ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ

ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଏ ସଂକ୍ରାନ୍ତରେ ତୁରନ୍ତ ଦୃଷ୍ଟି ନ ଦେଲେ ଚଳିତ ବର୍ଷର ଧାନ ଫସଲ ଉଜୁଡିବ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଖଣ୍ଡପଡ଼ା ସୁନାମୁହିଁ ଜଳଭଣ୍ଡାରରୁ ଶିଖରପୁର, ବରପଲ୍ଲୀ, ଶାଳଝରିଆ, କୃଷ୍ଣପ୍ରସାଦ, ପୁରୁଣା ସାହାସପୁର ଆଦି ଗ୍ରାମର ଚାଷଜମିକୁ ଜରୁରିକାଳୀନ ପରିସ୍ଥିତିରେ ଜଳସେଚିତ କରିବାର ମହତ ଲକ୍ଷ୍ୟ ନେଇ ରାଜ୍ୟ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ କେନାଲ ନିର୍ମାଣ କରିଥିଲେ। ଏଥିପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଖାଲି ସେତିକି ନୁହେଁ, ପ୍ରତିବର୍ଷ କେନାଲର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ଏପରି କି କେନାଲରୁ ଘାସ କାଟିବା ପାଇଁ ଆସୁଥିବା ଅନୁଦାନକୁ ଅନିୟମିତ ଭାବେ ଖର୍ଚ୍ଚ କରାଯାଉଥିବା ଶିଖରପୁର ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କେନାଲରେ କାହିଁକି ପାଣି ଛଡ଼ା ଯାଉ ନାହିଁ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ କିଛି କହୁ ନାହାନ୍ତି। ଯଦି ଅଳ୍ପ ଦିନ ମଧ୍ୟରେ ବର୍ଷା ନ ହୁଏ କିମ୍ବା କେନାଲରେ ପାଣି ନ ଆସେ ଉପରୋକ୍ତ ଗାଁରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅଶ୍ୱିନୀ କୁମାର ଶାନ୍ତ କହିଛନ୍ତି, କେନାଲରେ ପାଣି ଛାଡିବାର ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ସଦର ଥାନା ସଦର ରେଞ୍ଜ କାଉଁରିଆପାଳ ରେଳ ଲାଇନରେ ଟ୍ରେନ ଧକ୍କାରେ ଗୁରୁବାର ସକାଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।...

ନବରଙ୍ଗପୁର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୯।୯(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ । କିଛି ଦିନ ଦେଲା ସଦାଶିବଙ୍କ ନିକଟରେ କରୋନା ଲକ୍ଷଣ...

ସଂଶୋଧିତ ମୋଟରଯାନ ଆଇନ ଜରିମାନାକୁ ଭୟ: ଆର୍‌ଟିଓ କ୍ୟାମ୍ପ ଅଫିସ୍‌ରେ ପ୍ରବଳ ଭିଡ଼

ବ୍ରହ୍ମପୁର ଅଫିସ୍‌,୨୫ା୯-ସଂଶୋଧିତ ମୋଟରଯାନ ଆଇନ-୨୦୧୯ରେ ଜରିମାନା ଅର୍ଥ ଅଧିକ ଥିବା ଯୋଗୁ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜରିମାନାରୁ ବର୍ତ୍ତିବା ପାଇଁ...

ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି।...

ବ୍ଲକ ପ୍ରଶାସନ ଅଜାଣତରେ ନିର୍ମାଣ ହେଉଛି କମ୍ପୋଷ୍ଟ କୁଣ୍ଡ

ନବରଙ୍ଗପୁର,୯।୬(ବି.ପ୍ର.): ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ଫସର ଫାଟି ଯାଉଛି। ସରକାରୀ ବାବୁଙ୍କ ଅଜାଣତରେ ହୋଇଯାଉଛି ଅନେକ କାର୍ଯ୍ୟ। ଅଭିଯୋଗ ହେଲେ ତଦନ୍ତ ନାଁରେ ଘଟଣା ଚପାଇ...

ବିଧାୟକ-ଜିଲାପାଳ ମୁହାଁମୁହିଁ

ବଲାଙ୍ଗୀର ଅଫିସ,୧୨ା୧: ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି...

ଯନ୍ତ୍ରୀ, ଜନ୍ତାବାଇରେ ବିଏସ୍‌ଏଫ୍‌ ଏଡିଜି

ଚିତ୍ରକୋଣ୍ଡା,୨୧ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଯୋଡ଼ାମ୍ବ ପଞ୍ଚାୟତକୁ ବିଏସ୍‌ଏଫ୍‌ ଏଡ଼ିଜି ଅନୁରାଗ ଗର୍ଜ ଗସ୍ତ କରି ମାଓବାଦୀ ଦମନ...

ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି...

Advertisement
Archives

Model This Week