Posted inଫୁରସତ

ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ

ମାନବ ଶରୀର ବହୁତ ଅଦ୍ଭୁତ ଅଟେ। ଆମ ଶରୀର ସହିତ ଜଡ଼ିତ ଅନେକ ଦିଗ ଅଛି, ଯାହା ବିଷୟରେ ଆମେ ସଠିକ୍‌ ଭାବରେ ଜାଣିନାହୁଁ। କିଛି ଜିନିଷ ଅଛି, ଯାହା ପ୍ରତ୍ୟେକ ମାନବ ଶରୀରରେ ସମାନ କିନ୍ତୁ କିଛି ଜିନିଷ ସ୍ବାଭାବିକ ଭାବରେ ଭିନ୍ନ ଅଟେ। ଯାହା ସେମାନଙ୍କୁ ସ୍ବତନ୍ତ୍ର ତଥା ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର କରିଥାଏ। ସମ୍ପ୍ରତି ଚାଇନାର ଜଣେ ପୁରୁଷଙ୍କଠାରେ ମହିଳାଙ୍କ ପ୍ରଜନନ ଅଙ୍ଗ ରହିଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ ଚାଇନାର ଚେନ୍‌ଲି (ଛଦ୍ମନାମ)ଙ୍କ ଠାରେ ମହିଳାଙ୍କ ଅଙ୍ଗ ରହିଥିବା ଜଣାପଡ଼ିଥିଲା। ୩୩ ବର୍ଷୀୟ ଚେନ୍‌ଲିଙ୍କ ପେଟରେ ଦୀର୍ଘ ୨୦ ବର୍ଷ ଧରି ଦରଜ ହେଉଥିଲା। ପ୍ରତି ମାସରେ କିଛି ଦିନ ପାଇଁ ପ୍ରବଳ ଯନ୍ତ୍ରଣା ହେଉଥିଲା। କେବଳ ଏତିକି ନୁହେଁ, ପ୍ରତି ମାସରେ ତାଙ୍କ ମୂତ୍ରରୁ ରକ୍ତ ମଧ୍ୟ ବାହାରି ଆସୁଥିଲା। ତାଙ୍କର ଏହି ଅଦ୍ଭୁତ ଅବସ୍ଥା ହେତୁ ସେ ବହୁ ଚିନ୍ତିତ ଥିଲେ। ଯେଉଁଥିପାଇଁ ଏହି କିଛିଦିନ ତଳେ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା ପାଇଁ ଯାଇଥିଲେ।

ଯେତେବେଳେ ଚାଇନାର ସିଚୁଆନ ପ୍ରଦେଶରେ ରହୁଥିବା ଚେନ୍‌ଲିଙ୍କ ପରୀକ୍ଷା କରାଯାଇଥିଲା, ସେତେବେଳେ ଡାକ୍ତରମାନେ ଏପରି ଘଟଣା ବିଷୟରେ ଜାଣିବାକୁ ପାଇଥିେଲେ। ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଶରୀରରେ ମହିଳାଙ୍କ ଅଙ୍ଗ ଦେଖି ଡାକ୍ତରମାନେ ତାଙ୍କୁ କହିଥିଲେ, ତାଙ୍କ ଭିତରେ ଉଭୟ ପୁରୁଷ ଏବଂ ମହିଳାଙ୍କର କିଛି ଅଂଶ ଅଛି। ତାହା ହେଉଛି, ପୁରୁଷମାନଙ୍କ ଲିଙ୍ଗ ଅଙ୍ଗ ସେମାନଙ୍କ ଶରୀରରେ ରହିବା ସହିତ ମହିଳାମାନଙ୍କର କ୍ରୋମୋଜୋମ ଏବଂ ଡିମ୍ବାଣୁ ସହିତ ପୁରୁଷ ଓଭାରି ଏବଂ ଗର୍ଭାଶୟ ମଧ୍ୟ ରହିଛି।

ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ମୂତ୍ରରେ ଆସୁଥିବା ରକ୍ତ ପ୍ରକୃତରେ ପୁରୁଷଙ୍କ ଋତୁସ୍ରାବ ହେତୁ ପରିସ୍ରାରେ ରକ୍ତ ପଡୁଥିଲା। ଏହି କାରଣର ତାଙ୍କ ପେଟରେ ମଧ୍ୟ ଯନ୍ତ୍ରଣା ହୁଏ। ଏହା ପରେ ସେ ଅସ୍ତ୍ରୋପଚାର ଦ୍ୱାରା ମହିଳାଙ୍କ ଅଙ୍ଗଗୁଡ଼ିକୁ ଶରୀରରୁ ବାହାର କରିଦେଲେ। ଡାକ୍ତରମାନେ ପୂର୍ବରୁ ଭାବିଥିଲେ ଆପେଣ୍ଡିକ୍ସ ଯୋଗୁ ପେଟରେ ଯନ୍ତ୍ରଣା ହେଉଛ। ଗତ ବର୍ଷ ତାଙ୍କର ଏକ ଡାକ୍ତରୀ ଯାଞ୍ଚ ହୋଇଥିଲା ଯେଉଁଥିରେ ଏହା ପ୍ରକାଶ ପାଇଥିଲା। ଦୀର୍ଘ ୩ ଘଣ୍ଟା ଧରି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଯାହା ପରେ ମହିଳାଙ୍କ ଅଙ୍ଗ ତାଙ୍କ ଶରୀରରୁ ବାହାର କରାଯାଇଥିଲା। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ସେ ଜଣେ ପୁରୁଷ ଭାବରେ ନିଜ ଜୀବନକୁ ସହଜରେ ବଞ୍ଚାଇ ପାରିବେ କିନ୍ତୁ ସେ ପିତା ହୋଇପାରିବେ ନାହିଁ କାରଣ ଶୁକ୍ରାଣୁ ଉତ୍ପାଦନ କରିବାରେ ସେ ଅସମର୍ଥ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri