ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର,୫।୬(ବ୍ୟୁରୋ):  ଓଡ଼ିଶା ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ। ରବିବାର ନୂଆ ମନ୍ତ୍ରୀମାନେ ଶପଥ ନେବେ। ସେଥିପାଇଁ ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୧୩ଜଣ ନୂଆ ମୁହଁ ସାମିଲ ହେବାକୁ ଥିବାବେଳେ ୮ଜଣ ସେମାନଙ୍କ ମନ୍ତ୍ରୀ ପଦ ବଜାୟ ରଖିବେ ବୋଲି କୁହାଯକାଉଛି। ପୂର୍ବରୁୁ ବହୁବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେଲେ ଏକ ସଙ୍ଗରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଘଟଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପରିବର୍ତ୍ତନକୁ ଗୁରୁତ୍ୱ ଦେଇଥାନ୍ତି। ତେଣୁ ସମ୍ଭାବ୍ୟ ନୂଆ ତାଲିକାରେ ୧୩ଜଣ ନୂଆ ମୁହଁ ରହିଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ୧୧ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ ତାଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଥିଲେ। ସେଥିପାଇଁ ପ୍ରଥମେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ୨୫ଜଣିଆ ମନ୍ତ୍ରିମଣ୍ଡଳରେ ୧୩ଜଣ ନୂଆ ମୁହଁ ସାମିଲ ହୋଇଥିବାବେଳେ ୧୧ଜଣ ପୁରୁଣା ମନ୍ତ୍ରୀ ଶପଥ ନେଇଥିଲେ। ୧୩ନୂଆ ମୁହଁ ମଧ୍ୟରେ ଜଗନ୍‌ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେଇଥିଲେ।