ମରାମତି ଘାଇ ଭାଙ୍ଗିଲା

ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସେଠାରେ ରବିବାର ସନ୍ଧ୍ୟା ସୁଦ୍ଧା ୧୮.୯୩ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏହାସହ ଏଠାରେ ଦିନ ସାରା ପ୍ରାୟ ୧୯ ମିଟରରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁ କାଣୀ ନଦୀର ବ୍ରହ୍ମଚାରୀପାଟଣାଠାରେ ମରାମତି ହୋଇଥିବା ଘାଇ ପୁଣି ଭାଙ୍ଗିଯାଇଛି। ଫଳରେ ବନ୍ୟାଜଳ ଆଖପାଖ ଗ୍ରାମକୁ ମାଡିଯାଇ ବ୍ୟାପକ କ୍ଷତି ଘଟାଇଛି। ୩ ଦିନ ତଳେ ବନ୍ୟାପାଣି କମିଯିବା ଦ୍ୱାରା ବନ୍ୟା ଦୁର୍ଗତମାନେ ଆଶ୍ୱସ୍ତ ହେବା ସହିତ ନିଜ ବାସଗୃହକୁ ଫେରି ଘର ସଜାଡ଼ିବା ବେଳକୁ ପୁଣି ଆଉ ଏକ ବନ୍ୟା ସେମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି।
ଦଶରଥପୁର, କୋରେଇ, ଯାଜପୁର ଓ ବିଞ୍ଝାରପୁର ବ୍ଲକର ୩୨ ପଞ୍ଚାୟତ ୧୪୮ ଗ୍ରାମର ୧ ଲକ୍ଷ ୧୦ ହଜାର ୭୯୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ୩୧୮ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି। ୪,୬୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।
ଅଗଷ୍ଟ ୧୫ରେ ବ୍ରହ୍ମଚାରୀପାଟଣାଠାରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୩ ଦିନ ତଳେ ଘାଇ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଶେଷ ହୋଇଥିଲା। ବନ୍ୟାରେ ୧୩ ପଞ୍ଚାୟତର ୩୭ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହା ଦ୍ୱାରା ୧୩,୮୬୦ ଜନସାଧାରଣ ପ୍ରଭାବିତ ହୋଇଥିଲେ। ୨ୟ ବନ୍ୟାରେ ଏହି ସଂଖ୍ୟା ୨୦ ହଜାର ଟପିବାର ଆଶଙ୍କା କରାଯାଉଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଘାଇ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ତରଫରୁ ପ୍ରଭାବିତ କସପା ପଞ୍ଚାୟତର ୧୦ଟି ୱାର୍ଡକୁ ରବିବାରଠାରୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଅଧିକ ବନ୍ୟା ଆଶଙ୍କା କରି ପ୍ରଶାସନ ତରଫରୁ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଏହାସହ ୩,୭୬୯ ହେକ୍ଟର ଜମିରେ ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ଏବେ ପୁଣି ତାହା ଭରିଯାଇଛି।
ରିପୋର୍ଟ ଅନୁସାରେ ୧୬ ଚାଳଘର, ୩୪ ଗୁହାଳ, ୨୬୮ କଚ୍ଚାଘର ନଷ୍ଟ ହୋଇଥିବାବେଳେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି। ସେହିପରି ବନ୍ୟା ପ୍ରଭାବିତ ଘୋଷିତ ହୋଇଥିବା କସପା, ଦୁଦୁରାଅଣ୍ଟା, ମଲ୍ଲିକାପୁର, ଶୁଶୁଆ, ନିଜାମପୁର, କୟାଁ, କମାରଡିହ, ଖାନନଗର, ଜୟନ୍ତରା ଓ କଟିକଟା ପଞ୍ଚାୟତ ବାଦ୍‌ ଅନ୍ୟ ପଞ୍ଚାୟତଗୁଡିକୁ ମଧ୍ୟ ବନ୍ୟା ପାଣି ପଶିବାର ଆଶଙ୍କା କରାଯାଉଛି। ଲୋକଙ୍କ ଘର କାନ୍ଥ ଭୁଶୁଡ଼ିବା ସହ ଛପର ନଷ୍ଟ ହୋଇଯାଇଛି। ବିପନ୍ନମାନେ ପିଲାଛୁଆଙ୍କୁ ନେଇ ଦହଗଞ୍ଜ ହେଉଛନ୍ତି। ତଳପଟୁ ବର୍ଷାଜଳ ଘରେ ପଶି ଘରର କାନ୍ଥ ଦୁର୍ବଳ ଅବସ୍ଥାରେ ପହଞ୍ଚିଛି। ପଛପଡ଼ା, ବ୍ରହ୍ମଚାରୀପାଟଣା, କମାଳପୁର, ପଲାସାହି ଗ୍ରାମର ସ୍କୁଲଗୁଡିକରେ ବନ୍ୟା ପାଣି ପଶିଥିବାରୁ ବନ୍ୟା ଦୁର୍ଗତମାନେ ଆଶ୍ରୟ ନେବାକୁ ଠିକଣା ଖୋଜୁଛନ୍ତି। କେତେଜଣ ବନ୍ୟା ଦୁର୍ଗତ ପାଖ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ କେତେଜଣ ଗୃହପାଳିତ ପ୍ରାଣୀ ସହ ବନ୍ଧ ହିଡ଼ରେ ରହିଥିବା ଦେଖାଯାଇଛି। ଏହି ଅଞ୍ଚଳରେ କୌଣସି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ବନ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଦଶରଥପୁର ବ୍ଲକର ଉପରୋକ୍ତ ବନ୍ୟା ପ୍ରଭାବିତ ଅଞ୍ଚଳ ସେଥିରୁ ବଞ୍ଚତ୍ତ ହୋଇଛି, ଯାହା ଏବେ ବିପନ୍ନଙ୍କ ପାଇଁ ଦୁଃଖ ଆଣିଦେଇଛି ବୋଲି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri