୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା କରିଥିଲେ। ଚାଷୀଙ୍କ ସଙ୍ଗଠିତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ପାଇଁ ଧାନ ସଂଗ୍ରହ କ୍ଷେତ୍ରରେ ଏହି ଉନ୍ନତି ବିଜେଡି-ଭାଜପା ମେଣ୍ଟ ସରକାରଙ୍କ ଅମଳରେ ଅନୁକୂଳ ହୋଇଥିଲା। ପ୍ରାରମ୍ଭରେ କିିଛି ବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ହେଉଥିଲା। କିନ୍ତୁ ଗତ ୪/୫ ବର୍ଷ ହେବ ଯାଜପୁର ଜିଲା ପାକ୍ସଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ଯାଜପୁର ଜିଲା ବିଗିରିଆ, ବନ୍ଦାଳୋ ଓ ଧାରପୁର ପ୍ୟାକ୍ସରେ ଚାଷୀମାନେ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ଧାନ ବିକ୍ରୀ ନ ହେବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ ହେଁ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟାନୁଷ୍ଠାନ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ଜିଲାରେ ପୂର୍ବରୁ ଏଭଳି ଅନେକ ତଦନ୍ତ ନିର୍ଦ୍ଦେଶ ଫାଇଲ ଭିତରେ ଚାପି ହୋଇ ରହିଛି। ପାକ୍ସ କର୍ମଚାରୀ ଏବଂ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ଭିତିରିଆ ବୁଝାମଣା କ୍ରମଶଃ ଘନିଷ୍ଠ ହେଉଥିବାରୁ ଗରିବ ଚାଷୀ ସେଥିରେ ପେଷି ହେଉଥିବା ମତପ୍ରକାଶ ପାଇଛି। ଜିଲାପାଳ ମଧ୍ୟ ଏନେଇ ନୀରବ ରହୁଥିବାରୁ ଚାଷୀଙ୍କ ସମସ୍ୟା ଆହୁରି ବଢ଼ି ଚାଲିଛି।
ସରକାରଙ୍କ ଖାଦ୍ୟ ନୀତି ଅନୁସାରେ ଚାଷୀଙ୍କଠାରୁ ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ ହେବ। ପ୍ୟାକ୍ସରୁ ଧାନ ମିଲର୍ସଙ୍କ ନିକଟକୁ ଯିବ ଏବଂ ସେହି ଅନୁପାତରେ ଚାଉଳ ଦାଖଲ କରିବ। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ଧାନ ବିକ୍ରୀ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରେ ପ୍ରାପ୍ୟ ପ୍ରଦାନ କରାଯିବ ସେ ନେଇ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହାର ଓଲଟା ହେଉଛି। ପ୍ୟାକ୍ସରେ ଧାନ ସଂଗ୍ରହ ହେଉ ନ ଥିବାବେଳେ ଚାଷୀଙ୍କୁ ମିଲରେ ଧାନ ଦେବାକୁ କୁହାଯାଉଛି ା ଫଳସ୍ବରୂପ ଚାଷୀ ମିଲର୍ସଙ୍କ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଜିଲାର କୋରେଇ ବ୍ଲକ ବନ୍ଦାଳୋ ପ୍ୟାକ୍ସର ଚାଷୀ ଅନିର୍ବାଣ ଜେନା, ମାଳତୀ ଜେନା, ଶ୍ରୀଧର ଜେନା, ଅଭିମନ୍ୟୁ ପୁହାଣ, ବୈକୁଣ୍ଠବାସୀ ଭଗବାନ ଖଣ୍ଡାଇ, ଅନନ୍ତ କୁମାର ପ୍ରଧାନ, ପଞ୍ଚୁପାଣ୍ଡବ ଜେନା ପ୍ରମୁଖ ୪୫ ଜଣ ଚାଷୀ ପ୍ରାୟ ୨୦୦୦ କୁଇଣ୍ଟାଲ ଧାନ ଦେଇ ଏଯାଏ ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଚାଷୀଙ୍କ କହିବା ଅନୁସାରେ ପ୍ରାୟ ୩୭ ଲକ୍ଷ ଟଙ୍କା ସେମାନେ ପାଇବା ବାକି ରହିଛି। ଏହି ଚାଷୀମାନେ ୧୧ା୩ା୨୦୨୨ରେ ଯାଜପୁର ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ସିଏସଓ ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତିକିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଟକି ରହିଛି। ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ହୋଇନାହିଁ, କିନ୍ତୁ ପ୍ରାପ୍ୟ ନ ପାଇ ଚାଷୀଙ୍କ ପରିବାରବର୍ଗ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷେ ଚାଷୀଙ୍କ ଧାନ ପାଣିକୋଇଲି ଆଶୀର୍ବାଦ ମିଲରେ ଜମା ରହିଥିବା ଚାଷୀ ଅନିର୍ବାଣ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ବିଗିରିଆ ପ୍ୟାକ୍ସ ଅଧୀନ ଚାଷୀ ଦୀନବନ୍ଧୁ ସାହୁଙ୍କ ଅଭିଯୋଗ ଅନୁସାରେ ସେ ଟୋକନ ପାଇଥିଲେ ବି ଧାନ ବିକ୍ରୀ କରି ପାରି ନ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ପ୍ୟାକ୍ସ ସମ୍ପାଦକଙ୍କ ସ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ସମ୍ପାଦକ ଚାଷୀ ଦୀନବନ୍ଧୁଙ୍କୁ ଡାକି ନିର୍ବାଚନରେ ସମର୍ଥନ କରିବାକୁ କହିଥିଲେ। ଏଥିରେ ଦୀନବନ୍ଧୁ ଅରାଜି ହେବାରୁ ତାଙ୍କ ଧାନ ଆଉ କିଣା ହୋଇ ନ ଥିଲା। ଏନେଇ ସେ ଗତ ୧୦ା୨ା୨୦୨୨ରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ତାହା ବି ସିଏସ୍‌ଓଙ୍କ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ସେହିପରି ଧାରାପୁର ପ୍ୟାକ୍ସ ଅଧୀନ ପ୍ରାୟ ୨୬ ଜଣ ଚାଷୀ ଟୋକନ ପାଇ ଖରିଫ ଧାନ ବିକ୍ରୀ କରି ପାରିଲେ ନାହିଁ। ସିଏସ୍‌ଓଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଚାଷୀଙ୍କ ମୋବାଇଲ ଫୋନରେ ଧାନ ବିକ୍ରୀ କରିବାକୁ ମେସେଜ ଯାଇଥିଲା। କିନ୍ତୁ ଧାରପୁର ପ୍ୟାକ୍ସ କାର୍ଯ୍ୟାଳୟ ଅଧିକାଂଶ ଦିନ ବନ୍ଦ ରହିଥିବାରୁ ଚାଷୀମାନେ ବହୁବାର ଧାନ ଆଣି ଫେରି ଯାଇଥିଲେ। ଏହି ଅଭିଯୋଗ ମଧ୍ୟ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri