ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦରଦାମ୍‌ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଯାହା ଅର୍ଥନୀତିର ସମସ୍ୟାକୁ ଦୂର କରିବ। ସେ ସୂଚାଇ ଦେଇଛନ୍ତି ଯେ ଦରଦାମ୍‌ ହ୍ରାସ ପାଇବା ପରେ ଆରବିଆଇର କଠୋର ମୁଦ୍ରା ନୀତି ନିଷ୍ପତ୍ତି ନେବାର ଆଉ ଆବଶ୍ୟକତା ରହିବ ନାହିଁ।

ଆରବିଆଇ ଗଭର୍ନର କହିଛନ୍ତି ଯେ ବର୍ତ୍ତମାନ ଯୋଗାଣ କ୍ଷେତ୍ରରେ ସୁଧାର ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏପ୍ରିଲରୁ ଜୁନ ମଧ୍ୟରେ ଅର୍ଥନୀତିର ଏକ ଭଲ ପୁନରୁଦ୍ଧାରକୁ ସୂଚାଉଛି। ଆମେ ଆଶା କରୁଛୁ ୨୦୨୨-୨୩ର ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ମଧ୍ୟମ ହେବ।

ଯୋଗାଣ ଶୃଙ୍ଖଳା ସମସ୍ୟା, ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ରୁଷିଆର ଆକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ହନ୍ତସନ୍ତ ହେଉଛନ୍ତି। ଏହିସବୁ କାରଣରୁ, ଭାରତର ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଆରମ୍ଭରୁ ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତ ଉପରେ ରହିଛି। ଯେଉଁଥିପାଇଁ ଆରବିଆଇକୁ ରେପୋ ହାରକୁ ୯୦ ଆଧାର ପଏଣ୍ଟରେ ବୃଦ୍ଧି କରିବାକୁ ପଡିଛି। ଇତିମଧ୍ୟରେ ଆରବିଆଇ ଏହାର ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୭ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛି।

ଅଗଷ୍ଟରେ ଆରବିଆଇର ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଅନେକ ବିଶେଷଜ୍ଞ ଆରପିଆଇର ରେପୋ ହାର ବୃଦ୍ଧି କରିବାର ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ ଆରବିଆଇ ଗଭର୍ନରଙ୍କ ସଦ୍ୟତମ ବିବୃତ୍ତି ଯୋଗୁ ଏଭଳି ଭୟ ଦୂର ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗ୍ରାମ,୨୮ ।୨: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ଏକ ସିଏନଜି ପମ୍ପରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ...

ରାଜ ଇଲେକଟ୍ରୋନିକ୍ସର କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର

ଭୁବନେଶ୍ୱର,୧୫-୬: ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ଏଲ୍‌ଇଡି ଟିଭି ଏବଂ ଏସି କ୍ରୟ ଉପରେ...

କରୋନା ମୁକାବିଲା: ସପ୍ତାହେ ପାଇଁ ରାଜସ୍ଥାନ ସୀମା ସିଲ୍‌

ଜୟପୁର, ୧୦।୬: ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ ନୂଆ...

‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’

ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...

ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍‌

ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ...

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୧।୭: ପଞ୍ଜାବୀ ଓ ଜାଟ୍‌ ସମ୍ପ୍ରଦାୟଙ୍କୁ ନେଇ ଏବ ବିବାଦୀୟ ଟିପ୍ପଣୀ ଦେଇଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ। ଏବେ ଏହାକୁ ନେଇ ସେ କ୍ଷମା...

ସୁନା ଭଣ୍ଡାରରେ ବହୁ ବିଷାକ୍ତ ସାପ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ସୋନଭଦ୍ରର ପାହାଡ଼ର ମାଟି ତଳେ ସୁନା ଭଣ୍ଡାର ସହିତ ଟନ୍‌ ଟନ୍‌ ୟୁରାନିୟମ ଗଚ୍ଛିତ ଥିବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ...

ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା...

Advertisement
Archives

Model This Week