ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାର ୭୮.୭୬ ପ୍ରତିଶତ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ ଏଥର ବାଜିମାତ୍‌ କରିଛନ୍ତି। ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୋର୍ଡର ୨ଟି ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଏହି ୱେବ୍ସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସଏମଏସ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ। ଫଳ ପ୍ରକାଶନଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ (ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ) ଏହି କଣ୍ଟ୍ରୋଲ ରୁମ ଖୋଲା ରହିବ। ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଟେଲିଫୋନ ନମ୍ବରରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ।

ଏଥର ମୋଟ ୫,୩୪,୮୪୩ଜଣ ଛାତ୍ରୀଛାତ୍ର ପରିକ୍ଷା ଦେଇଥିବା ବେଳେ୪, ୨୧,୨୫୬ଜଣ ପାସ୍‌ କରିଛନ୍ତି। ଏ୧ ଗ୍ରେଡ୍‌ରେ ୧,୨୭୯ଜଣ ପାସ୍‌ କରିଥିବା ବେଳେ ଏ୨ ଗ୍ରେଡ୍‌ରେ ୮,୪୫୮, ବି୧-୧୮,୧୮୮, ବି୨-୩୨,୩୨୮, ସି ୪୯,୧୫୩, ଡି-୮୯,୫୫୬, ଇ- ୨୨,୩୧୯୫ ଜଣ ପାସ୍‌ କରିଛନ୍ତି।
ଗତ ବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଥିବା ମନ୍ତ୍ରୀ ଗଣାମାଧ୍ୟମକୁ କହିଛନ୍ତି। ସେହିପରି ଛାତ୍ରୀମାନଙ୍କ ପାସ୍‌ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ୨୧୫୩୬୭ ଛାତ୍ରୀ ପାସ୍‌ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri