ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭।୮: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ବଜାରକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଶେଷ ହୋଇଥିବା ଏହାର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଥର ରେପୋ ରେଟ୍‌( ଯେଉଁ ସୁଧ ହାରରେ ଆର୍‌ବିଆଇ ବ୍ୟାଙ୍ଗଗୁଡ଼ିକୁ ଋଣ ଦିଏ) ୪%ରେ ଅପରିବର୍ତ୍ତିତ ରହିଛି। ସେହିଭଳି ରିଭର୍ସ ରେପୋ ୩.୩୫%( ବାଣିଜି୍ୟକ ବ୍ୟାଙ୍କଗୁଡିକଠାରୁ ଯେଉଁ ସୁଧ ହାରରେ ଆର୍‌ବିଆଇ ଋଣ ନେଇଥାଏ)ରେ ମଧ୍ୟ କୌଣସି ପରିବର୍ତ୍ତନ କରିନାହିଁ। ଘରୋଇ ବଜାରକୁ ଟ୍ରାକ୍‌କୁ ଫେରାଇ ଆଣିବା ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ପଥ ଉନ୍ମୁକ୍ତ ରଖିଥିବା ସୂଚନା ଦେଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ନଗଦ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ)କୁ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଯୋଗାଇ ଦିଆଯିବ। କୋଭିଡ୍‌ ଯୋଗୁ ପ୍ରଭାବିତ ହୋଇଥିବା ପରିବାରଗୁଡିକୁ ସୁବିଧା ଦେବା ଲାଗି ସୁନା ମୂଲ୍ୟ ଉପରେ ଋଣ ସୀମାକୁ ୯୦% କରାଯାଇଛି। ଏହା ପୂର୍ବରୁ ୭୫% ରହିଥିଲା। କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କର ଋଣ ପୁନର୍ଗଠନ କରିବା ଲାଗି ବ୍ୟାଙ୍କଗୁଡିକ ଏକ ଓ୍ବିଣ୍ଡୋ ସୁବିଧା କରିବେ। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ଚାପଗ୍ରସ୍ତ ଅଣୁ, କ୍ଷଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଋଣଗ୍ରହୀତା ମଧ୍ୟ ନେଇଥିବା ଋଣର ପୁନର୍ଗଠନ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ସେମାନଙ୍କ ଆକାଉଣ୍ଟ ଯଦି ଏକ ନିର୍ଦ୍ଦିଷ୍ଟ ମାନକ ପାଳନ କରୁଥିବ ତେବେ ଏହି ସୁବିଧା ମିଳିପାରିବ ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ହେବା ଯୋଗୁ ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଥିଯୋଗୁ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ବାଧା ଉପୁଜୁଛି। ଏହା ଫଳରେ ଚଳିତ ବର୍ଷ ପ୍ରଥମ ୬ ମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ପୂର୍ବର ୨ ଏମ୍‌ପିସି ବୈଠକରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ୧୧୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯ ପରଠାରୁ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ୨୫୦ ବେସିସ୍‌ ପଏଣ୍ଟ ରେପୋ କମାଇଛି। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଗଭର୍ନର ଶକ୍ତିକାନ୍ତ ଆଶାବାଦୀ ଥିବା ମତ ରଖିଛନ୍ତି। ମହାମାରୀ ଏବଂ ଏଥି ଜନିତ ଲକ୍‌ଡାଉନ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା ନକାରାତ୍ମକ ପ୍ରଭାବକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ନିଜର ଉଦ୍ୟମ ଜାରି ରଖିଥିବା ସେ ସ୍ପଷ୍ଟ କରିଛନ୍ତି। ରିଜର୍ଭ ବ୍ୟାଙ୍କ ରେପୋ ହ୍ରାସ କଲେ ଘର, ଅଟୋ ଏବଂ ବାସଗୃହ ସମେତ ଅନ୍ୟ ବର୍ଗରେ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟାଲମେଣ୍ଟ) କମିବା ନେଇ ଆଶା ବଢ଼ିଯାଏ। ସୁଧ ହାର ହ୍ରାସ ଦ୍ୱାରା ବ୍ୟାଙ୍କଗୁଡିକ ଏହାର ଲାଭ ଗ୍ରାହକଙ୍କୁ ଦେବାକୁ ପଦକ୍ଷେପ ନେଇଥାନ୍ତି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡିକ ୭୨ ବେସିସ ପଏଣ୍ଟ ସୁଧହାର ହ୍ରାସ କରିଛନ୍ତି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ତ୍ୱରିତ ପଦକ୍ଷେପ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଏସ୍‌ବିଆଇ ଏହାର ରେପୋ ସଂଯୋଗୀ ରିଟେଲ ଋଣ ପୋର୍ଟଫୋଲିଓରେ ୧୧୫ ବେସିସ୍‌ ପଏଣ୍ଟ ସୁଧ ହାର ହ୍ରାସ କରିଛି। ମୁଦ୍ରାସ୍ଫୀତିକୁ ୪% ରଖିବା ଲାଗି ସରକାର ଆର୍‌ବିଆଇକୁ କହିଛନ୍ତି। ମୁଦ୍ରାନୀତି ନିର୍ଦ୍ଧାରଣ ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତିକୁ ନଜରରେ ରଖିଥାଏ। କେତେକ ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ରେ ୬.୦୯% ରହିଛି। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା ପରେ ଘରୋଇ ପୁଞ୍ଜିବଜାର କାରବାର ୧% ବଢ଼ିଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri