ରିମାଣ୍ଡ ସରିଲା, ଚିପ୍‌କୁ ନେଇ କ୍ରାଇମ୍‌ବ୍ରାଞ୍ଚ ଚୁପ୍‌

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ ୩।୪

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସଂଗ୍ରହ କରିସାରିଛି। ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ୫ଦିନ ଧରି ଘନଘନ ଜେରା ସହ ସିନ୍‌ ରିକ୍ରିଏଶନ କରାଯାଇଛି। ଇତିମଧ୍ୟରେ ୫ଦିନିଆ ରିମାଣ୍ଡ ଅବଧି ଶନିବାର ଶେଷ ହୋଇଛି। ଶେଷ ଦିନରେ ମଧ୍ୟ ପଚରାଉଚରାବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି, ସେ ସମ୍ପର୍କରେ ସିନ୍‌ ରିକ୍ରିଏଶନବେଳେ ଅଭିଯୁକ୍ତମାନେ ପାଟି ଖୋଲି ନ ଥିବାବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଚୁପ୍‌ ରହିଛି। କ୍ରାଇମ୍‌ବ୍ରାଞ୍ଚ ଘନଘନ ଜେରା କରିବା ସହ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କିଛି ପୁରୁଣା ଓ ଆଉ କିଛି ନୂଆ ତଥ୍ୟ ହାସଲ କରିଛି ସତ, କିନ୍ତୁ ଚିପ୍‌ ରହସ୍ୟ ଉନ୍ମୋଚନ କରିପାରି ନ ଥିବାରୁ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ଚିପ୍‌ରେ ବଡ଼ବଡ଼ିଆଙ୍କ କାର୍‌ନାମା ଓ ହତ୍ୟା ପଛର କାରଣ ଲୁଚି ରହିଥିବା କୁହାଯାଉଥିବାବେଳେ ତାହା ମଧ୍ୟ ରହସ୍ୟ ହୋଇଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଶୁକ୍ରବାର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ବଖାଣିଥିଲେ ମାନସଙ୍କୁ ଅପହରଣ, ନିର୍ଯାତନା ସହ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋତିବାର ଟିକିନିଖି କାହାଣୀ। ଦେଖାଇଥିଲେ ପୂରା ଘଟଣାର ଡେମୋ। ଆଉ ତାଙ୍କ ପାଇଁ ସୁରକ୍ଷା କବଚ ସାଜିଥିବା ଓଆଇଏସ୍‌ ଅଫିସର ନିରଞ୍ଜନଙ୍କୁ ପଞ୍ଚମ ଦିନରେ ଜେରାବେଳେ ସେ ମଧ୍ୟ ହତ୍ୟାର ସତ ମାନିଛନ୍ତି। ମାନସଙ୍କୁ ଭଦ୍ରକ ଜିଲା ଚାନ୍ଦବାଲି ପଳାଶପୁରରୁ ଅପହରଣ କରି ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯିବା ପରେ ଉପର ମହଲାରେ ଥିବା ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲ ଅଫିସକୁ ମଧ୍ୟ ନିଆଯାଇଥିଲା। ଏହାପରେ ନିରଞ୍ଜନ ସେଠାକୁ ଯାଇ ମାନସଙ୍କୁ ମାଡ ମାରିଥିବା କଥା ମଧ୍ୟ ତଦନ୍ତକାରୀ ଟିମ୍‌ ଆଗରେ ମାନିଛନ୍ତି। ଏଥିସହ ହତ୍ୟା ପରେ ସେ ଶର୍ମିଷ୍ଠାଙ୍କୁ ଫେରାର କରାଇବାର ବାଟ ଦେଖାଇବା ସହ ଯାଜପୁର କାଳିଆପାଣିରେ ଥିବା ଶାଶୁ ଘରକୁ ଯାଇ ଲୁଚିଯିବାକୁ କହିଥିଲେ ନିରଞ୍ଜନ। ଖାଲି ଏତିକି ନୁହେଁ, ଏଥିଲାଗି ସେ ମଧ୍ୟ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ ଗାଡି ଯୋଗାଇଥିଲେ। ଏସବୁ ତଥ୍ୟ ପାଇବା ପରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ତୁରନ୍ତ ଅଭିଯୁକ୍ତ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଧରି ଭୁବନେଶ୍ୱରସ୍ଥିତ ସମ୍ପୂର୍ଣ୍ଣ ଅଫିସରେ ପହଞ୍ଚତ୍ଥିଲା। ଅଫିସକୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିବା ସହ ପ୍ରାୟ ୧୫ ମିନିଟ ପଚାରଉଚାର କରିଥିଲା। ସେଠାରେ ଅଭିଯୁକ୍ତ ନିରଞ୍ଜନ ତଦନ୍ତକାରୀ ଟିମ୍‌କୁ ଘଟଣାର ଡେମୋ ଦେଖାଇଥିଲେ। ପରେ ସେମାନଙ୍କୁ ସୁନ୍ଦରପଦା ଅଞ୍ଚଳରେ ଥିବା ସ୍କାଏ ଆପାର୍ଟମେଣ୍ଟସ୍ଥିତ ଶର୍ମିଷ୍ଠାଙ୍କ ଭଡ଼ା ଘରକୁ ନିଆଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶନିବାର ସମସ୍ତଙ୍କ ରିମାଣ୍ଡ ସରିଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର ଚାନ୍ଦବାଲି ଜେଏମ୍‌ଏଫ୍‌ସିରେ ହାଜର କରାଯିବ। ତେବେ ହତ୍ୟାର ରହସ୍ୟ ରହିଥିବା ମେମୋରି ଚିପ୍‌ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ପୁଣି ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ମିଳିଛି।
ଶର୍ମିଷ୍ଠାଙ୍କ ଭଡ଼ାଘରୁ ବହୁ ଜିନିଷପତ୍ର ଗାଏବ
ମାନସ ହତ୍ୟା ମାମଲାରେ ଅଧିକ ତଥ୍ୟ ପାଇବା ଲାଗି କ୍ରାଇମ୍‌ବ୍ରାଞ୍ଚ ତଦନ୍ତକାରୀ ଟିମ୍‌ ଶନିବାର ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସାଙ୍ଗରେ ଧରି ସ୍କାଏ ଟାୱାର ଆପାର୍ଟମେଣ୍ଟସ୍ଥିତ ଶର୍ମିଷ୍ଠାଙ୍କ ଭଡ଼ାଘରକୁ ଯିବାବେଳେ ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବପତ୍ର ସହ ବହୁ ଜିନିଷପତ୍ର ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲା। ସେଠାରେ ଗତ କିଛିଦିନ ହେବ ଶର୍ମିଷ୍ଠାଙ୍କ ନଣନ୍ଦ ରହୁଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ତଦନ୍ତକାରୀ ଟିମ୍‌ ଆସି ପଚାରଉଚରା କରିବା ଭୟରେ ଶୁକ୍ରବାର ସଂପୃକ୍ତ ମହିଳା ଫ୍ଲାଟ୍‌ରୁ ଜିନିଷପତ୍ର ନେଇ ପଳାଇଯାଉଥିଲେ। ଏହି ସମୟରେ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଅନ୍ତେବାସୀ ତାଙ୍କୁ ଅଟକାଇବା ସହ ଅଣ୍ଡରଟେକିଂ ମଧ୍ୟ ଲେଖାଇ ଛାଡ଼ିଥିଲେ। ତେବେ ସେ କେଉଁ ଆଡେ ଗଲେ ଓ ଉକ୍ତ ଅଣ୍ଡରଟେକିଂ ଜବତ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଯେଉଁଥିପାଇଁ ଯାଇଥିଲୁ ସେହି ଜିନିଷ ମିଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri