ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼ କାରଣରୁ ଅନ୍‌ଲାଇନ ପରୀକ୍ଷା ହୋଇପାରି ନ ଥିଲା। ଛାତ୍ରୀଛାତ୍ର ଦୀର୍ଘଦିନ ଧରି ଦେଇଥିବା ଅଫ୍‌ଲାଇନ ପରୀକ୍ଷା ଫଳାଫଳ ଏବଂ ଅନ୍‌ଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ର ଅସନ୍ତୋଷ ଲାଗି ରହିଥିଲା। ୩ ବର୍ଷର ଏହି ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସି ବ୍ୟକ୍ତ କରିଛନ୍ତି। ୩ ବ୍ୟାଚ୍‌ ଦେଇଥିବା ବାର୍ଷିକ ପରୀକ୍ଷା ଫଳାଫଳ ଅଫଲାଇନରେ ଦେଇଥିବା ପରୀକ୍ଷା ଇଡି ଏବଂ ପ୍ରାକ୍ଟିକାଲରେ ପାସ୍‌ କରିଥିବା ପିଲାମାନଙ୍କ ଫଳାଫଳ ସିବିଟି ପରୀକ୍ଷା ବିନା ପାସ୍‌ ଘୋଷଣା କରାଯାଇଛି। ୨୦୧୮-୨୦ ପିଲାମାନଙ୍କର ସମ୍ପୂର୍ଣ୍ଣ ପାସ୍‌, ୨୦୧୯-୨୧ ପିଲାଙ୍କର ପ୍ରଥମ ବର୍ଷ ପାସ୍‌, ୨୦୨୦-୨୨ ପିଲାମାନଙ୍କର ପ୍ରଥମ ବର୍ଷ ପରୀକ୍ଷାରେ କେବଳ ଇଡି ଏବଂ ପ୍ରାକ୍ଟିକାଲରେ ପାସ୍‌ କରିଥିବା ପିଲାମାନଙ୍କର ପରୀକ୍ଷା ଫଳ ଡିଜିଇଟି ବିଜ୍ଞପ୍ତିରୁ ଘୋଷଣା କରାଯାଇଛି। ଏଥିପାଇଁ ଭଦ୍ରକ ପ୍ରଫୁଲ୍ଲ ଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି, ମାଧବାନନ୍ଦ ଆଇଟିଆଇର ଅଧ୍ୟକ୍ଷ ସ୍ବାଧୀନ ନାୟକ, ତିହିଡ଼ି ଆଇଟିଆଇର ଅଧ୍ୟକ୍ଷ ଗଣେଶ ବିଶ୍ୱାଳ, ରୟାଲ ଆଇଟିଆଇ, ନିତ୍ୟାନନ୍ଦ ଆଇଟିଆଇ ପ୍ରମୁଖ ଆଇଟିଆଇର ପ୍ରମୋଟରମାନେ ଡିଜିଇଟି ଏବଂ ଏନ୍‌ସିଭିଟି ନୂଆଦିଲ୍ଲୀ, ରାଜ୍ୟ ଶିଳ୍ପ ତାଲିମ ଘରୋଇ ସଂଘ, ସିଟିଟିଆଇର ଅଧ୍ୟକ୍ଷ ଅରୁଣ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri