ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭।୮: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ବଜାରକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଶେଷ ହୋଇଥିବା ଏହାର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଥର ରେପୋ ରେଟ୍‌( ଯେଉଁ ସୁଧ ହାରରେ ଆର୍‌ବିଆଇ ବ୍ୟାଙ୍ଗଗୁଡ଼ିକୁ ଋଣ ଦିଏ) ୪%ରେ ଅପରିବର୍ତ୍ତିତ ରହିଛି। ସେହିଭଳି ରିଭର୍ସ ରେପୋ ୩.୩୫%( ବାଣିଜି୍ୟକ ବ୍ୟାଙ୍କଗୁଡିକଠାରୁ ଯେଉଁ ସୁଧ ହାରରେ ଆର୍‌ବିଆଇ ଋଣ ନେଇଥାଏ)ରେ ମଧ୍ୟ କୌଣସି ପରିବର୍ତ୍ତନ କରିନାହିଁ। ଘରୋଇ ବଜାରକୁ ଟ୍ରାକ୍‌କୁ ଫେରାଇ ଆଣିବା ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ପଥ ଉନ୍ମୁକ୍ତ ରଖିଥିବା ସୂଚନା ଦେଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ନଗଦ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ)କୁ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଯୋଗାଇ ଦିଆଯିବ। କୋଭିଡ୍‌ ଯୋଗୁ ପ୍ରଭାବିତ ହୋଇଥିବା ପରିବାରଗୁଡିକୁ ସୁବିଧା ଦେବା ଲାଗି ସୁନା ମୂଲ୍ୟ ଉପରେ ଋଣ ସୀମାକୁ ୯୦% କରାଯାଇଛି। ଏହା ପୂର୍ବରୁ ୭୫% ରହିଥିଲା। କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କର ଋଣ ପୁନର୍ଗଠନ କରିବା ଲାଗି ବ୍ୟାଙ୍କଗୁଡିକ ଏକ ଓ୍ବିଣ୍ଡୋ ସୁବିଧା କରିବେ। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଅନୁମତି ପ୍ରଦାନ କରିଥିବା ଜଣାପଡିଛି। ଚାପଗ୍ରସ୍ତ ଅଣୁ, କ୍ଷଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଋଣଗ୍ରହୀତା ମଧ୍ୟ ନେଇଥିବା ଋଣର ପୁନର୍ଗଠନ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ସେମାନଙ୍କ ଆକାଉଣ୍ଟ ଯଦି ଏକ ନିର୍ଦ୍ଦିଷ୍ଟ ମାନକ ପାଳନ କରୁଥିବ ତେବେ ଏହି ସୁବିଧା ମିଳିପାରିବ ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ହେବା ଯୋଗୁ ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଥିଯୋଗୁ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ବାଧା ଉପୁଜୁଛି। ଏହା ଫଳରେ ଚଳିତ ବର୍ଷ ପ୍ରଥମ ୬ ମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ପୂର୍ବର ୨ ଏମ୍‌ପିସି ବୈଠକରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରକୁ ୧୧୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ୨୦୧୯ ପରଠାରୁ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ୨୫୦ ବେସିସ୍‌ ପଏଣ୍ଟ ରେପୋ କମାଇଛି। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଗଭର୍ନର ଶକ୍ତିକାନ୍ତ ଆଶାବାଦୀ ଥିବା ମତ ରଖିଛନ୍ତି। ମହାମାରୀ ଏବଂ ଏଥି ଜନିତ ଲକ୍‌ଡାଉନ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା ନକାରାତ୍ମକ ପ୍ରଭାବକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ନିଜର ଉଦ୍ୟମ ଜାରି ରଖିଥିବା ସେ ସ୍ପଷ୍ଟ କରିଛନ୍ତି। ରିଜର୍ଭ ବ୍ୟାଙ୍କ ରେପୋ ହ୍ରାସ କଲେ ଘର, ଅଟୋ ଏବଂ ବାସଗୃହ ସମେତ ଅନ୍ୟ ବର୍ଗରେ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟାଲମେଣ୍ଟ) କମିବା ନେଇ ଆଶା ବଢ଼ିଯାଏ। ସୁଧ ହାର ହ୍ରାସ ଦ୍ୱାରା ବ୍ୟାଙ୍କଗୁଡିକ ଏହାର ଲାଭ ଗ୍ରାହକଙ୍କୁ ଦେବାକୁ ପଦକ୍ଷେପ ନେଇଥାନ୍ତି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡିକ ୭୨ ବେସିସ ପଏଣ୍ଟ ସୁଧହାର ହ୍ରାସ କରିଛନ୍ତି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ତ୍ୱରିତ ପଦକ୍ଷେପ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଏସ୍‌ବିଆଇ ଏହାର ରେପୋ ସଂଯୋଗୀ ରିଟେଲ ଋଣ ପୋର୍ଟଫୋଲିଓରେ ୧୧୫ ବେସିସ୍‌ ପଏଣ୍ଟ ସୁଧ ହାର ହ୍ରାସ କରିଛି। ମୁଦ୍ରାସ୍ଫୀତିକୁ ୪% ରଖିବା ଲାଗି ସରକାର ଆର୍‌ବିଆଇକୁ କହିଛନ୍ତି। ମୁଦ୍ରାନୀତି ନିର୍ଦ୍ଧାରଣ ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତିକୁ ନଜରରେ ରଖିଥାଏ। କେତେକ ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ରେ ୬.୦୯% ରହିଛି। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା ପରେ ଘରୋଇ ପୁଞ୍ଜିବଜାର କାରବାର ୧% ବଢ଼ିଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri