ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ ମେଣ୍ଟୁଥିଲା। ଜାନିଯାତ୍ରା, ମେଳା, ମହୋତ୍ସବ, ବିବାହ ବ୍ରତ ଭଳି କାର୍ଯ୍ୟରେ ଜଳାଶୟ ଉପରେ ନିର୍ଭର କରୁଥିଲେ ହଜାର ହଜାର ଜନସାଧାରଣ। ଉପକୃତ ହେଉଥିଲେ ଗୃହପାଳିତ ପ୍ରାଣୀ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ। ପୋଖରୀରେ ପାଣିର ଚିହ୍ନବର୍ଣ୍ଣ ନାହିଁ। କେଉଁଠ ଦଳ ତ ଅନ୍ୟ କେଉଁଠି ଲଟାବୁଦା ମାଡ଼ି ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ବୁଲାଗୋରୁଙ୍କ ଚାରଣ ଭୂମି ପାଲଟିଥିବା ଏହି ସ୍ଥାନରେ ଯେ ଏକଦା ବିଶାଳକାୟ ଜଳାଶୟ ଥିଲା, ତାହା ଜଣାପଡୁନାହିଁ। ସମସ୍ୟା କେବଳ ଗୋଟିଏ କି ଦୁଇଟି ପୋଖରୀରେ ସୀମିତ ନୁହେଁ, ପ୍ରଶାସନିକ ଅବହେଳାରୁ ଢେଙ୍କାନାଳ ଜିଲା ଭୁବନର ଅଧିକାଂଶ ପୁଷ୍କରିଣୀ ଏବେ ଜନମାନସରୁ ହଜିଯିବାକୁ ବସିଛି।
ଏସିଆ ମହାଦେଶର ସବୁଠାରୁ ବଡ଼ ଗଁା ଭୁବନକୁ ୧୯୭୨ରେ ମିଳିଥିଲା ଏନ୍‌ଏସି ମାନ୍ୟତା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୫୦ ବର୍ଷ। ହେଲେ ଅଞ୍ଚଳବାସୀଙ୍କ ପାଖରେ ଆଜି ବି ଅପହଞ୍ଚ ହୋଇରହିଛି ରାସ୍ତାଘାଟ, ପାନୀୟଜଳ, ପରିମଳ ଭଳି ମୌଳିକ ସୁବିଧା। ତେବେ ଗତ କିଛିବର୍ଷ ମଧ୍ୟରେ ଯେଉଁ ସମସ୍ୟା ସବୁଠାରୁ ଉତ୍କଟରୂପ ଧାରଣ କରିଛି, ତାହା ହେଲା ପାଣି। ଦିନକୁ ଦିନ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାବେଳେ ଖରା ଆସୁଆସୁ ଆରମ୍ଭ ହୋଇଯାଉଛି ଜଳସଙ୍କଟ। ୩ରୁ ୪ ମାସ ଯାଏ ଏହା ଜାରିରହୁଛି। ଫଳରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର ହଜାର ହଜାର ପରିବାର ଡହଳବିକଳ ହେଉଛନ୍ତି। ପୁରାତନ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ନ ହେବା ସ୍ଥିତିକୁ ଆହୁରି ସଙ୍ଗିନ କରିପକାଉଛି।
ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ୨୦ରୁ ଊର୍ଦ୍ଧ୍ୱ ସରକାରୀ ଏବଂ ବେସରକାରୀ ଜଳାଶୟ ରହିଛି। ତନ୍ମଧ୍ୟରୁ ପୁଷ୍ଟିପୋଖରୀ, ଚିନ୍ନରା ପୋଖରୀ, ନୂଆପୋଖରୀ-୧, ନୂଆପୋଖରୀ-୨,ବେଣାଗାଡ଼ିଆ, ମଝିବେଣାଗାଡ଼ିଆ, ଗୋଡ଼ିପୋଖରୀ, ଗହମପୋଖରୀ, ସାନଦଲକ, ଦଲକ, ଝରଣ ପୋଖରୀ, ମଠପୋଖରୀ, ଦୁର୍ଗାସାଗର, କଇଁଗାଡ଼ିଆ ଆଦି ଏନ୍‌ଏସି ପରିଚାଳନାରେ ରହିଛି। ତେବେ ବର୍ଷବର୍ଷ ଧରି ଦଳ, ପଙ୍କ ସଫେଇ କିମ୍ବା ପୁନରୁଦ୍ଧାର ହେଉ ନ ଥିବାରୁ ଚିନ୍ନରାପୋଖରୀ, କଇଁଗାଡ଼ିଆ, ବେଣାଗାଡ଼ିଆ, ଝରଣ ପୋଖରୀ, ନୂଆପୋଖରୀ, ସାନଦଲକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କେବଳ ବର୍ଷାଦିନେ କେତେକାଂଶରେ ଏହା କାମରେ ଆସୁଛି। ନଚେତ୍‌ ଅଧିକାଂଶ ସମୟ ଶୁଖିଲା ପଡୁଛି। ଅନ୍ୟସବୁ ପୋଖରୀଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ସବୁଠାରୁ ବଡ଼କଥା ଅଧିକାଂଶ ପୋଖରୀ ମାଛଚାଷ ପାଇଁ ବ୍ୟବହାର ହେଉଛି। ନିଲାମଧାରୀ ଅଧିକ ଲାଭ ଆଶାରେ କୁକୁଡ଼ା ମଳ, ଖତ, ରାସାୟନିକ ପକାଉଛନ୍ତି। ଏହାଦ୍ୱାରା ପାଣି ଦୂଷିତ ହୋଇଯାଇଛି। ଗାଧୋଇଲେ ଦେହହାତ କୁଣ୍ଡାଇ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଓ୍ବାର୍ଡବାସୀଙ୍କ ବାରମ୍ବାର ଦାବି ପରେ ନିକଟରେ ପୁଷ୍ଟିପୋଖରୀ ଦଳସଫେଇ ଆରମ୍ଭ ହୋଇଛି। ହେଲେ ଅନ୍ୟ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଯୋଜନା କରାଯାଉନାହିଁ। ନଦୀରେ ଚେକ୍‌ଡ୍ୟାମ୍‌ ନିର୍ମାଣ, ପୁରାତନ ଜଳାଶୟ ଖନନ କରିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିଲେ ବି ଏ ଦିଗରେ ଦୃଷ୍ଟି ଦିଆଯାଉନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ପୋଖରୀ ଖନନ ପାଇଁ ଏକାଧିକ ଯୋଜନା କରିଥିଲେ ମଧ୍ୟ ତାହାର ଠିକ୍‌ କାର୍ଯ୍ୟାନ୍ବୟନ ହେଉନାହିଁ। ଫଳରେ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ସହରର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri