Categories: ବାଣିଜ୍ୟ

ବିତରଣ କମ୍ପାନୀଙ୍କ ଉପରେ ବାକି ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୩: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଉପରେ ଉତ୍ପାଦନ କମ୍ପାନୀଗୁଡିକର ବାକି ୧.୩୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ୨୦୨୦ ଡିସେମ୍ବର ସୁଦ୍ଧା ଏହି ବାକିରେ ୨୪% ବଢିଛି। ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହି ବାକି ୧.୧୦ ଲକ୍ଷ କୋଟି ଟଙ୍କା ରହିଥିବା ପ୍ରାପ୍ତି ପୋର୍ଟାଲରୁ ସାମ୍ନାକୁ ଆସିଛି। ୨୦୧୮ ମେ ମାସରେ ଉକ୍ତ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଥିଲା। ଶକ୍ତି ଉତ୍ପାଦନକାରୀ କମ୍ପାନୀ ଏବଂ ବିତରଣକାରୀ କମ୍ପାନୀଙ୍କ ମଧ୍ୟରେ ହେଉଥିବା ନେଣଦେଣରେ ସ୍ବଚ୍ଛତା ଆଣିବା ଲାଗି ଏଭଳି ପୋର୍ଟାଲ ଆସିଥିଲା। ଉତ୍ପାଦନକାରୀ କମ୍ପାନୀ ବିଦ୍ୟୁତ ବିଲ୍‌ ପ୍ରଦାନ କରିବା ଲାଗି ବିତରଣ କମ୍ପାନୀଙ୍କୁୁ ୪୫ ଦିନ ସମୟ ଦେଇଥାନ୍ତି। କମ୍ପାନୀ ଦେୟ ପ୍ରଦାନ କରିବାରେ ବିଳମ୍ବ କଲେ ସୁଧ ଦେବାକୁ ହୋଇଥାଏ।

Share