ପ୍ରଥମେ ଲୁଟିଲେ, ପରେ ପୋତିଲେ

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ର ୧ ନମ୍ବର କଳାପଥର ଖାଦାନରୁ ବେଆଇନ ଉତ୍ତୋଳନରୁ ବର୍ତ୍ତିବାକୁ ସମ୍ପୃକ୍ତ ଲିଜ୍‌ଧାରୀ ବର୍ତ୍ତମାନ ମାଟି ପୋତିବା ଆରମ୍ଭ କରିଛନ୍ତି। ଏଥିପାଇଁ ବ୍ୟବହୃତ ଶତାଧିକ ଟ୍ରିପ ମୋରମ ଓ ମାଟି ବିନା ଅନୁମତିରେ ବ୍ୟବହାର କରାଯାଉଛି। ଏହି ପାହାଡରୁ ଗତ ୫ ବର୍ଷରେ ଅଢେଇ ଏକର ପରିମିତ ଅଞ୍ଚଳରୁ ୧୭୬୪ ଘନମିଟର କଳାପଥର ଉତ୍ତୋଳନ କରିବାକୁ ସରକାରୀ ଭାବେ ଧାର୍ଯ୍ୟ ହୋଇଥିଲା। ହେଲେ ୭ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ପୋଖରୀ ଭଳି ଖନନ କରାଯାଇ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ପ୍ରାୟ ୧୦୦ ଫୁଟର ଗାତ ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଥିଲା। ଗତ ମାସରେ ଏନେଇ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ସାଟେ ଲାଇଟ ମାପଚୁପ ମଧ୍ୟ ହୋଇଛି। ତେଣୁ ଏହି ଚୋରିକୁ ଲୁଚାଇବାକୁ ଖାଦନ ପୋତା ଚାଲିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ ଅନୁସାରେ ୫ ବର୍ଷିଆ ଲିଜ୍‌ ପ୍ରଦାନ କରାଯାଇଥିଲା। ତେବେ ଅଧିକାଂଶ ଖାଦାନର ଲିଜ୍‌ ଅବଧି ଶେଷ ହୋଇଥିବାବେଳେ ଅନ୍ୟ କେତେକ ଶେଷ ହେବାର ସମୟ ହୋଇଛି। ତେବେ ପ୍ରାୟ ୨୦ଟି ଖାଦାନରେ ଅନୁମୋଦନଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜୁଲାଇରେ ହୋଇଥିବା ସାଟେ ଲାଇଟ ମାପଚୁପରେ ୪ ଜଣ ଲିଜଧାରୀଙ୍କୁ ୧୦୫.୮୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ହେଲେ ଏହି ଡିମାଣ୍ଡ ନୋଟିସକୁ ସଂପୃକ୍ତ ଲିଜ୍‌ଧାରୀମାନେ ବେଖାତିର କରିଛନ୍ତି। ଏହାବାଦ ୨୭ା୮ା୨୦୨୨ଠାରୁ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ରାହାଡପୁର, ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡରେ ସାଟେ ଲାଇଟ ମାପଚୁପ ଶେଷ ହୋଇଛି। ହେଲେ ମାପଚୁପରେ କେତେ ପରିମାଣର ବେଆଇନ ଉତ୍ତୋଳନ ହୋଇଛି ସେ ନେଇ ସଂପୃକ୍ତ ସଂସ୍ଥା ସ୍ପଷ୍ଟ କରି ନ ଥିବା ଜଣାପଡିଛି। ଲିଜ୍‌ ଅବଧି ସରିବା ପରେ ଖାଦାନଗୁଡିକରେ ପୁଣି ମାପଚୁପ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାର ସୁଯୋଗରେ ସଂପୃକ୍ତ ଲିଜ୍‌ଧାରୀ ଜରିମାନା ଦେବା ଭୟରେ ଆପୋସ ବୁଝାମଣା କରିବାରେ ବିଫଳ ହେବାରୁ ଅନ୍ୟ ପେଞ୍ଚ ଆପଣାଉଥିବା କୁହାଯାଉଛି। ଗତ ୩ ଦିନ ଧରି ବରଡ଼ା (ମାଳଗୋଡା) ହୋଇଥିବା ପୋଖରୀକୁ ମାଟି ଆଉ ମହରମ ପକାଇ ପୋତି ନିଜର ଚୋରିକୁ ଫାଙ୍କିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଖାଦାନ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୦ରେ ଶେଷ ହେବ। ହାତରେ ଆଉ ମାତ୍ର ୪ମାସ ରହିଛି। ତେଣୁ ଗଭୀର ଗାତକୁ ପୋତିବାକୁ କୌଣସି ସରକାରୀ ଅନୁମତି ନ ଥାଇ ଟ୍ରିପ ଟ୍ରିପ ପାହାଡିଆ ମାଟି ଆଣି ପୋତାଯାଉଥିବା ଫଟୋ ଭାଇରାଲ ହେଉଛି। ମାଟି ଓ ମୋରମ ଉତ୍ତୋଳନ ହେଉଥିବା ସମତଳ ଅଞ୍ଚଳ ଖିନଭିନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ଏନେଇ ଜାଣିଥିଲେ ସୁଦ୍ଧା ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri