାଧିକାରୀଙ୍କୁ ଜମି ଓ ଘର ପଟ୍ଟା ପ୍ରଦାନ କରିଥିବା ବେଳେ ୧୫ଜଣଙ୍କୁ ବିଭିନ୍ନ ପ୍ରକାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି।