ପ୍ରଥମେ ଲୁଟିଲେ, ପରେ ପୋତିଲେ

ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବରଡ଼ା ପାହାଡ଼ର ୧ ନମ୍ବର କଳାପଥର ଖାଦାନରୁ ବେଆଇନ ଉତ୍ତୋଳନରୁ ବର୍ତ୍ତିବାକୁ ସମ୍ପୃକ୍ତ ଲିଜ୍‌ଧାରୀ ବର୍ତ୍ତମାନ ମାଟି ପୋତିବା ଆରମ୍ଭ କରିଛନ୍ତି। ଏଥିପାଇଁ ବ୍ୟବହୃତ ଶତାଧିକ ଟ୍ରିପ ମୋରମ ଓ ମାଟି ବିନା ଅନୁମତିରେ ବ୍ୟବହାର କରାଯାଉଛି। ଏହି ପାହାଡରୁ ଗତ ୫ ବର୍ଷରେ ଅଢେଇ ଏକର ପରିମିତ ଅଞ୍ଚଳରୁ ୧୭୬୪ ଘନମିଟର କଳାପଥର ଉତ୍ତୋଳନ କରିବାକୁ ସରକାରୀ ଭାବେ ଧାର୍ଯ୍ୟ ହୋଇଥିଲା। ହେଲେ ୭ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ପୋଖରୀ ଭଳି ଖନନ କରାଯାଇ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ପ୍ରାୟ ୧୦୦ ଫୁଟର ଗାତ ହୋଇ ପୋଖରୀର ଭ୍ରମ ସୃଷ୍ଟି କରିଥିଲା। ଗତ ମାସରେ ଏନେଇ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ସାଟେ ଲାଇଟ ମାପଚୁପ ମଧ୍ୟ ହୋଇଛି। ତେଣୁ ଏହି ଚୋରିକୁ ଲୁଚାଇବାକୁ ଖାଦନ ପୋତା ଚାଲିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୬ ଅନୁସାରେ ୫ ବର୍ଷିଆ ଲିଜ୍‌ ପ୍ରଦାନ କରାଯାଇଥିଲା। ତେବେ ଅଧିକାଂଶ ଖାଦାନର ଲିଜ୍‌ ଅବଧି ଶେଷ ହୋଇଥିବାବେଳେ ଅନ୍ୟ କେତେକ ଶେଷ ହେବାର ସମୟ ହୋଇଛି। ତେବେ ପ୍ରାୟ ୨୦ଟି ଖାଦାନରେ ଅନୁମୋଦନଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜୁଲାଇରେ ହୋଇଥିବା ସାଟେ ଲାଇଟ ମାପଚୁପରେ ୪ ଜଣ ଲିଜଧାରୀଙ୍କୁ ୧୦୫.୮୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ହୋଇଥିଲା। ହେଲେ ଏହି ଡିମାଣ୍ଡ ନୋଟିସକୁ ସଂପୃକ୍ତ ଲିଜ୍‌ଧାରୀମାନେ ବେଖାତିର କରିଛନ୍ତି। ଏହାବାଦ ୨୭ା୮ା୨୦୨୨ଠାରୁ ମାଇଁ ୱାଲ୍‌ଡ କନସଲଷ୍ଟେନ୍ସି ପକ୍ଷରୁ ରାହାଡପୁର, ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡରେ ସାଟେ ଲାଇଟ ମାପଚୁପ ଶେଷ ହୋଇଛି। ହେଲେ ମାପଚୁପରେ କେତେ ପରିମାଣର ବେଆଇନ ଉତ୍ତୋଳନ ହୋଇଛି ସେ ନେଇ ସଂପୃକ୍ତ ସଂସ୍ଥା ସ୍ପଷ୍ଟ କରି ନ ଥିବା ଜଣାପଡିଛି। ଲିଜ୍‌ ଅବଧି ସରିବା ପରେ ଖାଦାନଗୁଡିକରେ ପୁଣି ମାପଚୁପ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଏହାର ସୁଯୋଗରେ ସଂପୃକ୍ତ ଲିଜ୍‌ଧାରୀ ଜରିମାନା ଦେବା ଭୟରେ ଆପୋସ ବୁଝାମଣା କରିବାରେ ବିଫଳ ହେବାରୁ ଅନ୍ୟ ପେଞ୍ଚ ଆପଣାଉଥିବା କୁହାଯାଉଛି। ଗତ ୩ ଦିନ ଧରି ବରଡ଼ା (ମାଳଗୋଡା) ହୋଇଥିବା ପୋଖରୀକୁ ମାଟି ଆଉ ମହରମ ପକାଇ ପୋତି ନିଜର ଚୋରିକୁ ଫାଙ୍କିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଖାଦାନ ଅବଧି ଆସନ୍ତା ବର୍ଷ ମାର୍ଚ୍ଚ ୩୦ରେ ଶେଷ ହେବ। ହାତରେ ଆଉ ମାତ୍ର ୪ମାସ ରହିଛି। ତେଣୁ ଗଭୀର ଗାତକୁ ପୋତିବାକୁ କୌଣସି ସରକାରୀ ଅନୁମତି ନ ଥାଇ ଟ୍ରିପ ଟ୍ରିପ ପାହାଡିଆ ମାଟି ଆଣି ପୋତାଯାଉଥିବା ଫଟୋ ଭାଇରାଲ ହେଉଛି। ମାଟି ଓ ମୋରମ ଉତ୍ତୋଳନ ହେଉଥିବା ସମତଳ ଅଞ୍ଚଳ ଖିନଭିନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ଏନେଇ ଜାଣିଥିଲେ ସୁଦ୍ଧା ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri