Categories: ଫୁରସତ

ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ

ମାନବ ଶରୀର ବହୁତ ଅଦ୍ଭୁତ ଅଟେ। ଆମ ଶରୀର ସହିତ ଜଡ଼ିତ ଅନେକ ଦିଗ ଅଛି, ଯାହା ବିଷୟରେ ଆମେ ସଠିକ୍‌ ଭାବରେ ଜାଣିନାହୁଁ। କିଛି ଜିନିଷ ଅଛି, ଯାହା ପ୍ରତ୍ୟେକ ମାନବ ଶରୀରରେ ସମାନ କିନ୍ତୁ କିଛି ଜିନିଷ ସ୍ବାଭାବିକ ଭାବରେ ଭିନ୍ନ ଅଟେ। ଯାହା ସେମାନଙ୍କୁ ସ୍ବତନ୍ତ୍ର ତଥା ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର କରିଥାଏ। ସମ୍ପ୍ରତି ଚାଇନାର ଜଣେ ପୁରୁଷଙ୍କଠାରେ ମହିଳାଙ୍କ ପ୍ରଜନନ ଅଙ୍ଗ ରହିଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ ଚାଇନାର ଚେନ୍‌ଲି (ଛଦ୍ମନାମ)ଙ୍କ ଠାରେ ମହିଳାଙ୍କ ଅଙ୍ଗ ରହିଥିବା ଜଣାପଡ଼ିଥିଲା। ୩୩ ବର୍ଷୀୟ ଚେନ୍‌ଲିଙ୍କ ପେଟରେ ଦୀର୍ଘ ୨୦ ବର୍ଷ ଧରି ଦରଜ ହେଉଥିଲା। ପ୍ରତି ମାସରେ କିଛି ଦିନ ପାଇଁ ପ୍ରବଳ ଯନ୍ତ୍ରଣା ହେଉଥିଲା। କେବଳ ଏତିକି ନୁହେଁ, ପ୍ରତି ମାସରେ ତାଙ୍କ ମୂତ୍ରରୁ ରକ୍ତ ମଧ୍ୟ ବାହାରି ଆସୁଥିଲା। ତାଙ୍କର ଏହି ଅଦ୍ଭୁତ ଅବସ୍ଥା ହେତୁ ସେ ବହୁ ଚିନ୍ତିତ ଥିଲେ। ଯେଉଁଥିପାଇଁ ଏହି କିଛିଦିନ ତଳେ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା ପାଇଁ ଯାଇଥିଲେ।

ଯେତେବେଳେ ଚାଇନାର ସିଚୁଆନ ପ୍ରଦେଶରେ ରହୁଥିବା ଚେନ୍‌ଲିଙ୍କ ପରୀକ୍ଷା କରାଯାଇଥିଲା, ସେତେବେଳେ ଡାକ୍ତରମାନେ ଏପରି ଘଟଣା ବିଷୟରେ ଜାଣିବାକୁ ପାଇଥିେଲେ। ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଶରୀରରେ ମହିଳାଙ୍କ ଅଙ୍ଗ ଦେଖି ଡାକ୍ତରମାନେ ତାଙ୍କୁ କହିଥିଲେ, ତାଙ୍କ ଭିତରେ ଉଭୟ ପୁରୁଷ ଏବଂ ମହିଳାଙ୍କର କିଛି ଅଂଶ ଅଛି। ତାହା ହେଉଛି, ପୁରୁଷମାନଙ୍କ ଲିଙ୍ଗ ଅଙ୍ଗ ସେମାନଙ୍କ ଶରୀରରେ ରହିବା ସହିତ ମହିଳାମାନଙ୍କର କ୍ରୋମୋଜୋମ ଏବଂ ଡିମ୍ବାଣୁ ସହିତ ପୁରୁଷ ଓଭାରି ଏବଂ ଗର୍ଭାଶୟ ମଧ୍ୟ ରହିଛି।

ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ମୂତ୍ରରେ ଆସୁଥିବା ରକ୍ତ ପ୍ରକୃତରେ ପୁରୁଷଙ୍କ ଋତୁସ୍ରାବ ହେତୁ ପରିସ୍ରାରେ ରକ୍ତ ପଡୁଥିଲା। ଏହି କାରଣର ତାଙ୍କ ପେଟରେ ମଧ୍ୟ ଯନ୍ତ୍ରଣା ହୁଏ। ଏହା ପରେ ସେ ଅସ୍ତ୍ରୋପଚାର ଦ୍ୱାରା ମହିଳାଙ୍କ ଅଙ୍ଗଗୁଡ଼ିକୁ ଶରୀରରୁ ବାହାର କରିଦେଲେ। ଡାକ୍ତରମାନେ ପୂର୍ବରୁ ଭାବିଥିଲେ ଆପେଣ୍ଡିକ୍ସ ଯୋଗୁ ପେଟରେ ଯନ୍ତ୍ରଣା ହେଉଛ। ଗତ ବର୍ଷ ତାଙ୍କର ଏକ ଡାକ୍ତରୀ ଯାଞ୍ଚ ହୋଇଥିଲା ଯେଉଁଥିରେ ଏହା ପ୍ରକାଶ ପାଇଥିଲା। ଦୀର୍ଘ ୩ ଘଣ୍ଟା ଧରି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯାହା ପରେ ମହିଳାଙ୍କ ଅଙ୍ଗ ତାଙ୍କ ଶରୀରରୁ ବାହାର କରାଯାଇଥିଲା। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ସେ ଜଣେ ପୁରୁଷ ଭାବରେ ନିଜ ଜୀବନକୁ ସହଜରେ ବଞ୍ଚାଇ ପାରିବେ କିନ୍ତୁ ସେ ପିତା ହୋଇପାରିବେ ନାହିଁ କାରଣ ଶୁକ୍ରାଣୁ ଉତ୍ପାଦନ କରିବାରେ ସେ ଅସମର୍ଥ।

Share